ତିର୍ତ୍ତୋଲ, 07/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜନାର୍ଦ୍ଦନପୁର ଗ୍ରାମର ଦୁଃଖ ପ୍ରଶାସନ ଶୁଣିବ କେବେ? _______________ତିର୍ତ୍ତୋଲ-୭/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକର ଗୋପାଳପୁରଶଂଖେଶ୍ଵର ପଞ୍ଚାୟତର ଜନାର୍ଦ୍ଦନ ପୁର ଗ୍ରାମ ସରକାରଙ୍କ ତରଫରୁ ରାଜସ୍ବ ଗ୍ରାମ ଘୋଷଣା ହେବାର ଦୀର୍ଘ ୩ ବର୍ଷ ବ୍ୟତୀତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜସ୍ଵ ଗ୍ରାମର ସମସ୍ତ ସୁବିଧା ମିଳିପାରିନାହିଁ, ଯାହାଦ୍ଵାରା ଗ୍ରାମବାସୀଙ୍କର ଆବଶ୍ୟକ ସରକାରୀ କାଗଜପତ୍ର ତଥା ନକ୍ସାରେ ଉପଯୁକ୍ତ ସଂଶୋଧନ କାର୍ଯ୍ୟ ସଂପାଦିତ ହୋଇନାହିଁ । ଯାହା ଫଳରେ ଆଧାରକାର୍ଡ ଆୟୁଷ୍ମାନ କାର୍ଡ,ପ୍ୟାନ୍କାର୍ଡ଼ ରେସନ କାର୍ଡ଼ ଭୋଗ ପରିଚୟପତ୍ର କାର୍ଡ଼ ଓ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ରରେ ସଂଶୋଧନ କରିବା ସମ୍ଭବପର ହୋଇପାରୁନାହିଁ । ଅନେକ ବାର ଲିଖିତ ଓ ମୌଖିକ ଅନୁରୋଧ କଲା ପରେ ମଧ୍ୟ ଏଦିଗରେ ସରକାରଙ୍କ ତରଫରୁ କୌଣସି ସୁଫଳ ମିଳିନାହିଁ । ଯଦ୍ବାରା ଗ୍ରାମବାସୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏଠାରେ ଉଲ୍ଲେଖନୀୟ ଏହି ଗ୍ରାମଟି ଗୋପାଳପୁରଶଂଖେଶ୍ଵର ପଞ୍ଚାୟତର ବେହେଡ଼ପୁର ରାଜସ୍ଵ ଗ୍ରାମର ପଡ଼ା ଗ୍ରାମରୂପେ ଅଦ୍ୟାବଧି ବିବେଚିତ ହୋଇଆସୁଅଛି । ଏଥିପ୍ରତି ଗ୍ରାମବାସୀ ଆଉଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।