Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କୁଜଙ୍ଗ , 26/04/2025, ବିକ୍ରମ ଓଡ଼ିଶା ନିୟୁଜ: ନଦୀ ଘେରି ବନ୍ଧ କୁ ତଡି ଠିକାଦାରକରୁଛି ରାସ୍ତା କାମ
କଟକ ଜଳସମ୍ପଦ ସାଉଥୁ ଡିଭିଜନ
ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ ଉପଖଣ୍ଡ ଶଙ୍ଖେଶ୍ୱର ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନ ହଁସୁରା ପଂଚାୟତ ନିକଟରେ ଥିବା ମହାନଦୀ ର ଘେରି ବନ୍ଧ କୁ ରାତାରାତି ମାଟି ନେଇ ରାସ୍ତା ତିଆରି କରୁଛି, ଫଳରେ ଘେରି ବନ୍ଦ ଦ୍ରୁବଳ ହୋଇ ଯାଇଛି, ବିଗତ ବନ୍ୟା ସମୟରେ ଘେରି ବନ୍ଧ କୁ ଓ ଧନ ଜୀବନ ରକ୍ଷା କରିବା ପାଇଁ ବାଲି ବସ୍ତା ପକାଇ ସୁରକ୍ଷା ଦିଆଯାଏ ମାତ୍ର ଜଲସମ୍ପଦ ସହକାରୀ ଯନ୍ତ୍ରୀ ଶ୍ରୀ ବେହେରା ଓ ଠିକାଦାର ମଧୁ ଚନ୍ଦ୍ରକାରେ ଘେରି ବନ୍ଧ କୁ ତାଡି ସେହି ମାଟିରେ ରାସ୍ତା କରାଯାଉଛି, ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣ ଓ ହଁସୁରା ସରପଞ୍ଚ ରବିନାରାୟଣ ଦାସ ଦାବି କରିଛନ୍ତି lଶ୍ରୀବତ୍ସ ପାଢ଼ୀଙ୍କ ରିପୋଟ ହଁସୁରା ପଂଚାୟତ, କୁଜଙ୍ଗ ବ୍ଲକ