Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନଦୀବନ୍ଧ କୁ ସୁଦୃଢ କରିବା ବଦଳରେ ତାଡିଦେଲା ଠିକାଦାର 4

ତିର୍ତୋଲ, 10/06/2025, ବିକ୍ରମ ଓଡ଼ିଶା ନିୟୁଜ: ନଦୀବନ୍ଧ କୁ ସୁଦୃଢ କରିବା ବଦଳରେ ତାଡିଦେଲା ଠିକାଦାର
Article Image
ବନ୍ୟା କୁ ନେଇ ଭୟଭୀତ ୫ ପଞ୍ଚାୟତବାସୀତିର୍ତ୍ତୋଲ:-11/6 ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ ବିଭାଗ ଅଧୀନ କୃଷ୍ଣାନନ୍ଦପୁର ଠାରୁ ପୋଷଲ ମହାନଦୀ ବନ୍ଧ ସୁଦୃଢ଼ୀକରଣରେ ବ୍ୟାପକ ଅନିୟମିତତା l ଏହି ନଦୀବନ୍ଧ କୁ ଧୋୟା ଅଞ୍ଚଳର ୫ ଟି ପଞ୍ଚାୟତ ର ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବନାହିଁ l ଓସିସି ଏହି ନଦୀ ବନ୍ଧକୁ ଟେଣ୍ଡର ନେଇ ଖାଲି ବନ୍ଧ ସହିତ ଖେଳ ଖେଳିନି ହଜାର ହଜାର ଜନସାଧାରଣଙ୍କ ଜୀବନ ସହିତ ଖେଳ ଖେଳିଛି lଏହି ୭ କିଲୋମିଟର ବନ୍ଧ ର ଟେଣ୍ଡର ଓଡ଼ିଶା କନଷ୍ଟ୍ରକସନ କର୍ପୋରେସନ ସଂସ୍ଥା (ଓସିସି) ୮ କୋଟିରୁ ଉର୍ଦ୍ଧ ଅର୍ଥରେ ପ୍ରାପ୍ତ କରିଛି l ଠିକାଦାର ନଦୀବନ୍ଧର ଦୁଇ କଡରେ ଥିବା ବହୁ ପୁରୁଣା ବିରାଟ ବିରାଟ ଗଛ କାଟି ନଦୀ ବନ୍ଧ କଡ଼ରୁ ବାଲି ମିଶା ମାଟି ଜେସିବି ମେସିନ ସାହାର୍ଯ୍ୟରେ ତାଡି ବନ୍ଧ କଡରେ ପକାଇଛି l ଦୁଇ କଡରେ ବେଞ୍ଚିଙ୍ଗ କରି ନୂଆ ମାଟି ପକାଇବା ବଦଳରେ ବନ୍ଧ ତାଡି ପକାଇବାରୁ ବନ୍ୟା ଆସିଲେ ବନ୍ଧ ଭାଙ୍ଗିବାର ସମ୍ଭାବନା ରହିଛି l ପୁରୁଣା ବନ୍ଧରୁ ମାଟି ତାଡିଵା ଦ୍ୱାରା ବଡ଼ ଗାତ ସୃଷ୍ଟି ହୋଇଛି l ଯାହା ଫଳରେ ବନ୍ୟା ଆସିଲେ ବନ୍ୟା ପାଣିରେ ମାଟି ଧସି ହୋଇ ଭାଙ୍ଗିବାର ସମ୍ଭାବନା ବହୁତ ରହିଛି l ଏହି ନଦୀ ବନ୍ଧ ଅଞ୍ଚଳରେ ୫ ଟି ପଞ୍ଚାୟତ ର ବାସିନ୍ଦା ବସବାସ କରନ୍ତି l ଜଳସମ୍ପଦ ବିଭାଗ ମଣିଜଙ୍ଗା ପକ୍ଷରୁ ଏଭଳି ଅନିୟମିତତା କାର୍ଯ୍ୟ ପାଇଁ ବନ୍ଧର କାମକୁ ବନ୍ଦ କରିବା ସତ୍ୱେ ଠିକାଦାର ଜୋର ଜବରଦସ୍ତ ଏଭଳି ଦୁର୍ନୀତି କରିଛି l ସରକାର ଙ୍କ କୋଟି କୋଟି ଟଙ୍କା ଆତ୍ମସାତ କରିବାପାଇଁ ମସୁଧା ଚଳାଇଥିବା ଜନସାଧାରଣ ଅଭିଯୋଗ କରୁଛନ୍ତି l ଟେଣ୍ଡର ମୁତାବକ କୃଷ୍ଣାନନ୍ଦପୁର - ପୋଷଲ ପର୍ଯ୍ୟନ୍ତ ନଦୀ ବନ୍ଧ ପିଚୁ ରାସ୍ତା ନିର୍ମାଣ କରାଯିବ l ସେଥିପାଇଁ ନଦୀ ବନ୍ଧର ଦୁଇ ପାର୍ଶ୍ଵରେ ବେଞ୍ଚି କରାଯାଇ ବାହାରୁ ମାଟି ଆଣି କରାଯିବା କଥା l ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ବାହାରୁ ମାଟି ଆଣିବା ବଦଳରେ ବନ୍ଧର ଦୁଇ ପାର୍ଶ୍ଵରୁ ବାଲି ମିଶା ମାଟିକୁ ତାଡି ଠିକାଦାର ଓ ଓସିସି କର୍ତ୍ତୃପକ୍ଷ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବାପାଇଁ ମସୁଧା ଚଳାଉଥିବା ସ୍ଥାନୀୟ ବାସିନ୍ଦା କହୁଛନ୍ତି l ଓସିସି ର ଠିକାଦାର କାର୍ଯ୍ୟସ୍ଥଳୀ କୁ ନ ଆସି ସମସ୍ତ ଦାୟିତ୍ୱ ସ୍ଥାନୀୟ ଅଞ୍ଚଳ ର ଜନୈକ ଅସାମାଜିକ ଯୁବକ କୁ ଦେଇ ନିଧଡ଼ିକିରେ ବସିପଡିଛନ୍ତି l ଏପଟେ ଏହି ବ୍ୟକ୍ତି ଜଣଙ୍କ ବଡ଼ ବଡ଼ ଜେସିବି ମେସିନ ଦ୍ୱାରା ନଦୀ ବନ୍ଧର ଦୁଇ ପାର୍ଶ୍ଵ ରେ ଥିବା ବଡ଼ ବଡ଼ ଗଛ ଗୁଡିକୁ ଅତ୍ୟନ୍ତ ନିଷ୍ଠୁର ଭାବେ ଉପାଡି ଫୋଫାଡ଼ି ଦେଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି l ସ୍ଥାନୀୟ ବାସିନ୍ଦା ଓ ଜନସାଧାରଣ ଙ୍କ ଅଭିଯୋଗ କ୍ରମେ ମଣିଜଙ୍ଗା ଜଳସମ୍ପଦ ସବ-ଡିଭିଜନ ଏସଡ଼ିଓ ପ୍ରତ୍ୟୁଷ ତରାଇ ଓ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ନଦୀ ବନ୍ଧ ପରିଦର୍ଶନ କରି ଓସିସି କୁ ଅବଗତ କରାଇବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚେତାବନୀ ଦେଇଛନ୍ତି ଳ ଅନ୍ୟ ପକ୍ଷରେ ଓସିସି ଟେଣ୍ଡର କରି ନିଜ ଦାୟିତ୍ୱ ସାରିଦେଲା ଭଳି ମନେ ହେଉଛି | ନଦୀ ବନ୍ଧ ପୂର୍ବଭଳି କରିବା ପାଇଁ ଦୁଇ କଡରେ ଆବଶ୍ୟକ ଅନୁଯାଇ ବେଞ୍ଚି କରି ବାହାରୁ ମାଟି ଆଣି ପକାଇବା ସହିତ ସୁଦୃଢ କରିବାପାଇଁ ଜନସାଧାରଣ ଦାବୀ କରିଛନ୍ତି l ପାଞ୍ଚଟି ପଞ୍ଚାୟତ ର ସୁରକ୍ଷା କୁ ଦୃଷ୍ଟିରେ ରଖି ଠିକାଦାରର ଏଭଳି ଦୁର୍ନୀତି କାର୍ଯ୍ୟ ପାଇଁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ସହିତ ନଦୀ ବନ୍ଧ ପୂର୍ବରୁ ଯେମିତି ଥିଲା ସେହିଭଳି କରିବାପାଇଁ ପଞ୍ଚାୟତର ଜନସାଧାରଣ ମାନେ ଦାବୀ କରିଛନ୍ତି |ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, (ବିକ୍ରମ ଓଡିଶା )