Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପ୍ରଧାନମନ୍ତ୍ରୀ ସଡ଼କ କାର୍ଯ୍ୟରେ ବିଳମ୍ବିତ ,ପିଚୁରାସ୍ତା କେବେ । 3

ହିଞ୍ଜିଳିକାଟୁ, 08/06/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରଧାନମନ୍ତ୍ରୀ ସଡ଼କ କାର୍ଯ୍ୟରେ ବିଳମ୍ବିତ ,ପିଚୁରାସ୍ତା କେବେ ।ହିଞ୍ଜିଳି କାଟୁ ୮/୦୬/୨୫,ସାଧାରଣଜନତା ଗୋଟିଏ ଗାଁରୁ ସହରକୁ ସୁବିଧାରେ ଯାତାୟତ କରିବା ସୁଯୋଗ ସୁବିଧା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନା କରିଛନ୍ତି ।କିନ୍ତୁ ରହିଥିବା ସୁଚନା ଫଳକ ନୁସାରେ ରାସ୍ତା କାର୍ଯ୍ୟ ଶେଷ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମେଟାଲ ମୋରମ ରୋଡ ରହିଛି । ତାହା ପୁଣି ମେଟାଲ ଗୁଡିକ ରାସ୍ତାରୁ ଉଠି ଯାଇ ମରଣଯନ୍ତା ପାଲଟିଛି । ଏପରିକା ଦୃଶ୍ୟ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସହକାରୀ ବିଭାଗୀୟ କାର୍ଯ୍ଯାଳୟ ଅଧିନରେ ଥିବା ରାସ୍ତାର ନାମ- ମହୁରି କଣା ଶେରଗଡ଼ ବ୍ଲକ୍ ବର୍ଡର ଠାରୁ ଖରିଡ଼ା ଜଙ୍କସନ ଭାୟା ସୋମ‌ପୁର ଜଙ୍କସନ୍ ଏନ୍.ଏଚ୍ ଜଙ୍କ ସନ୍(ଘୋଡା଼ହାଡ଼ ନଦୀ ବନ୍ଧ) OR-1-535 ମୋଟ ଦୈର୍ଘ୍ୟ . ୬.୨୩୦ କି.ମି ପିଚୁରାସ୍ତ୍ରୀ- ୬.୦୨୦ କି.ମି କଂକ୍ରିଟ ରାସ୍ତା ୦.୨୧୦ ଦେଖିବା ପାଇଁ ମିଳିଛି । ଖବରମୁତାବକ ସୁଚନଫଳକ ପ୍ରକାରେ ଏହି ରାସ୍ତାକୁ ୨୨/୦୭/୨୨ ତାରିଖରେ ଆରମ୍ଭ ହୋଇ ୨୧/୦୬/୨୩ ତାରିଖରେ ଶେଷ ହୋଇ ରକ୍ଷଣାବେକ୍ଷଣର ବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ରାସ୍ତାର କାର୍ଯ୍ୟ ଅସମ୍ପୂର୍ଣ୍ଣକୁ ଶ୍ରମିକଙ୍କଦ୍ବାରା ମେଟାଲ ସଜାଡ଼ିବା ଏବଂ ଗୋଡିଆ ମୋରମ ଓ ଡ଼ଷ୍ଟ ପାଉଡର ପାକାଇ ସମତୁଲ କରି ଉଠିଯାଇଥିବା ମୋରମ ଓ ମେଟାଲ ରାସ୍ତାକୁ ରୋଲର ସାହାଯ୍ୟରେ ସମତୁଲ କାର୍ଯ୍ୟ କରିବା ଶନିବାର ଦିନ ମଧ୍ୟାହ୍ନ ସମୟରେ ଦେଖିବା ପାଇଁ ମିଳିଛି ।ଫଳରେ ଉକ୍ତ ରାସ୍ତାରେ ପିଚୁ ଏବଂ କଂକ୍ରିଟ କାର୍ଯ୍ୟକୁ ମୌସୁମୀ ଆଗମନରେ କାର୍ଯ୍ୟ ସମ୍ପାଦିତ ନେଇ ସମ୍ଭାବନା ରହିଛି । ତେବେ ରାସ୍ତାର ରକ୍ଷଣାବେକ୍ଷଣ ସମୟରେ ମେଟାଲ ମୋରମ କାର୍ଯ୍ୟ କରି
Article Image
ମହୁରିକଣା ଶେରଗଡ଼ ବ୍ଲକ୍ ବର୍ଡର ଠାରୁ ଖରିଡ଼ା ଜଙ୍କସନ ଭାୟା ସୋମ‌ପୁର ଜଙ୍କସନ୍ ଏନ୍.ଏଚ୍ ଜଙ୍କ ସନ୍(ଘୋଡା଼ହାଡ଼ ନଦୀ ବନ୍ଧ) OR-1-535 ମୋଟ ଦୈର୍ଘ୍ୟ . ୬.୨୩୦ କି.ମି ପିଚୁରାସ୍ତ୍ରୀ- ୬.୦୨୦ କି.ମି କଂକ୍ରିଟ ରାସ୍ତା ୦.୨୧୦ ର ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଉପରେ ରାଜସ୍ବ ହରିଲୁଟ ହେବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ସହ ଉକ୍ତ ପ୍ରଧାନମନ୍ତ୍ରୀ ସଡ଼କ କାର୍ଯ୍ୟ କେବେ ଶେଷ ହେବ ପ୍ରଶ୍ନ ଉଠୁଛି । ପ୍ରକାଶ ଥାଉକି ଚଳିତ ବର୍ଷର ମାର୍ଚ୍ଚ ମାସରେ ହିଞ୍ଜିଳି ବ୍ଳକର ଗ୍ରାମ୍ଯ ରେଡ ହୋଇଥିବା ପିଚୁକାର୍ଯ୍ଯ ୨ଦିନ ନପୁରୂଣୁ ଫଡାଫଡା ହୋଇ ରାସ୍ତାରେ ପିଚୁକାର୍ଯ୍ଯ ଉଠିବା ହୋଇଥିଲା ।ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ।