Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବିଭିନ୍ନ ପଞ୍ଚାୟତ ରେ ବିକଶିତ କୃର୍ଷି ସଙ୍କଳ୍ପ ଅଭିଜାନ କାର୍ଯକ୍ରମ ଅନୁଷ୍ଠିତ 4

ଜଗତସିଂହପୁର , 11/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଭିନ୍ନ ପଞ୍ଚାୟତ ରେ ବିକଶିତ କୃର୍ଷି ସଙ୍କଳ୍ପ ଅଭିଜାନ କାର୍ଯକ୍ରମ ଅନୁଷ୍ଠିତ
Article Image
ଜଗତସିଂହପୁର ଜିଲ୍ଲା ରେ ଗୋଟେ ପଟେ ମୌସୁମୀ ପ୍ରବେଶ କରିଥିବା ବେଳେ ଜଗତସିଂହପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପଖ୍ୟରୁ ରମ୍ଭାଦେଇପୁର ପାଟେଣୀ ଙ୍ଗା ତର୍ତଙ୍ଗ ମଣ୍ଡାସାହି ପଞ୍ଚାୟତ ରେ ଚାଷି ଭାଇ ଭଉଣୀ ମାନଙ୍କ ପାଇଁ ବିକଶିତ କୃର୍ଷି ସଙ୍କଳ୍ପ ଅଭିଜାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ କୃର୍ଷି କିଷାନ କଲ୍ୟାଣ ଏବଂ ଗ୍ରାମିଣ ବିକାଶ ମନ୍ତ୍ରୀ ଶିବରାଜ ଚୌହାନ ଆହ୍ବାନ କ୍ରମେ ମେଂ ମାସ ୨୯ ତାରିଖ ଦିନ ଠାରୁ ଦେଶବ୍ୟାପୀ ବିକଶିତ କୃର୍ଷି ସଙ୍କଳ୍ପ ଅଭିଜାନ କାର୍ଯକ୍ରମ ଆରମ୍ଭକରି ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏବଂ ଏଥିରେ କେନ୍ଦ୍ରୀୟ କୃର୍ଷି ମନ୍ତ୍ରାଳୟ ଓ ରାଜ୍ୟ କୃର୍ଷି ବିଭାଗ ଭାରତୀୟ କୃର୍ଷି ଅନୁସନ୍ଧାନ ପରିଷଦ (ଆଇସିଏଆର)ର ଆନୁକୁଲ୍ୟରେ ଚାଷିମାନଙ୍କ ପାଇଁ ନୁତନ ପ୍ରଜୁକ୍ତିଓ ବିଭିନ୍ନ ସରକାରୀ ଯୋଜନା ଏବଂ ଉନ୍ନତମାନର ବୀଜ ଓ ବିଭିନ୍ନ ରୋଗ ପ୍ରତିଷେଧକ ବିଷୟରେ ଚାଷିମାନଙ୍କୁ ସଚେତନତା କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଜଗତସିଂହପୁର ରେ ଏହି ଅଭିଜାନ ପାଇଁ ତିନୋଟି ଦଳ ଗଠନ କରାଯାଇଛି। ପ୍ରତି ଦଳରେ କୃର୍ଷି ବିଗ୍ୟାନ କେନ୍ଦ୍ର । କେନ୍ଦ୍ରୀୟ ମଧୁର ଜଳ ।ଜିବ ପାଳନ ଅନୁସନ୍ଧାନ ସସ୍ଥା । ଜାତୀୟ ଫାଟୁଆ ରୋଗ ଗବେଷଣା ସସ୍ଥା ଜିଲ୍ଲା କୃଷି ବିଭାଗ ଓ ଉଦ୍ୟାନ ବିଭାଗ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ । ମତ୍ସ୍ୟ ବିଭାଗର ଅଧିକାରୀ ମାନେ ନିଜୁକ୍ତି ହୋଇଛନ୍ତି। ପ୍ରତ୍ୟେକ ଦଳ ବିଭିନ୍ନ ପଞ୍ଚାୟତ ରେ ଚାଷିମାନଙ୍କୁ କୃର୍ଷି ବିଷୟରେ ସଚେତନତା କରାଯାଉଥିବା ବେଳେ ଆଜି ବିଭିନ୍ନ ପଞ୍ଚାୟତ ରେ ବିକଶିତ କୃର୍ଷି ସଙ୍କଳ୍ପ ଅଭିଜାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ସେହିପରି ଜଗତସିଂହପୁର ମଣ୍ଡାସାହି ପଞ୍ଚାୟତ ରେ ଜଗତସିଂହପୁର ଜିଲ୍ଲା କୃର୍ଷି ବିଗ୍ୟାନ କେନ୍ଦ୍ର ବିଭାଗ ପଖ୍ୟରୁ ବିକଶିତ କୃର୍ଷି ସଙ୍କଳ୍ପ ଅଭିଜାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଡିଓ ବିଶ୍ବଜିତ ପଣ୍ଡା ବ୍ଲକ ଅଧିକାରୀ ଆଶୁତୋଷ ପଣ୍ଡା। ଡ଼କ୍ଟର ପ୍ରଦିପ୍ତ ମାଝୀ ।ବି ଏ ଓ ଶ୍ରୀମତୀ ସ୍ମୃତିରେଖା ବେହେରା ଉଦ୍ୟାନ ବିଭାଗ ଅଧିକାରୀ ଅନିଲ କୁମାର ସେଠି।ଆଇସି ଏ ଆର ମୋନାଲିସା ସାହୁ ଏଡି ଏସ ସି ଜଗତସିଂହପୁର ଜ୍ବତି ପ୍ରକାଶ ମିଶ୍ର ।ଡି ଏଫ ଓ ରଶ୍ମି ରାନି ସିଙ୍ଗ ।ଏଭିଏସ ଡକ୍ଟର ଲୋପାମୁଦ୍ରା ମଲ୍ଲିକ ।ସରିତା ଦାସ କେଭିକେ ଓ ମଣ୍ଡାସାହି ସରପଞ୍ଚ ପୁଷ୍ପଲତା ଦାସ ସମିତି ସଭ୍ୟା କଳ୍ପନା ଭୋଇ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ର ଉଦେଶ୍ୟ ଓ କାର୍ଯ୍ୟକାରିତା ବିଷୟରେ ଚାଷିମାନଙ୍କୁ ସୁଚନା ଦେଇଥିଲେ ଓ ଉକ୍ତ ପଞ୍ଚାୟତ ର କିଛି ଚାଷିମାନଙ୍କ ମାଟିପରିଖ୍ୟା ସୁଚନା ସହିତ କେଉଁ ପ୍ରଣାଳୀ ରେ ଚାଷ କରିବେ ଆବଶ୍ୟକୀୟ ସୁଚନା ପ୍ରଦାନ କରି ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଦ୍ବାରା ସେମାନଙ୍କୁ ଷାଠିପିକେଟ ପ୍ରଦାନ କରିଜାଇଥିଲା । ଓପରେ ବିଧାୟକ ଅମରେନ୍ଦ୍ର ଦାସ ଚାଷିମାନଙ୍କୁ ସରକାରଙ୍କ ପଖ୍ୟରୁ ଚାଷିମାନଙ୍କ ହକ ପାଇଁ ଚାଷି ଭାଇ ଭଉଣୀ ମାନେ ଆଗକୁ ଆସି ମୁହଁ ଖୋଲିବାକୁ ନିର୍ଦେଶ କରିଥିଲେ ଓ ପରେ ଚାଷିମାନେ ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀ ସହିତ ଚାଷିଭାଇ ଭଉଣୀ ମାନଙ୍କ ପାଇଁ ଆସୁଥିବା ସରକାର ଙ୍କ ସହାୟତା ଚାଷିମାନଙ୍କ ନିକଟରେ ପହଞ୍ଚିବା ନିହାତି ଆବଶ୍ୟକ ବୋଲି ବିଧାୟକ ଅମରେନ୍ଦ୍ର ଦାସ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ
Article Image