Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ହାଇୱା ଧକ୍କାରେ ଷଣ୍ଢର ମୃତ୍ୟୁ 2

ବୁଗୁଡ଼ା, 09/06/2025, ବିକ୍ରମ ଓଡ଼ିଶା ନିୟୁଜ: ହାଇୱା ଧକ୍କାରେ ଷଣ୍ଢର ମୃତ୍ୟୁ
Article Image
ବୁଗୁଡ଼ା,୦୯/୦୬(ସୋରେନ କୁମାର ପ୍ରଧାନ): ବୁଗୁଡ଼ା-ବାଲିପଦର ମୁଖ୍ୟରାସ୍ତାର ଝୋଲୋରୀ ଗାଁଠାରେ ହାଇୱା ଧକ୍କାରେ ଗୋଟିଏ ଷଣ୍ଢର ମୃତ୍ୟୁ ଘଟିଥିବା ଜଣାଯାଇଛି l ଆଜି ଭୋର ସମୟରେ ମିଲ ଛକରେ ଷଣ୍ଢଟି ରାସ୍ତା ପାର ହେଉଥିବା ଥିବା ବେଳେ ବୁଗୁଡ଼ାରୁ ବାଲିପଦର ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇ ପଳାଇଥିଲା l ଷଣ୍ଢର ବିକଟାଳ ରଡି ଶୁଣି ଆଖପାଖରେ ଥିବା ଲୋକେ ପହଞ୍ଚି ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ଷଣ୍ଢଟି ଶେଷରେ ଆଖି ବୁଜି ଦେଇଥିଲା l ଗ୍ରାମବାସୀ ପୂଜା ପାଠ କରି ଶିବ ମନ୍ଦିର ନିକଟରେ ଷଣ୍ଢର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରିଥିଲେ l