Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କୃତୀ ପ୍ରଧାନଶିକ୍ଷକ ସ୍ବର୍ଗତ ରଂଜିତ କୁମାର ପରିଜାଙ୍କ ଶ୍ରଦ୍ଧାଞ୍ଜଳି ସଭା 4

ତିର୍ତୋଲ, 07/06/2025, ବିକ୍ରମ ଓଡ଼ିଶା ନିୟୁଜ: କୃତୀ ପ୍ରଧାନଶିକ୍ଷକ ସ୍ବର୍ଗତ ରଂଜିତ କୁମାର ପରିଜାଙ୍କ ଶ୍ରଦ୍ଧାଞ୍ଜଳି ସଭାତିର୍ତ୍ତୋଲ ୭/୬- (ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ କୃତୀ ପ୍ରଧାନଶିକ୍ଷକ ତେନ୍ତୁଳିପଦା ଆଖଣ୍ଡଳେଶ୍ୱର ମନ୍ଦିରର ଅନ୍ୟତମ ନିର୍ମାତା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରମୁଖ ଅଂଶୀଦାର କାର୍ଯ୍ୟକର୍ତ୍ତା ଓ ଝଙ୍କଡ଼ ସାହିତ୍ୟ ସଂସଦ ପ୍ରତିଷ୍ଠାତା ସଭ୍ୟ ଦିବଂଗତ ରଂଜିତ କୁମାର ପରିଜାଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ତେନ୍ତୁଳିପଦା ସ୍ଥିତ ଆଖଣ୍ଡଳେଶ୍ୱର ମନ୍ଦିର ପରିସରରେ ଝଙ୍କଡ଼ ସାହିତ୍ୟ ସଂସଦ ଦ୍ୱାରା ପ୍ରାୟୋଜିତ ଏହି ସଭା ରେ ଅନୁଷ୍ଠାନର ଉପ ସଭାପତି ସୁରେଶ ଚନ୍ଦ୍ର ମହାନ୍ତି ଅଧକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ଶିକ୍ଷକ ନେତା ଅକ୍ଷୟ ଦାସ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅରୁଣ କୁମାର ପଣ୍ଡା, ସମ୍ମାନୀୟ ଅତିଥି ଭାବେ କବି ହେମନ୍ତ କୁମାର ନାୟକ, ପ୍ରାପ୍ତବସର ପ୍ରଧାନଶିକ୍ଷକ ଝୁଲରାମ ଦାସ, ଶିକ୍ଷାବିତ୍ ଦିଗମ୍ବର ରାଉତ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ପରିଜାଙ୍କ ସ୍ମୃତି ଚାରଣ କରିଥିଲେ l ଝଙ୍କଡ଼ କନ୍ୟା ସବିତା ନାୟକ ଓ କବୟିତ୍ରୀ ପାୟଲ ମଣ୍ଡଳଙ୍କ ସଂଯୋଜନାରେ ୨୫ ରୁ ଉର୍ଦ୍ଧ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ l ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଝଙ୍କଡ଼ରତ୍ନ ଗୋଲୋକ ବିହାରୀ ପଲାଇ ମଞ୍ଚ ସଂଚାଳନ କରିଥିଲେ l ପ୍ରାରମ୍ଭରେ ସମସ୍ତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସ୍ବର୍ଗତ ପରିଜାଙ୍କ ଫୋଟୋଚିତ୍ର ନିକଟରେ ପ୍ରଦ୍ବୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳି ଦେଇ ଅମର ଆତ୍ମାର ସଦଗତି ନିମିତ୍ତ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ l ପୁତ୍ର ଅଭୟ କୁମାର ପରିଜା, ଅକ୍ଷୟ କୁମାର ପରିଜାଙ୍କ ସମେତ କନ୍ୟା, ଜାମାତା ଓ ପୁତ୍ରବଧୂ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ଆଶିଷ କୁମାର ପରିଜା, ଅଞ୍ଜନା ମହାନ୍ତି, ଅକ୍ଷୟ କୁମାର ନାୟକ, ଶ୍ରଦ୍ଧାଞ୍ଜଳି ଦାସ, ବିକାଶ ଚନ୍ଦ୍ର ପରିଜା, ପ୍ରିୟଙ୍କା ପରିଜା, ପରମିତା ମହାପାତ୍ର, ନିରଞ୍ଜନ ନାୟକ, ଚୌଧୁରୀ ରାଧାମୋହନ ପରିଜା, ସୁରେନ୍ଦ୍ର କୁମାର ସାହୁ, ଶରତ ଚନ୍ଦ୍ର ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଶେଷରେ କବି ନିତ୍ୟାନନ୍ଦ ନାୟକ ସଭାସଦବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l
Article Image