ଟାଙ୍ଗୀ, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରସିଦ୍ଧ ମୁଖାପିନ୍ଧା ତାଳଢିହ ରାମଲୀଳା ଆରମ୍ଭ

ଟାଙ୍ଗୀ, ୨୯|୦୪ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରତନପୁର ଗ୍ରାମପଞ୍ଚାୟତ ତାଳଢିହ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପୀଠରେ ପ୍ରସିଦ୍ଧ ରାମଲୀଳା ପୌରାଣିକ ଗାଥା ଆନନ୍ଦ ହୁଲ୍ଲାସ ର ସହିତ ଆରମ୍ଭ ହୋଇଯାଇଛି | ଏହି ଅଞ୍ଚଳର ଗ୍ରାମବାସୀ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଠାରୁ ଆରମ୍ଭ ହୋଇ ରାଜ୍ୟାଭିଶେକ୍ଷ ଯାଏଁ ସଙ୍କଳ୍ପରେ ରହି ପୌରାଣିକ ଆଖ୍ୟାନ ସମ୍ବଳିତ ପ୍ରସଙ୍ଗ ଉପରେ ପ୍ରସ୍ତୁତ ନାଟକ ପରିବେଷଣ କରନ୍ତି | ବୈଶାଖ କୃଷ୍ଣ ଦ୍ଵାଦଶୀ ତିଥିରେ ଶୁକ୍ରବାର ଦିନ ରଘୁନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅନଙ୍ଗନରେନ୍ଦ୍ରଙ୍କ ରଚିତ ରାମଲୀଳା ନାଟକ ପରିବେଷଣ କରାଯାଇଥିଲା | ପ୍ରଥମ ଦିବସରେ ଅଯୋଧ୍ୟାରେ ମହାରାଜ ଦଶରଥଙ୍କ ଚାରୋଟି ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରନ୍ତି ତଥା ଅଯୋଧ୍ୟାରେ ଖୁସୀର ଲହରୀ ଖେଳିଯାଏ | ତାଡକା ବଧ, ଶ୍ରୀରାମ ମାତା ସୀତାଙ୍କ ବିବାହ, ରାମ ପର୍ଶୁରାମ ଭେଟ ଓ ରାମ ବନବାସ ହୋଇଥିଲା ବେଳେ ମଙ୍ଗଳବାର ଦିନ ସୃପନଖା ଭେଟ | ଏହି ସର୍ବପୁରାତନ ରାମଲୀଳା ନାଟକରେ କାଠରେ ତିଆରି ମୁଖା ପରିଧାନ କରିଥାଆନ୍ତି | ଏହି ଅପରୂପ ଦୃଶ୍ୟ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶହ ଶହ ରାମଭକ୍ତଙ୍କ ସମାଗମ ହୋଇଥିଲା | ରାମ ଭୂମିକାରେ ସୁଧୀର ପ୍ରଧାନ, ଲକ୍ଷ୍ମଣ ଭୂମିକାରେ କୁନାଲ ପ୍ରଧାନ, ସୀତା ଭୂମିକାରେ ଅମିତ୍ ସାହୁ, ଦଶରଥ ଭୂମିକାରେ ବିଚିତ୍ର ସାହୁ, ଜନକ ଭୂମିକାରେ ପ୍ରତାପ ବେହେରା, କୌଶଲ୍ୟା ଭୂମିକାରେ ବସନ୍ତ ବେହେରା, କୈକେଇ ଭୂମିକାରେ ପବନା ପଳାଇ, ସୁମିତ୍ରା ଭୂମିକାରେ ତ୍ରିନାଥ ଭୁଜବଳ, ପର୍ଶୁରାମ ଭୂମିକାରେ ସନ୍ଦୀପ ସାମନ୍ତରାୟ, ତାଡକା ଭୂମିକାରେ କାର୍ତ୍ତିକ ପ୍ରଧାନ, ଗାୟକ ଅମିନ ପ୍ରଧାନ ଓ ବାୟକ ଟୁଲୁ ପ୍ରଧାନ ଅଂଶଗ୍ରହଣ କରିଥିଲେ | ପରିଚାଳନା କମିଟି ସଭ୍ୟ ପ୍ରଦୀପ ଭୁଜବଳ, ଗଣେଶ ପ୍ରଧାନ, ବ୍ରମର ବଳିୟାରସିଂହ, ସୁରେନ୍ଦ୍ର ପ୍ରଧାନ, ରାମ ପ୍ରଧାନ, ଅଜିତ ପାଇକରାୟ, ସୁବାସ ସାହୁ, ବିନାୟକ ପ୍ରଧାନ, ସୁବାସ ସାମନ୍ତରାୟ ଓ ଧଡୁ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ |ଖୋର୍ଦ୍ଧା ରୁ ବିଜୟ ବାହୁ ବଳେନ୍ଦ୍ର ଙ୍କ ରିପୋର୍ଟ

