ତିର୍ତ୍ତୋଲ, 09/06/2025, ବିକ୍ରମ ଓଡ଼ିଶା ନିୟୁଜ: *ଇବ୍ରିସଂ ଗୋହତ୍ୟା ମାମଲାରେ ୩ ଗିରିଫ।*ତିର୍ତ୍ତୋଲ-୯/୬-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଇବ୍ରିସଂ ପଞ୍ଚାୟତ ବଡ଼ମଠ ରେ ଥିବା ମୁସଲିମ ସାହିରେ ଗୋରୁ ମାଂସ କଟା ହେଉଥିବା ବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଯାହାକୁ ନେଇ ହିନ୍ଦୁ ମୁସଲିମ ଙ୍କ ବିରୋଧରେ ଗଣ୍ଡଗୋଳ ଆରମ୍ଭ ହବା ସହ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରାଯାଇଛି। ଏହାପରେ ତିର୍ତ୍ତୋଲ ଥାନା ଅଧିକାରୀ ପହଞି କଟାଯାଉଥିବା ଗୋମାଂସ ଯାଗାକୁ ଯାଇ ଗୋମାଂସ ର ଅଂଶବିଶେଷ କୁ ଜବତ କରିଥିଲେ। ଏହି ଘଟଣାରେ ତିର୍ତ୍ତୋଲ ପୋଲିସ ୨୬୨/୨୫ରେ ଏକ ମାମଲା ରୁଜୁ କରି ଆଜି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଲିମ ଶାହା,ମୁରସିଦ ସାହା, ମହମ୍ମଦ ମଜିମ ଖାଁନ ଙ୍କୁ ଇବ୍ରିସଂ ରୁ ଗିରଫ କରିଛି।