Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସ୍ବରସ୍ବତୀ ମନ୍ଦିର ଶିକିରି ବିଦ୍ୟାଳୟ ପରିସରରେ ସଂକୁଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 1

ହିଞ୍ଜିଳିକାଟୁ, 10/06/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସ୍ବରସ୍ବତୀ ମନ୍ଦିର ଶିକିରି ବିଦ୍ୟାଳୟ ପରିସରରେ ସଂକୁଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଚଳିତ ମାସର ୯ ତାରିଖ ସୋମବାର ଦିନ ପୁର୍ବାହ୍ନ ୧୦ଘଣ୍ଟ ସମୟରେ ବିଦ୍ୟାଳୟ ପ୍ରତିଷ୍ଠା ତଥା ପରିଚାଳକ ରମାକାନ୍ତ ପାଢ଼ୀ ଦୀପ ପ୍ରଜ୍ଯୁଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଶିକିରି ସହିତ ଜାମୁନି ,ନନ୍ଦିକ ରାଳବ , ଗାଙ୍ଗଦହଣୀ , ସାରୁ , ସମରଝୋଳ, ରାଉଳପଲ୍ଲୀ ହିଞ୍ଜିଳିକାଟୁ ,ଦୁରୁବନ୍ଧ , କଂଚୁରୁ ଆଦି ଶାଖା ବିଦ୍ଯାଳୟର ପ୍ରଧାନଆଚାର୍ଯ୍ଯ /ଆଚାର୍ଯ୍ଯା ମାନେ ତାଲିମ ଶିବିରରେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଅବସର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡିତ ଓ ରଞ୍ଜନ କୁମାର ସାହୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହିଞ୍ଜିଳି ବ୍ଳକ ଶିକିରି କ୍ଳଷ୍ଟରର ସିଆରସିସି ଗୋପାଳ କୃଷ୍ଣ ପ୍ରଧାନ ଯୋଗଦେଇ ଶିକ୍ଷାଦାନ ପ୍ରୋଜେକ୍ଟର କୁ ଉନ୍ମୋଚିନ କରିଥିଲେ। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରଧାନଆଚାର୍ଯ୍ଯ ସୀମାଞ୍ଚଳ ପାଣିଗ୍ରାହୀ ଓ ଶତ୍ରୁଘ୍ନ ନାୟକ , ପ୍ରଧାନଆଚାର୍ଯ୍ଯା ପି ମହାଲକ୍ଷ୍ମୀ ଓ ସୁଶ୍ରୀ ଲିଲି ସାହୁ ପରିଚାଳନା କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ବିଦ୍ୟାଳୟ ପରିଚାଳକଙ୍କ ସୁଚାନା ରହିଛି । ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।
Article Image