Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ୱର, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ପି ଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ଖୋର୍ଦ୍ଧାର ୧୯ ତମ ବାର୍ଷିକ ଉତ୍ସବ ପାଳିତ l ଜେ ଏନ୍ ଭି ଏକ ବିଦ୍ୱାନ ଅନୁଷ୍ଠାନ: ପ୍ରଫେସର ଶୁଭଙ୍କର ବେଦାନ୍ତ l

ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ଜବାହର ନବୋଦୟ ବିଦ୍ୟାଳୟ ଭାରତ ବର୍ଷରେ ଗାଆଁ ଗହଳିରେ ମେଧା ଚାତ୍ର ଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା କରାଇ ଭଲ ମଣିଷ ଗଢି ତୋଳିବା ରେ ଅଗ୍ରଣୀ ଭୂମିକା ନିର୍ବାହ କରିବାସହ ଜବାହର ନବୋଦୟ ବିଦ୍ୟାଳୟ ଏକ ବିଦ୍ୱାନ ଅନୁଷ୍ଠାନ ଓ ସଂଘ ଭାବେ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି ବୋଲି ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ଗୁରୁଜଙ୍ଗା ଠାରେ ପି ଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ର ୧୯ତମ ବାର୍ଷିକ ଉତ୍ସବରେ ନାଇଯର,ଭୁବନେଶ୍ୱର ଶାଖା ପ୍ରଫେସର ତଥା ସଂଯୋଜକ, ପଦାର୍ଥ ବିଜ୍ଞାନ ଡ. ଶୁଭଙ୍କର ବେଦାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପୋରକ୍ତ ବିଷୟ ପ୍ରକାଶ କରିଛନ୍ତି l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିବାଲା ପରିଡ଼ା ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ପ୍ରତିଯୋଗିତାରେ ପାସ କରି ପିଲାମାନେ ପଢୁଛନ୍ତି ବୋଲି ଉତ୍ଥାପନ କରି ପିଲାମାନେ ନିଜ ସିଦ୍ଧାନ୍ତରେ ନିଜ ଲକ୍ଷ୍ୟ ସ୍ଥିରକରି ଶିକ୍ଷକ ଶିକ୍ଷୟତ୍ରୀ,ନିଜ ପିତାମାତା ଙ୍କ ଆସ୍ରିବାଦ ନେଇ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ l ମୁଖ୍ୟ ବକ୍ତାଭାବେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଡିନ ମ୍ୟାନେଜମେଣ୍ଟ ଷ୍ଟଡିଜ ଡ. ବିପ୍ଳବ କୁମାର ବିଶ୍ଵାଳ ଯୋଗଦେଇ କହିଲେ ଯେ ବିଦ୍ୟା ବିନମ୍ର, ଭଲପାତ୍ର , ଭଲ ଅର୍ଥ ଅର୍ଜନ କରିବା, ଭଲ ସୁଖ ଓ ଭଲ ଧର୍ମ କରିବାର ସୁଯୋଗ ଦେଇଥାଏ l ଏଣୁ ଛାତ୍ର ଛାତ୍ରୀ ମାନେ ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନି ତାହାକୁ ବିକଶିତ କରିବାପାଇଁ ପ୍ରଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ l ବିଦ୍ୟାର୍ଥୀ ମାନେ ବିଦ୍ୟା ଅର୍ଜନ କରିବାସହ ସମ୍ବେଦନଶୀଳ ହୋଇ ପ୍ରକୃତିକୁ ସୁରକ୍ଷା କରିବାର ଦାୟିତ୍ଵ ବହନ କରିବାକୁ ମଧ୍ୟ ମୁଖ୍ୟ ବକ୍ତା ତାଙ୍କ ବକ୍ତବ୍ୟରେ ପିଲାମାନଙ୍କୁ ବୁଝାଇଥିଲେ l ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବ କୁ ଉଦ୍ଘାଟନ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା l ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କବିତା କର ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିବାସହ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ l ପରେ ମୁଖ୍ୟ ଅତିଥି ଓ ଅତିଥି ଗଣ ବିଦ୍ୟାଳୟର ବାର୍ଷିକ ଖେଳକୁଦ, ଶିକ୍ଷା ସଫଳତା, ପାଠସହଗାମି କ୍ରିୟାକଳାପ, ସଦନ ପ୍ରତିଯୋଗିତା, ବିଦ୍ୟାଳୟର ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ଅନ୍ୟାନ୍ୟ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ l ଶେଷରେ ଶ୍ରୀ ଜ୍ୟୋତି ଶଙ୍କର ମହାଳିକ ଧନ୍ୟବାଦ ପ୍ରଦାନ କରିଥିଲେ l ସଭା ସଞ୍ଚାଳନ କାର୍ଯ୍ୟକ୍ରମ ଶ୍ରୀ ଜୟ ପ୍ରକାଶ ସିଂହ ସମ୍ପାଦନ କରିଥିଲେ l ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଗଣମାଧ୍ୟମ ପ୍ରତିନିଧି, ଅଭିଭାବକ, ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ l