Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପୁରାତନ ଛାତ୍ର ସଂସଦର ତରଫରୁ ଜନତା ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ 3

ଖୋର୍ଦ୍ଧା , 09/06/2025, ବିକ୍ରମ ଓଡ଼ିଶା ନିୟୁଜ: ପୁରାତନ ଛାତ୍ର ସଂସଦର ତରଫରୁ ଜନତା ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକଟାଙ୍ଗୀ ୦୯|୦୬ : କୁହୁଡ଼ି ଜନତା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ପାଇଁ ପୁରାତନ ଛାତ୍ର ସଂସଦ ତରଫରୁ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ୱରର ମହର୍ଷି ମହାବିଦ୍ୟାଳୟର ପରିସରରେ ସଭାପତି ମନୋଜ କୁମାର ମାନସିଂହଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜନ ହୋଇଯାଇଛି | ଏହି ସଭାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ, ନିଶା ନିବାରଣ ସଚେତନ, ଅଧିକରୁ ଅଧିକ ସଭ୍ୟ, ପ୍ରତିଷ୍ଠା ଦିବସକୁ ସରସ ଓ ସୁନ୍ଦର କରିବା, ଅତିଥି ନିମନ୍ତ୍ରଣ, କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା, ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ଓ ପଞ୍ଜିକରଣ ବିଷୟରେ ଆଲୋଚନା କରାଯାଇଥିଲା | ସମ୍ପାଦକ ପ୍ରଶାନ୍ତ ଭୁଜବଳ, ରବି ନାରାୟଣ ସୁବୁଦ୍ଧି, ପ୍ରାଣନାଥ ପ୍ରଧାନ, ସୁବାସ ପାଇକରାୟ, ଜିତେନ୍ଦ୍ର ବାଘସିଂହ, ପଦ୍ମ ବେହେରା, ହିମାଂଶୁ ସୁବୁଦ୍ଧି, ଲଳିତ ମୋହନ ଭୁଜବଳ, ପବିତ୍ର ଭୁଜବଳ, ପ୍ରଣବ ପଟ୍ଟନାୟକ, ନୃସିଂହ ଛୁଆଲସିଂହ, ଯଦୁମଣି ବେହେରା, ପ୍ରସନ୍ନ ସୁବୁଦ୍ଧି, ହରିବନ୍ଧୁ ସାମନ୍ତରାୟ, ନିଶିରଞ୍ଜନ ବଳବନ୍ତରାୟ ଓ ଗୁରୁବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |
Article Image
Article Image