Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 1

ତିର୍ତୋଲ, 10/06/2025, ବିକ୍ରମ ଓଡ଼ିଶା ନିୟୁଜ: ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାତିର୍ତ୍ତୋଲ ୧୦/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ନିମକଣା କଲ୍ୟାଣୀ ମଣ୍ଡପ ପରିସରରେ ମିଶନ ଶକ୍ତି ପକ୍ଷରୁ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟ ଜିତ ସ୍ୱାଇଁ, ଅତିରିକ୍ତ ତହସିଲଦାର କଳ୍ପନା ତପସ୍ୱିନୀ ନାୟକ, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ତନୁ କଳ୍ପିତା ପଣ୍ଡା, ଏନ ଏମ ଅଞ୍ଜଳି ସାମଲ, ଓଡ଼ିଶା ଜୀବିକା ମିଶନ ଅଧିକାରୀ କଳ୍ପନା ଦଳାଇ, ବ୍ଲକ ପ୍ରକଳ୍ପ ପରିଚାଳିକା ଜ୍ୟୋସ୍ନାରାଣୀ ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ l ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦ୍ବୀପ ପ୍ରଜ୍ବଳନ ଓ ପୁଷ୍ପ ପ୍ରଦାନ କରି ଉଦଘାଟନ କରିଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା l ତିର୍ତ୍ତୋଲ ଗ୍ରାମ ପଂଚାୟତ ସମ୍ପ୍ର ସାରଣ ଅଧିକାରୀ ବିଶ୍ୱଜିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ରେ ୨୯ ଟି ପଂଚାୟତ ରୁ ୨୬ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇ ପ୍ରାରମ୍ପରିକ ଖାଦ୍ୟ ପରିବେଷଣ କରିଥିଲେ l ଏଥିରେ ସର୍ବାଧିକ ମଣ୍ଡିଆ ରେ ପ୍ରସ୍ତୁତି ବିଭିନ୍ନ ସୁସାଦ୍ୟୁ ପିଠା, ଖିରି, ଯାଉ, ମଣ୍ଡିଆ ପକୋଡା, ପୋଡ଼ପିଠା, ଛୁଞ୍ଚି ପତ୍ର, ଏଣ୍ଡୁରି, କାକେରା, ବରା, ରସବରା ଆଦି ହାତ ତିଆରି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା l ଏହି ପ୍ରତିଯୋଗିତା ରେ ୨୬ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବାବେଳେ ପ୍ରଥମ ସ୍ଥାନରେ ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀ ସାମନ୍ତରାପୁର ଓ ଦ୍ୱିତୀୟ ସ୍ଥାନରେ ମହାବୀର ସ୍ୱୟଂ ସହାୟକ ଗୋଷ୍ଠୀ ଗରାମ ପଂଚାୟତ କୁ ୫ ହଜାର ଓ ୪ ହଜାର ଅର୍ଥ ରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଓଲେଏମର ରଶ୍ମି ରଞ୍ଜନ ବେହେରା, ବିନୋଦ କୁମାର ଭୂୟାଁ,, ସରୋଜିନୀ ବାରିକ, ସାଗରୀକା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ l ଏଥିରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ର କ୍ୟାଡର ମାନେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ନିରାପତ୍ତା ସୁରକ୍ଷା ପାଇଁ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ଶାନ୍ତି ଶୃଙ୍ଖଳା ପାଇଁ ତିର୍ତ୍ତୋଲ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l ବ୍ଲକ ପ୍ରକଳ୍ପ ପରିଚାଳିକା ଜ୍ୟୋସ୍ନରାଣୀ ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବ୍ଲକ ପ୍ରଶାସନ ଅଧିକାରୀ ମାନେ ପରିଚାଳନା କରିଥିଲେ
Article Image
Article Image
Article Image