Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସୀମା ନିର୍ଦ୍ଧାରଣ ବନ୍ଦ ଓ ପଟ୍ଟା ଖାରଜ ପାଇଁ ଅଭିଯୋଗ କଲେ ଗ୍ରାମବାସୀ 2

ଖଇରା, 09/06/2025, ବିକ୍ରମ ଓଡ଼ିଶା ନିୟୁଜ: ସୀମା ନିର୍ଦ୍ଧାରଣ ବନ୍ଦ ଓ ପଟ୍ଟା ଖାରଜ ପାଇଁ ଅଭିଯୋଗ କଲେ ଗ୍ରାମବାସୀ
Article Image
ଖଇରା,୦୯/୬/୨୫ - ସରକାରୀ ଜମିକୁ ପଟ୍ଟା ନେବା ଓ ପରେ ନିଜ ଦଖଲକୁ ନେବା ଉଦ୍ଦେଶ୍ୟରେ ମାପ କରାଯିବାକୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଧିନରେ ଥିବା ଜିଆଣିପଦା ମୌଜାରେ ଦେଖିବାକୁ ମିଳିଛି । ଘଟଣାରୁ ଜଣାଯାଇଛି ଯେ ସୁଜାଗଡ଼ ମୌଜାର ରମାମଣି ବେହେରା ନିଜକୁ ଭୂମିହୀନ ଦର୍ଶାଇ ଜିଆଣିପଦା ମୌଜାର ରକ୍ଷିତ ଅନାବାଦି ଖାତା ନମ୍ବର ୧୦୫, ପ୍ଲଟ ନମ୍ବର ୨୬୯ ଏରିଆ ୧୦ ଡିସିମିଲରୁ ୬ ଡିସିମିଲ ଜମିକୁ ରମାମଣି ବେହେରା ସ୍ବାମୀ ଭାଗବତ ବେହେରା ଏଲ.ଇ. କେସ୍ ନମ୍ବର ୨୧୦/୯୮ ମୂଳେ ନିଜ ନାମରେ ପଟ୍ଟା ନେଇ ନୂତନ ଖାତା ନମ୍ବର ୯୭/୬୮ ଓ ନୂତନ ପ୍ଲଟ ନମ୍ବର ୨୬୯/୩୧୮ ରେ ସୀମିତ ଅଛନ୍ତି । ପଟ୍ଟା ନେବା ଠାରୁ ଦଖଲ ନିମନ୍ତେ ବିଭିନ୍ନ ସମୟରେ ମାପ ଦ୍ବାରା ଚେଷ୍ଟା କରି ଆସୁଥିଲେ ମଧ୍ୟ ସଫଳ ହୋଇ ପାରୁନଥିଲେ । ଶେଷରେ ବାଧ୍ୟ ହୋଇ ଥାନାରେ ଦ୍ବାରସ୍ଥ ହୋଇଥିଲେ । ରମାମଣିଙ୍କ ଅଭିଯୋଗ ଗ୍ରହଣ କରି ମାପ ଦ୍ବାରା ସ୍ଥାୟୀ ସମାଧାନ ନିମନ୍ତେ ଖଇରା ଥାନା ତହସିଲଦାରଙ୍କ ସହଯୋଗ ଲୋଡିଥିଲେ । ତହସିଲଦାର ଅମିତ୍ ରଞ୍ଜନ ହୋତା ମାପ ପାଇଁ ଚିଠି ନମ୍ବର ୨୨୯୭ ତା ତା ୨୫.୫.୨୦୨୫ ରିଖରେ ଅମିନକୁ ନିର୍ଦ୍ଦେଶ ଦେଇଥିଲେ । ତହସିଲଦାରଙ୍କ ନିର୍ଦ୍ଦେଶ ମୁତାବକ ଗତ ୦୬.୬.୨୦୨୫ ରିଖ ଦିନ ମାପ ହୋଇଥିଲେ ମଧ୍ୟ ସମାଧାନ ହୋଇପାରି ନଥିଲା ।ସେପଟେ ସୀମା ନିର୍ଦ୍ଧାରଣ ବନ୍ଦ ଓ ପଟ୍ଟା ଖାଇଜ ପାଇଁ ଗ୍ରାମବାସୀ ମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ ଯୋଗ କରିଛନ୍ତି । ଏଥିସହିତ ଜିଲ୍ଲାପାଳ ବାଲେଶ୍ବର, ଉପ-ଜିଲ୍ଲାପାଳ ବାଲେଶ୍ବର, ଆରଡିସି ବାଲେଶ୍ବର, ଆର ଆଇ, ସରପଞ୍ଚ,ସମିତି ସଭ୍ୟ, ଚେୟାରମ୍ୟାନଙ୍କୁ ବିହିତ କାର୍ଯ୍ଯାନୁଷ୍ଠାନ ନିମନ୍ତେ କପି ପ୍ରଦାନ କରିଛନ୍ତି । ପ୍ରହଲ୍ଲାଦ ଗାହାଣ, ମନୋଜ ପାତ୍ର, ଲକ୍ଷ୍ମୀଧର ପାତ୍ର,ଜାନକୀ ଲତା ପାତ୍ର, ଭୀମସେନ ଦାସ,ଭରତ ଦାସ, ମନୋରଞ୍ଜନ ଦାସ, ସୁଶାନ୍ତ,ଶ୍ରୀକାନ୍ତ ଦାସ, ଜୟଶ୍ରୀ ମହାନ୍ତି, କୈଳାସ ପରିଡ଼ା, ଗାୟତ୍ରୀ ବେହେରା, ଶୁଭଶ୍ରୀ ଜେନା, ମଞ୍ଜୁଲତା ଦାସ,ଜୟଶ୍ରୀ ଜେନା, ଗୀତାରାଣୀ ପାତ୍ର, ଭାଗିରଥି ପାତ୍ର, ଗୌରାଙ୍ଗ ଦାସ,କୃଷ୍ଣ ଚନ୍ଦ୍ର ପରିଡ଼ା, ସୁମତୀ ଦାସ ପ୍ରମୁଖ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ଯପଟେ ରମାମଣିଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଜାଲିଆତି ପଟ୍ଟା ପାଇ ନାହାନ୍ତି ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ରମାମଣି ବେହେରା ପିତା କ୍ଷେତ୍ର ବେହେରା, ସ୍ବାମୀ ଭାଗବତ ରାଉତ ହୋଇଥିବା ବେଳେ ପଟ୍ଟାରେ ସ୍ବାମୀଙ୍କ ନାମ ଭାଗବତ ବେହେରା ଅଛି ଯାହା ଅଭିଯୋଗରେ ଦର୍ଶାଇଛନ୍ତି ଅଭିଯୋଗକାରୀ ମାନେ । ମାପ ସମୟରେ ଆର ଆଇ,ପୋଲିସ, ଫଟୋଗ୍ରାଫର,ସାମ୍ବାଦିକ ଓ ଅନ୍ଯାନ୍ଯ ବ୍ଯକ୍ତି ମାନେ ଉପସ୍ଥିତ ଥିଲେ । ସଠିକ୍ ତଦନ୍ତ ହେଲେ ଅଭିଯୋଗ ଠିକ୍ ନା ପଟ୍ଟା ଠିକ୍ ଜଣାପଡିବ ବୋଲି ଜନସାଧାରଣ ଆଶା ରଖିଛନ୍ତି ।।
Article Image
ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ