Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତ୍ତୋଲ ବିଡ଼ିଓ ଙ୍କୁ ଭେଟିଲେ କଂଗ୍ରେସ ନେତା 2

ତିର୍ତୋଲ, 09/06/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ବିଡ଼ିଓ ଙ୍କୁ ଭେଟିଲେ କଂଗ୍ରେସ ନେତାତିର୍ତ୍ତୋଲ-୯/୬-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତିସଭ୍ଯ ମାନଙ୍କୁ ନେଇ
Article Image
ତିର୍ତ୍ତୋଲ ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଲୋକ ମାନଙ୍କ ସମସ୍ଯା ସମ୍ବନ୍ଧରେ ଆଲୋଚନା କରିଥିଲେ। ତିର୍ତ୍ତୋଲ ବ୍ଲକ ର ଅନେକ ଲୋକ ସରକାରଙ୍କ ବିଭିନ୍ନ ଯୋଜନା ଯଥା ଭତ୍ତା , ଆବାସ , ରାସନ କାର୍ଡ ଆଦି ଯୋଜନାରେ ଯୋଗ୍ଯ ହିତାଧିକାରୀ ହୋଇଥିଲେ ମଧ୍ଯ ସେମାନେ ଉକ୍ତ ସରକାରୀ ଯୋଜନା ଗୁଡିକର ସୁବିଧା ପାଇ ପାରୁ ନାହାଁନ୍ତି ଏଥିପ୍ରତି ଦୃଷ୍ଟି ଦେବାକୁ ବିଡିଓ ଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ । ଜଗନ୍ନାଥପୁର ପଞ୍ଚାୟତ ର ଜଣେ ଭିନ୍ନକ୍ଷମ ବ୍ଯକ୍ତି ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିଲେ ଇଂ ମଲ୍ଲିକ ଏହି ଦାବି ବିଡିଓ ଙ୍କ ନିକଟରେ ଜଣାଇଥିଲେ ବିଡିଓ ଏହାର ତୁରନ୍ତ ସମାଧାନ ଏବଂ ଉପରୋକ୍ତ ସମସ୍ତ ସମସ୍ଯା ର ସମାଧାନ ପାଇଁ ନିର୍ଭର ଯୋଗ୍ଯ ପ୍ରତିଶୃତି ଦେଇଥିଲେ। ବ୍ଲକ କଂଗ୍ରେସ ଉପ ସଭାପତି ଧନଞ୍ଜୟ ସୂତାର ,ମୂଳିସିଂ ସରପଞ୍ଚ ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ସଭାପତି ସଫି ଆଜମ୍ , ଗରାମ ସରପଞ୍ଚ ପ୍ରଦ୍ଯୁମ୍ନ କିଶୋର ଚୟନୀ , ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ , ତେନ୍ତୁଲିପଦା ସରପଞ୍ଚ ସରୋଜିନୀ ପରିଜା , ମଣିଜଙ୍ଗା ସମିତିସଭ୍ଯା ନଚିକେତା ଦାସ , ପିପ୍ପଳମାଧବ ସମିତିସଭ୍ଯା ସୁନିଶ୍ଚିତା ସାହୁ , କୋଷ୍ଟିମଲ୍ଲିକୀପୁର ସମିତିସଭ୍ଯା ରାଜଲକ୍ଷ୍ମୀ ମଲ୍ଲିକ , ତୁଳଗଂ ସମିତିସଭ୍ଯ ଦେବୀ ପ୍ରସାଦ ପାଳ , ମୂଳିସିଂ ସମିତିସଭ୍ଯ ରଜଂନ ସାହୁ , ଶ୍ରୀପତି ଲେଙ୍କା , ଦେବବ୍ରତ ତ୍ରିପାଠୀ , ରିଙ୍କୁ ପାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।
Article Image