Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 07/06/2025, ବିକ୍ରମ ଓଡ଼ିଶା ନିୟୁଜ: କନିମୁଳ ପଞ୍ଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ

ତିର୍ତ୍ତୋଲ ୭/୬- (ରିପୋର୍ଟ-ଟୁକନ ସେଠୀ)ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମର ମା ଦିଗବାରୁଣୀ ପୀଠ ପରିସରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ତରଫରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବରିଷ୍ଠ ବୈଜ୍ଞାନିକ ଏନ ଆଇ ଏଫ ଏମ ସି ମୋନାଲିସା ସାହୁ, ନିମକଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟଜିତ ସରିତା ଦାସ, ତିର୍ତ୍ତୋଲ କୃଷି ଅଧିକାରୀ ମନସ୍ବିନ ଲେଙ୍କା, ତିର୍ତ୍ତୋଲ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ୱେତପଦ୍ମା ଭୋଇ, କନିମୁଳ କୃଷି ଅଧିକାରୀ ଦେବାଶିଷ ଦାସ, କନିମୁଳ ପଞ୍ଚାୟତ କାର୍ଯ୍ନିର୍ବାହୀ ଅଧିକାରୀ ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଉପସ୍ଥିତ ଥିବା କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠର ମହିଳା ଚାଷୀମାନଙ୍କୁ ବିଭିନ୍ନ ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଏହି କୃଷି ବିକଶିତ ସମ୍ପର୍କିତ ସଚେତା କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଂଚାୟରେ ଅନୁଷ୍ଠିତ ହେବ l କୃଷି ଓ କୃଷକ ବିକଶିତ ହେଲେ ବିକଶିତ ରାଷ୍ଟ୍ର ଗଠନ ରେ ତାହା ସମ୍ପୂର୍ଣ୍ଣ ସହାୟକ ହେବ | ତେଣୁ ଭାରତ ସରକାର ବିକଶିତ କୃଷି ସଂକଳ୍ପ ଅଭିଯାନ ମାଧ୍ୟମରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ବୈଜ୍ଞାନିକ ମାନଙ୍କୁ କୃଷକ ମାନଙ୍କ ନିକଟକୁ ଯାଇ ନୂତନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଉନ୍ନତ ମାନର ଚାଷ କରିବା ସହିତ ସରକାର ଙ୍କ ତରଫରୁ କୃଷକ ମାନଙ୍କ ପାଇଁ ମିଳୁଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଉଛନ୍ତି | ସେହିପରି ଏହି ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା | କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପକ୍ଷରୁ ଆୟୋଜିତ ଏହି ଅଭିଯାନ ରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ର ବୈଜ୍ଞାନିକ ଜିତେନ୍ଦ୍ର ବିଶ୍ୱାଳ, ସିଫା ର ବୈଜ୍ଞାନିକ ହିମାଂଶୁ ସ୍ୱାଇଁ, ବୈଜ୍ଞାନିକ ଦ୍ୱାରିକା ମୋହନ ଦାସ, ଉଦ୍ୟାନ କୃଷି ବିଭାଗ ତିର୍ତ୍ତୋଲ ରୁ ଶ୍ୱେତପଦ୍ମା ଭୋଇ, କୃଷି ବିଭାଗ ତିର୍ତ୍ତୋଲ ରୁ ଶୁଭଲକ୍ଷ୍ମୀ ଦାସ ପ୍ରମୁଖ ଯୋଗ ଦେଇ ଉଭୟ ପୁରୁଷ ଓ ମହିଳା ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଆଲୋଚନା କରିଥିଲେ | ଆମ୍ବେରୀ ପଞ୍ଚାୟତ ରେ ୨୫୦ ରୁ ଉର୍ଧ୍ଵ ଚାଷୀ ଉପସ୍ଥିତ ରହିଥିଲେ | ଭି. ଏ. ଡବ୍ଲୁ ଦେବାଶିଷ ଦାସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ତିର୍ତ୍ତୋଲ ବ୍ଲକ କୃଷି ବିଭାଗ ତତ୍ୱାବଧାନ ରେ ଭିନ୍ନ ଭିନ୍ନ ଟିମ ଦ୍ୱାରା ଆମ୍ବେରୀ, ଗୋପାଳପୁର(ଶ), କଟରା, କନକପୁର, ତେନ୍ତୁଳିପଦା ଓ ଜଡତିରା ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ସରକାର ଙ୍କ ଏହି କାର୍ଯ୍ୟକ୍ରମ ରେ ଭାଗ ନେବା ପରେ ଚାଷୀ ମାନେ ଚାଷ ବିଷୟରେ ବିଭିନ୍ନ ପ୍ରଣାଳୀ ଏବଂ ସରକାରୀ ଯୋଜନା ବିଷୟରେ ବୁଝିବା ପରେ ଖୁସିବ୍ୟକ୍ତ ଥିବା ଦେଖିବାକୁ ମିଳିଥିଲା |
