ତିର୍ତ୍ତୋଲ, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ଥାନା ଗଡ଼ା ଗୋପିନାଥ_ମେଲଣ ଉଦଯାପିତତିର୍ତ୍ତୋଲ-୨୯/୪-(ରିପୋର୍ଟ-ଟୁକନ ସେଠୀ)-ଦୀର୍ଘ ୧୩୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଚାଲିଆସୁଥିବା ଆମ ଅଞ୍ଚଳର ସର୍ବପୁରାତନ ଯାତ୍ରା ଅନୁଷ୍ଠାନ ଯାହାକି ଗୋପୀନାଥ ମେଲଣ ନାମରେ ନାମିତ, ବିଧି ଅନୁଯାଇ ଦୋଳ ପୂର୍ଣ୍ଣିମା ସମୟରେ ଦୋଳ ଗାଁ ରେ ବୁଲିସାରି ନିଜ ବାସସ୍ଥାନ କୁ ଫେରି ବାହାରେ ବସନ୍ତି ଯେ ପର୍ୟ୍ୟନ୍ତ ଦୋଳ ଗ୍ରାମ୍ୟ ପରିକ୍ରମା କରି ଭୋଗ ଅର୍ପଣ କରି ଯାତ୍ରା ନ ଦେଖନ୍ତି ସେଥିପାଇଁ ଏହାର ନାମ ଦୋଳ ମେଲଣ, ତା ପରେ ପ୍ରଭୁଙ୍କୁ ଯମୁନା ସ୍ନାନ ହୁଏ ଓ ନିଜ ଗର୍ଭ ଗୃହକୁ ବିଜେ କରନ୍ତି।।।।
ସମୟର ଚକ୍ରରେ ବହୁତ ଘାତ ପ୍ରତିଘାତ କୁ ଅତିକ୍ରମ କରି ଚଳିତ ବର୍ଷ ସମସ୍ଥ ଗ୍ରାମ ବାସୀଙ୍କ ଅକୁଣ୍ଠସମର୍ଥନ ରେ ଶାନ୍ତିଶୃଙ୍ଖଳା ସହିତ ବିଧି ମୁତାବକ ଚଳିତ ବର୍ଷ ଗୋପୀନାଥ ମେଲଣ ଚଳିତ ଏପ୍ରିଲ ମାସ ୨୨ରୁ ଆରମ୍ଭ ହୋଇ ଏପ୍ରିଲ ୨୫ ରେ ସମାପ୍ତ ହୋଇଛିଲୋକ କଥାନୁସାରେ ପ୍ରଥମେ ଉକ୍ତ ମେଲଣ ଥାନ ଜଣେ ମୁସଲମାନ ଥାନ ଅଧିକାରି ଯେ କି ସେତେବେଳ ସମୟରେ( OIC) office in chargre ଙ୍କ ପ୍ରଚେଷ୍ଟା ରେ ଗ୍ରାମ ବାସୀଙ୍କୁ ସହଯୋଗ ରେ ଆରମ୍ଭ ହେଇଥିଲା

ଯାହାକି ପରବର୍ତ୍ତୀ ସମୟରେ ବର୍ତ୍ତମାନ ଯେଁଉ ସ୍ଥାନରେ ମେଳଣ ହେଉଛି ମା ଦୁର୍ଗା ମଣ୍ଡପ ସମ୍ମୁଖ ଗୋପୀନାଥ ମେଲଣ ପଡିଆ ଚାଲିଆସୁଅଛି ୧୦୦ ବର୍ଷ ତଳେ ନଡ଼ିଆ ଗଛଗୁଡ଼ିକ ର ପତ୍ର ଯାହାକୁ କି ନଡ଼ିଆ ବାଉଙ୍ଗା କୁହାଯାଏ ପ୍ରତ୍ୟେକ ଗ୍ରାମ ବାସୀଙ୍କ ବାରିରୁ କଟାଯାଇ ବାଉଁଶ ର ଭାଡା ତିଆରି କରି ଉପରେ ପଡ଼ି କତା ରଶି ରେ ବନ୍ଧା ଯାଇ ଯାତ୍ରା ମଞ୍ଚ ପ୍ରସ୍ତୁତ କରାଯାଉଥିଲା, କଟକ ପାରାଦୀପ ରାସ୍ତା କଡ଼ରେ ଯାଇଥିବା ତାଳଦଣ୍ଡା କେନାଲ ରେ ସେତେବେଳେ ପୋଲ କି ଚାରା ନ ଥିଲା କେବଳ ଲୋକ ଡଙ୍ଗି ରେ ଯିବା ଆସିବା କରୁଥିଲେ ସେ ସମୟରେ ମଞ୍ଚ ର ପେଣ୍ଡାଲ ଉକ୍ତ ଡଙ୍ଗି ସାହାଯ୍ୟରେ ପଥର ବୋହି କି ଆଣି ଗ୍ରାମ ବାସୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିଲା, ରାତିରେ ଆଲୋକ ର ବି କିଛି ବ୍ୟବସ୍ଥା ନଥିଲା ତେଣୁ ବନ୍ଦିଆ ସାହାଯ୍ୟରେ ଆଲୋକ ର ବ୍ୟବସ୍ଥା କରାଯାଉଥିଲା ଜଣେ ବନ୍ଦିଆ ଧରି ଲେ ଆଉ ଜଣେ ନିଜ କଳା ପ୍ରଦର୍ଶନ କରୁଥିଲେ ତେଣୁ ଆଜି ୧୦୦ ବର୍ଷ ପରେ ସେ ଅତୀତ କୁ ସ୍ମରଣ କଲେ ବଡ ଅଜବ ଲାଗେ ସତ୍ୟ,ବର୍ତମାନ ର ଚାକ୍ୟ ସୁସଜ୍ଜିତ ଆଲୋକମାଳା, ଅତି ଉଚ୍ଚ ସ୍ୱରର ମାଇକି, ସୁସଜ୍ଜିତ ସାଜସଜା ଦେଖିଲେ ସେ ପୁରୁଣା ଦିନ ମନରେ ବିସ୍ମୟ ସୃଷ୍ଟି କରେ, ୨୦୨୫ ମସିହାର ଆଜି ଆମେ ଯେଁଉ ଗର୍ବ ରେ କହୁଛେ ଆମେ ୧୦୦ ବର୍ଷ ର ଅନୁଷ୍ଠାନ ଏହା ଯେ କେତେ ଲୋକଙ୍କ ଚେଷ୍ଟା, ନିଷ୍ଠା ଓ ଆତ୍ମ ବଳିଦାନ ଦ୍ୱାରା ସମ୍ଭବ ହୋଇଛି ତାହା ପରିପ୍ରକାଶ କରିବା ଅସମ୍ଭବ ସେମାନେ ଆଜି ଆମ ପାଖରେ ଇହଧାମରେ ନାହାଁନ୍ତି ସତ୍ୟ କିନ୍ତୁ ସେମାନଙ୍କ ତ୍ୟାଗ ପରିଶ୍ରମ, ଚେଷ୍ଟା କୁ କେବେ ବି ଭୁଲିହେବନାହିଁ,ପ୍ରାଚୀନତା ରୁ ଆଧୁନିକ ଯାତ୍ରା ଭିତରେ ହେଇନି ବିଶେଷ ପରିବର୍ତ୍ତନ କେବଳ ପରିବର୍ତ୍ତନ ହୋଇଛି ମାନସିକତା ଓ ଇଚ୍ଛାଶକ୍ତି, ତେଣୁ ଆସନ୍ତୁ ସବୁ ଭେଦ ଭାବ କୁ ଭୁଲି ଗାଁ ମାଟିର ଗୌରବମୟ ଇତିହାସ କୁ ଉଜ୍ଜୀବିତ ରଖିବା ତଥା ଗାଁ ଜନ୍ମମାଟିର ଋଣ ଶୁଝିବା ପାଈଁ ଏକ ମନ ଏକ ପ୍ରାଣ ରେ ଗାଁ ର ପୂର୍ବ ପୁରୁଷ ରୁ ଚାଲିଆସିଥିବା ସମସ୍ଥ ସାଂସ୍କୃତିକ ,ଆଧ୍ୟାତ୍ମିକ,କାର୍ଯ୍ୟକ୍ରମ ରେ ନିଜ ସମାର୍ଥ ଅନୁଯାଇ ସାହାଯ୍ୟ ସହଯୋଗ କରିବା ଆମ ପରମ୍ପରା କୁ ଆଗେଇ ନେବା ନିଜ ଜନ୍ମ ମାଟି ର ସାମାନ୍ୟ ରୁଣ ସକ୍ଷମ ଅନୁଯାଇ ଶିଖିବାକୁ ଚେଷ୍ଟା କରିବା, ଚଳିତ ବର୍ଷ ସଫଳତା ର ସହିତ ଗୋପୀନାଥ ମେଲଣ ୨୦୨୫ ସମାପ୍ତ ହୋଇଛି , ୨୦୨୬ କୁ ଅପେକ୍ଷା ରଖିଲା 🙏🏻ଆଜି ପ୍ରମାଣିତ ଏକତା ହିଁ ବଳଇଚ୍ଛା ଥିଲେ ସବୁ ସମ୍ଭବସମସ୍ତ ଗ୍ରାମ ବାସୀଙ୍କୁ ହୃଦୟରୁ ଧନ୍ୟବାଦଖାସ କରି ଜଡତିରା ପଞ୍ଚାୟତ ର ସରପଞ୍ଚ ବିକନ ଭାଇ, ବଣୁଆ ଦାଦା ,ବିଜୟ ନାଥ ଦାଦା, ଦେବେନ୍ଦ୍ର ପଣ୍ଡା, ବିପିନ ନନା, ହେମନ୍ତ ବଡବାପା,ରାଜା ଭାଇ, ରୂପା ଭାଇ,ହରି sir, ରାଜୁଆ ଦାଦି, କାଲୁଆ ଅଜା, ନାନୁ ଅଜା, ଅଭିରାମ ଅଜା, ସାଲ ଭାଇ, ଲିପୁନା ଭାଇ, ଅଶୋକ ଭାଇ, ଚଗା ଦାଦି, ବବୁଲ, ନୁର ଦାଦି, ଦେବଭାଇ, ଅଜୟ ଭାଇ ଓ ୨୪ ଜଣ ଆଦାୟ କରୀଙ୍କୁ କୃତଜ୍ଞତା