Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଏରସମା, 11/06/2025, ବିକ୍ରମ ଓଡ଼ିଶା ନିୟୁଜ: ସାଧାରଣ ଲୋକଙ୍କ ପାଇଁ ଜପାରେ ଥଣ୍ଡା ପାନୀୟ ଜଳୀୟ ବ୍ୟବସ୍ଥା/

ଏରସମା ୯/୬ ଏରସମା ବ୍ଲକ ଅନ୍ତର୍ଗତ ଅଟଳଜୀ ସ୍ମୃତି ପରିଷଦ ଜପା ଆନୁକୂଲ୍ୟରେ ରବିବାର ଅପରାହ୍ନରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।ଏରସମା ବିଡ଼ିଓ ଦାସରଥି ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ, ଜପା ବଜାର ଠାରେ ଏହି ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।ଜପା ବଜାରଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୃର୍ତ୍ତିରେ ବିଡ଼ିଓ ଶ୍ରୀ ଜେନା ,ବାଲିକୁଦା -ଏରସମା ବିଜେପି ନେତା ସତ୍ୟସାରଥୀ ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ସାହୁ,ସାଂସଦଙ୍କ ଏରସମା ବ୍ଲକ ପ୍ରତିନିଧି ଜଟାଧାରୀ ସ୍ୱାଇଁ, ନିର୍ଲିପ୍ତ ଜେନା ,ତପନ ଗଛାୟତ, ଅଜୟ କୁମାର ଲେଙ୍କାଙ୍କ ସମେତ ଅଟଳଜୀ ସ୍ମୃତି ପରିଷଦ ଜପା ପକ୍ଷରୁ ପ୍ରଥମେ ମାଲ୍ୟାର୍ପଣ ପରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ କରା ଯାଇଥିଲା।ଏହାଦ୍ଵାରା ଚଟୁଆ ଏରସମା ରାସ୍ତାରେ ଯାତାୟାତ କରୁଥିବା ବାଟୋଇ, ଜପା ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଓ ବଜାରର ବ୍ୟବସାୟି ମାନେ ବିଶେଷ ଉପକୃତ ହେବେବୋଲି ବିଡ଼ିଓ ଶ୍ରୀ ଜେନା କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏରସମା ବିଜେପି ମଣ୍ଡଳ ସଭାପତି ଅମେରେନ୍ଦ୍ର ଦଳାଇ, ବଳେଇପୁର ପଞ୍ଚାୟତର ଲୋକନାଥ ମହାପାତ୍ର, ନିର୍ବାଚନ ସ୍ୱାଇଁ,ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।