Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କେଜିବିଭି ପ୍ରଧାନଶିକ୍ଷୟତ୍ରୀମାନଙ୍କ ବୈଠକ ଛାତ୍ରୀମାନଙ୍କୁ ସମସ୍ତ ସୁବିଧା ଦେବା ପାଇଁ ପରାମର୍ଶ - ଡିଇଓ 1

ରାଇରଙ୍ଗପୁର, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: କେଜିବିଭି ପ୍ରଧାନଶିକ୍ଷୟତ୍ରୀମାନଙ୍କ ବୈଠକ
Article Image
ଛାତ୍ରୀମାନଙ୍କୁ ସମସ୍ତ ସୁବିଧା ଦେବା ପାଇଁ ପରାମର୍ଶ - ଡିଇଓ
Article Image
ରାଇରଙ୍ଗପୁର :- ଓସେପା ନିର୍ଦେଶ ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷୟତ୍ରୀ,ହିସାବରକ୍ଷକ ଓ ୱାର୍ଡେନମାନଙ୍କୁ ନେଇ ଧନପୁର କେଜିବିଭି ଠାରେ ଜିଲ୍ଲା ବାଳିକା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଯାଇଛି Iଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ ପିଲାମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇବା ସହିତ ପ୍ରବଳ ଗ୍ରୀଷ୍ମ ଅବକାଶ ଥିବାରୁ ସରବତ ଓ ଲେମ୍ବୁ ପାଣି ଦେବା ପାଇଁ ପରାମର୍ଶ ଦେଇଥିଲେI ଛାତ୍ରୀମାନଙ୍କୁ ନିଜର ପିଲା ଭାବି ଯତ୍ନବାନ ହେବା ପାଇଁ ସମସ୍ତ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ Iଏଥି ସହିତ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଛାତ୍ରୀମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱାରୋପ ପ୍ରଦାନ କରିଥିଲେI ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଯୋଗ ଦେଇ କେଜିବିଭିର ଉନ୍ନତି ଉପରେ ଆଲୋକପାତ କରିଥିଲେ Iଏଥିସହିତ ଜିଲ୍ଲା ବାଳିକା ସଂଯୋଜକ ଶ୍ରୀ ବାରିକ ସମସ୍ତଙ୍କୁ ଆଗାମୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କୁ ଯେପରି ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେI ଶେଷରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାନନବାଳା କର ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ପ୍ରଦାନ କରିଥିଲେI ଏଥିରେ ଜିଲ୍ଲାର 26 ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ହିସାବ ରକ୍ଷକ ଓ ୱାର୍ଡେନ ମାନେ ଉପସ୍ଥିତ ଥିଲେ Iମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଡ