Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 09/06/2025, ବିକ୍ରମ ଓଡ଼ିଶା ନିୟୁଜ: ଘର ନିର୍ମାଣ କୁ ବିରୋଧ, ଜୀବନ ରୁ ମାରି ଦେବାକୁ ଦେଲେ ଧମକ09/06/20225,ଜଗତସିଂହପୁର,
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଗାଁ ପଞ୍ଚାୟତ ନୂଆଗାଁ ମଠସାହି ପଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା,ନୂଆଗାଁ ମଠସାହି ପଡା ର ଅରଖିତ ସ୍ବାଇଁଙ୍କ ଘର ନିର୍ମାଣ କାମକୁ କିଛି ଲୋକ ବିରୋଧ କରୁଥିବା ନେଇ ଅଭୟ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ ପକାଇ ନଦେବାକୁ ସେମାନେ ଧମକ ଦେବା ସହ ଅରଖିତକୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ କହିଥିବା ଏତଲାରେ ଉଲ୍ଲେଖ ଅଛି। ପ୍ରକାଶଯୋଗ୍ୟ,ପ୍ଲଟ ନମ୍ବର-୨୧୭୬, ଖାତା ନମ୍ବର ୧୪୯,ଏ୦.୧୪ ସ୍ଥିତିବାନ ଜାଗାରେ ଶ୍ରୀ ସ୍ବାଇଁ କୋଠା ଘର ନିର୍ମାଣ କରୁଛନ୍ତି।ଛାତ ପକାଇବା ଲାଗି ସଟରିଙ୍ଗ କାମ ସରିଛି। କିଛି ଖଳ ପ୍ରକୃତିର ଲୋକେ ସ୍ଥାନୀୟ ମହିଳାଙ୍କୁ ମତାଇ ସଟର ଭାଙ୍ଗି ଦେଇଛନ୍ତି। ଅରଖିତ ଏବଂ ତାଙ୍କ ପରିବାରର ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏପରିକି ଅରଖିତ ସେମାନଙ୍କ ଧମକପୂର୍ଣ୍ଣ କଥାରେ ଭୟକରି ଗାଁକୁ ଯାଇ ପାରୁନଥିବା ପୋଲିସକୁ ଲିଖିତ ଜଣାଇଛନ୍ତି।ସେ ନିଜର ତଥା ପରିବାରର ସୁରକ୍ଷା ସହିତ ବିରୋଧ କରୁଥିବା ଲୋକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ନିରାପଦରେ ଛାତପକାଇବା ପାଇଁ ପୋଲିସ ପ୍ରଶାସନର ସହଯୋଗ ଲୋଡିଛନ୍ତି।ରିପୋର୍ଟ -ପ୍ରମୋଦ ମଲ୍ଲିକ,