ରାହାମା , 09/06/2025, ବିକ୍ରମ ଓଡ଼ିଶା ନିୟୁଜ: ରାହାମାରେ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରାହାମା ତା 08/06/2025ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମାର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଦୈନିକ ଖବର କାଗଜ ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଏକ ମହତ ଦାନ ଓ ରକ୍ତ ହିଁ ଜୀବନ କୁ ଗୁରୁତ୍ୱ ଦେଇ ଆଜି ଗ୍ରୀଷ୍ମ ପ୍ରକୋପକୁ ଖାତରୀ ନକରି ରକ୍ତଦାନ ମହାପୁର୍ଣ୍ୟ ରକ୍ତଦାନ ଜୀବନ ଦାନ ମୁଖ୍ୟ ଉଦ୍ୟସରେ ମୋଟ ୫୫ ୟୁନିଟ ରକ୍ତ ସେଣ୍ଟ୍ରାଲ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କର ସ୍ୱାସ୍ଥ୍ୟ କର୍ମୀମାନେ ସଂଗୃହିତ କରିଥିଲେ। ଆଜିର ଏହି ଆମ ଓଡ଼ିଶା ରକ୍ତ ଦାନ ଶିବିରକୁ ଅନୁଷ୍ଠାନିକ ଭାବେ ରାହାମା ବଣିକ ସଂଘ ସଭାପତି ଶିଶିର କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭ ଉଦଘାଟନ କରି ଥିଲେ।ସ୍ୱତନ୍ତ୍ର ଅତିଥି ଭାବେ ଡ଼କ୍ଟର ସୌମ୍ୟ ରଞ୍ଜନ ବେହେରା,ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ରାହାମା ଯୁବ ସଂଗଠକ ପ୍ରତାପ ଚନ୍ଦ୍ର ଦାସ,ବୁଦ୍ଧି ଜୀବ ଅକ୍ଷୟ କୁମାର ସାହୁ, ସମାଜସେବୀ ଡ଼କ୍ଟର ସୁନାକର ବେହେରା,ବରିଷ୍ଠ ନାଗରିକ ଉତ୍ତମ ଚନ୍ଦ୍ର ଦାସ, ଦୁର୍ୟୋଧନ ପାତ୍ର ଓ ଅନ୍ୟମାନଙ୍କ ମଧ୍ୟରେ ତ୍ରୈଲୋକ୍ୟ ମହାନ୍ତି,ଦିଲ୍ଲୀପ କୁମାର ସାହୁ,ଚିତ୍ତରଞ୍ଜନ ସ୍ୱାଇଁ, ଅମୁଲ୍ୟ କୁମାର ସାହୁ, ରାଜେଶ ମହାପାତ୍ର ଇତ୍ୟାଦି ସହଯୋଗ କରିଥିଲେ। ଆଜିର ଏହି ରକ୍ତ ଦାନ ଶିବିରକୁ ମୁଖ୍ୟ ସଂଯୋଜକ ଭାବେ ପ୍ରତାପ କୁମାର ମହାପାତ୍ର ଓ ସମ୍ବାଦ ରାହାମା ପ୍ରତିନିଧି ଦେବାଶିଷ ଅକ୍ଷୟ କୁମାର ମହାନ୍ତି ପରିଚାଳନା କରିବା ସହିତ ଆଗକୁ ଆହୁରି ଏକ ମେଗା ରକ୍ତ ଦାନ ଶିବିର ଆୟୋଜନ କରିବା ନେଇ ମତବ୍ୟକ୍ତ କରିଥିଲେ।ରକ୍ତ ଦାତାଙ୍କ ମଧ୍ୟରେ ଶ୍ରୀକାନ୍ତ ଦାସ, ଅଲିପ ମହାପାତ୍ର, ରାଜୁ ସାହୁ,ଜଗମୋହନ ମହାନ୍ତି, ରାଜେଶ ମହାପାତ୍ର, ଜିତେନ୍ଦ୍ର ମହାରଣା, ରାହୁଲ ପାଢ଼ୀ, ନିରେଦ୍ର ମହାରଣା, ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ଚିରଞ୍ଜୀବ ସାହୁ, ପ୍ରିତି ପ୍ରଜ୍ଞାସିନି ସାହୁ, ସୃବ୍ରାଂଶୁ ଶେଖର ଦାସ, ଅବିନାଶ ସାହୁ, ବିନୋଦ ବରାଳ, ବିକାଶ ସାହୁ, ସତ୍ୟଜିତ ଦାସ,ସୌମ୍ୟ ରଞ୍ଜନ ସାହୁ, ଅମୁଲ୍ୟ କୁମାର ସାହୁ, ଅରବିନ୍ଦ କର, ଦିଲ୍ଲୀପ କୁମାର ସାହୁ, ଶିଶର କୁମାର ଦାସ, ରାକେଶ ପାତ୍ର, ପ୍ରତାପ ଚନ୍ଦ୍ର ଦାସ, ଶ୍ରୀନିବାସ ମହାନ୍ତି, ପ୍ରଭାତ କୁମାର ରାଣା, ସୌଭାଗ୍ୟ ବସନ୍ତିଆ, ଅମୁଲ୍ୟ କୁମାର ସ୍ୱାଇଁ, ଚିନ୍ମୟ ପାତ୍ର, ଶିବ ପ୍ରସାଦ ଦାସ, ପାର୍ଥ ସାରଥୀ ଦାସ, ଦେବ ସାହୁ, ତ୍ରିନାଥ ଦାସ, ସରୋଜ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ସୁରେଶ କୁଅର, ପ୍ରଦୀପ୍ତ ଲେଙ୍କା, ଦେବାଶିଷ ମହାପାତ୍ର, ସରୋଜ ମଲ୍ଲିକ,ତ୍ରୈଲୋକ ମହାନ୍ତି, ଆକାଶ ମହାପାତ୍ର, ଅଂଶୁମାନ ମହାପାତ୍ର, ଅରବିନ୍ଦ ମହାନ୍ତି, ଚନ୍ଦ୍ର ଶେଖର ବରାଳ ଆନନ୍ଦ ସ୍ୱାଇଁ, ପ୍ରକାଶ କୁମାର ପାତ୍ର, ସ୍ମୁତି ରଞ୍ଜନ ନାୟକ, ସୁଜାତା ପରିଡା, ସୁକାନ୍ତ ବରାଳ, ପ୍ରଦୀପ ସେଠି, ସୁମନ୍ତ ସାହୁ, ନିକୁଞ୍ଜ କିଶୋର ସାହୁ, ରଂଜିତ କୁମାର ସ୍ୱାଇଁ, ନରେଶ ପାତ୍ର ପ୍ରମୁଖ ରକ୍ତ ଦାତା ରକ୍ତଦାନ କରିଥିଲେ। ରକ୍ତ ଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ସହ ଶୁଖିଲା ମୁହଁରେ ହସ ଫୁଟାଇବା ରକ୍ତ ଦାନର ମୂଳ ଲକ୍ଷ୍ୟ ଆଗକୁ ଏଭଳି ରକ୍ତ ଦାନ ଶିବିର ଚାଲୁରହିବ
