Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତୋଲ, 08/06/2025, ବିକ୍ରମ ଓଡ଼ିଶା ନିୟୁଜ: ୨୦୦୦ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ।

ତିର୍ତ୍ତୋଲ:-୮/୬-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ଶ୍ରୀ ଶ୍ରୀ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ଅଲଣା ର ୨୦୦୦ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ ତୁରୁଖା ବନଦୁର୍ଗେଇ ଠାକୁରାଣୀ ଙ୍କ ନିକଟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବନ୍ଧୁ ମିଳନ ଉତ୍ସବ ରେ ସ୍ବର୍ବଗାମୀ ହେଇଥିବା ବନ୍ଧୁ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ତାଙ୍କ କଥା କୁ ସମସ୍ତେ ମନେ ପକାଇଥିଲେ। ଏହାପରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ରେ ପଢୁଥିବା ସମୟର ଅନୁଭୂତି ବଖାଣିବା ସହିତ ଦୀର୍ଘ ବର୍ଷ ପରେ ସମସ୍ତେ ଏକାଠି ହୋଇଥିବାରୁ ବେଶ୍ ଖୁସି ପ୍ରକାଶ କରିଥିଲେ। ଏହା ସହିତ ଆଗାମୀ ବନ୍ଧୁମିଳନ ପଢିଥିବା ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗ୍ରହଣରେ ପାଳନ କରିବେ ବୋଲି ସମସ୍ତ ଛାତ୍ରଛାତ୍ରୀ ମତ ବ୍ୟକ୍ତ କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବ କୁ ରାଧାକାନ୍ତ ସାହୁ,ଖିରୋଦ ସ୍ବାଇଁ, ଶଶିଭୂଷଣ ପାଳ, ପ୍ରକାଶ ସ୍ବାଇଁ , ବାବାଜୀ ବାରିକ ,ଲିଲିବାଳା ପାତ୍ର ,ରିନା ବିଶ୍ଵାଳ ପ୍ରମୁଖ ଆୟୋଜିତ କରିଥିଲେ।ଶେଷରେ ଛାତ୍ର ବିକାଶ ସେଠୀ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହା ପରେ ଏକ ନୈଶ ଭୋଜିର ଆୟୋଜନ କରାଯାଇଥିଲା।