Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଫଳକ ଉଦଘାଟନ ପୂର୍ବରୁ ଫଳକ ଭଙ୍ଗାକୁ ନେଇ ଚର୍ଚ୍ଚା 6

ନାଉଗାଁ, 07/06/2025, ବିକ୍ରମ ଓଡ଼ିଶା ନିୟୁଜ: ଫଳକ ଉଦଘାଟନ ପୂର୍ବରୁ ଫଳକ ଭଙ୍ଗାକୁ ନେଇ ଚର୍ଚ୍ଚା
Article Image
ନାଉଗାଁ, ୭/୦୬/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକରେ ଏବେ ବିଜେଡି ଓ ବିଜେପି ମଧ୍ୟରେ ଚକାପଞ୍ଚା ଚାଲିଥିବା ଦେଖିବାକୁ ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଦୁଇ ଗୋଷ୍ଠୀର କର୍ମୀ ମାନଙ୍କ ମଧ୍ୟରେ ଏବେଠୁ ଚାଲୁଥିବା ଟଣାଘୋଷରା ଏବେ ପଦାକୁ ଆସିଥିବା ଦେଖିବାକୁ ମିଳିଛି। ତେବେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ କରିବାକୁ ଗ୍ରାମ୍ୟ ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏହି ବ୍ଲକ ରୋହିଆ ପଞ୍ଚାୟତର ଆରଖକୁଦ ଗୋଠ ଦଣ୍ଡା ଠାରେ ୩କୋଟ ଉର୍ଦ୍ଧ ଟଙ୍କା ବିନିମୟରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅର୍ଥ ରାଶି ମଞ୍ଜୁର କରାଯାଇଛି। ହେଲେ ଯେଉଁ ସ୍ଥାନରେ ଏହି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉଛି ତାହାକୁ ପୂର୍ବରୁ ବିଜେଡି କର୍ମୀ ଓ ଗ୍ରାମର କିଛି ଲୋକ ବିରୋଧ କରୁଛନ୍ତି। ଏମିତିକି ଉକ୍ତ ଆଶ୍ରୟସ୍ଥଳୀ ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ରବିବାର ଉଦଘାଟନ କରାଯିବା ପାଇଁ ସ୍ଥିର ହୋଇଥିବା ବେଳେ ଉକ୍ତ ସ୍ଥାନରେ ଫଳକ ନିର୍ମାଣ କରାଯାଇଥିଲା। ହେଲେ ଉଦଘାଟନ ପୂର୍ବରୁ ସେହି ଫଳକକୁ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଯାହାକୁନେଇ ଏବେ ଉଭୟ ଗୋଷ୍ଠୀର କର୍ମୀଙ୍କ ମଧ୍ୟରେ ଟଣାଘୋଷରା ଚାଲିଥିବା ବେଳେ ସେହି ସ୍ଥାନରେ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ତହସିଲଦାର ଜାଗା ଚିହ୍ନଟ କରିଥିବା ବିଭାଗର ଯନ୍ତ୍ରୀ କହିଥିବା ବେଳେ ଏ ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Article Image