Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆୟୋଜିତ ହେଲା ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ 2

ରାଇରଙ୍ଗପୁର, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆୟୋଜିତ ହେଲା ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ : ହରିନାମ ଭଜନ କୀର୍ତ୍ତନରେ ପାପ ନାଶ ହେବା ସହିତ ସମାଜରେ ସୁଖଶାନ୍ତି ମିଳିଥାଏ l ପ୍ରତିବର୍ଷ ପରି ସମାଜର କଲ୍ଯାଣ ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ଟାଉନ ଥାନା ପରିସରରେ ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ ଆୟୋଜିତ ହୋଇଯାଇଛି l ଗତ ୨୮ ତାରିଖ ଅଧିବାସ ପୂଜା, ୨୯ ତାରିଖ ସଂନ୍ଧ୍ଯା ୫ ଘଟିକାରେ ହରିନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଆସନ୍ତା ମେ ୨ ତାରିଖରେ ସଂନ୍ଧ୍ଯା ୫ ଘଟିକାରେ ପୂର୍ଣ୍ଣାହୁତ ହେବ ବୋଲି ସୂଚନା ମିଳିଛି l ମୁଖ୍ଯପୂଜକ ପ୍ରସନ୍ନ ଷଡଙ୍ଗୀ, ଓମପ୍ରକାଶ ଷଡଙ୍ଗୀ, ରବିନାରାୟଣ ହୋତା, ପ୍ରକାଶ ଦାସ ତଥା କର୍ତ୍ତାକର୍ତ୍ତୀ ଭାବେ ବିଜୟ କୁମାର ଗିରି, ସପତ୍ନୀକ ମିନତୀ ଗିରି, ଆଲୋକ କୁମାର ସିଂ, ସପତ୍ନୀକ ସୁଚିସ୍ମିତା ସିଂ ଶ୍ରୀରାଧାକୁଷ୍ଣଙ୍କ ଠାରେ ଉପବେସନ କରି ଯଥାବିଧି ପୂଜାକର୍ମକାଣ୍ଡ ପରେ ଆରତି ସମାପନ ହୋଇଥିଲା l ଏଠାକୁ ବହୁ ଶ୍ରଦ୍ଧାଳୁ ଆସି ହରିନାମ ଭଜନ କୀର୍ତ୍ତନ ଦର୍ଶନ ସହିତ ଭକ୍ତି ନୈବେଦ୍ଯ ସମର୍ପଣ କରିଥିଲେ l ଏହି ମଧୁର ହରି ନାମ ସଂକୀର୍ତ୍ତନ ରାଇରଙ୍ଗପୁର ଟାଉନ ଥାନା ପରିସର ପ୍ରକମ୍ପିତ ହେବା ସହିତ କଚେରୀ ରାସ୍ତାଘାଟ ହରିନାମ ସଂକୀର୍ତ୍ତନ ରେ ଗୁଂଜରିତ ହୋଇଥିଲା l ସ୍ଥାନୀୟ ଲୋକେ ଏହାକୁ ଶ୍ରବଣ କରି ଆଶ୍ବସ୍ତି ମନେ କରିଥିଲେ l ଏଥିରେ ରାଇରଙ୍ଗପୁର ଟାଉନଥାନା ପୋଲିସ ପ୍ରଶାସନ ପରିଚାଳନା କରିବା ସହିତ ରାଇରଙ୍ଗପୁର ସହରର ମାନଗଣ୍ଯବ୍ଯକ୍ତି ଓ ବୁଦ୍ଧିଜିବୀ ସ୍ବଇଛାରେ ହରିନାମ ସଂକୀର୍ତ୍ତନ ରେ ସାହାଯ୍ଯ ଓ ସହଯୋଗ କରିଥିଲେ l ଭକ୍ତମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା l ହରିନାମରେ କି ରସ ରହିଛି, ସେ ଭଗବତ ପ୍ରେମୀ ହିଁ କହିପାରିବ l ବାସ୍ତବିକ ହରିନାମ କୀର୍ତ୍ତନ ଓ ଭଜନ ରେ ସମାଜରେ ଶାନ୍ତି , ମୈତ୍ରୀ ଓ ବନ୍ଧୁତା ଭାବ ଉଦ୍ରେକ ହୋଇଥାଏ ବୋଲି ଈଶ୍ବରୀୟ ବିଶ୍ବାସୀ ଜନୈକ ବ୍ଯକ୍ତି ମତ ପ୍ରକାଶ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image