Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜଟାଧାରୀ ବେଳାଭୂମି ଠାରେ ବିଶ୍ୱ ମହାସାଗର ଦିବସ ପାଳିତ 1

ଏରସମା, 11/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜଟାଧାରୀ ବେଳାଭୂମି ଠାରେ ବିଶ୍ୱ ମହାସାଗର ଦିବସ ପାଳିତ
Article Image
ଏରସମା ୯/୬ ଆମ୍ବେଦକର ସ୍ମୃତି ପରିଷଦ ତରଫରୁ ପାରାଦ୍ୱୀପ ଏରସମା ମଧ୍ୟ ଭାଗ ରେ ଥିବା ପର୍ଯ୍ୟଟନ ସ୍ଥଳୀ "ଜଟାଧାରୀ ବେଳାଭୂମି" ଠାରେ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠାନ ର ସଦସ୍ୟ ମନେ ମିଶି ବେଳାଭୂମି କୁ ସଫେଇ କାର୍ଯ୍ୟକ୍ରମ କରିଥିଲେ ପାଖାପାଖି 50 କେଜି ରୁ ଉର୍ଦ୍ଧ ପ୍ଲାଷ୍ଟିକ ପଲିଥିନ କାଚ ବୋତଲ ଗୋଟେଇ ଦୁଷ୍ଟବିନ ରେ ପକେଇଥିଲେ। ଲୋକମାନ ଙ୍କୁ ଏହା ଉପରେ ସଚେତନ କରାଇଥିଲେ ଯେ ଏହା କିପରି ପରିବେଶ ପ୍ରଦୂଷଣ କରୁଛି, ସାମୁଦ୍ରିକ ଜୀବ ମନ ଙ୍କ ଉପରେ କ୍ଷତି ପହଞ୍ଚାଉଛି। ସମ୍ପାଦକ ତଥା ଯୁବ ସ୍ୱେଚ୍ଛାସେବୀ ଶ୍ରୀ ବବୁଲ ମଲ୍ଲିକ କହିଥିଲେ କି ମହାସାଗର ହେଉଛି ଜଳର ମୁଖ୍ୟ ଉତ୍ସ। ଏହା ଆମକୁ ଖାଦ୍ୟ ଏବଂ ଜଳବାୟୁ ନିୟନ୍ତ୍ରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ମହାସାଗର ଦିବସ ଅବସରରେ ଆସନ୍ତୁ ଏକ ସୁସ୍ଥ ପରିବେଶ ଗଠନ ପାଇଁ ସମୁଦ୍ରକୁ ସଫା ରଖିବା ଉଦ୍ଦେଶ୍ୟରେ ଶପଥ ନେଇଥିଲେ।ସଭାପତି ଶ୍ରୀ ବିପୁନି କୁମାର ଦାସ ଦାବି କରିଥିଲେ କି ପ୍ରଶାସନ ଏହି ବେଳାଭୂମି ର ବିକାଶ କରିବା ସହିତ ସୁରକ୍ଷା ଏବଂ ନିରାପତ୍ତା ପ୍ରତି ଦୃଷ୍ଟି ଦେଉ। ଉପସ୍ଥିତ ଥିଲେ ଟମିଲ ଜେନା, ବିକ୍ରମ ପ୍ରଧାନ, ହରି ମଲିକ, ଧନେଶ୍ୱର ସାମଲ, ଅମିଲ ମଲ୍ଲିକ, ଦିଲୀପ ମଲ୍ଲିକ, ସୌମ୍ୟ ରଞ୍ଜନ ବେହେରା, ସମ୍ବିତ ଓଝା, ସାଇ ମଲିକ, ଡିଜେ ଓମ ଦାସ, ଦିଶା ପ୍ରମୁଖ ମିଳି ମିଶି ସଫେଇ କରିଥିଲେ।