Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ( ଜ଼ିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ରେ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ )ଜଗତସିଂହପୁର

ତା =30/4/25ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚିନ୍ନ, ଐତିହ୍ୟ, ପରମ୍ପରା ସମ୍ପର୍ଣ୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ଜ଼ିଲ୍ଲାପାଳ ତଥା ଠାକୁରରାଜା ଜେ ସୋନାଲ ଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏହି ଉପଲକ୍ଷେ ପୂର୍ବାହ୍ନ ରେ ସେବାୟତ, ବିଶ୍ୱକର୍ମା, ସଂକୀର୍ତନ ମଣ୍ଡଳୀ ଏକ ଶୋଭାଯାତ୍ରା ରେ ଜ଼ିଲ୍ଲାପାଳ ତଥା ଠାକୁର ରାଜା ଙ୍କ ଆବାସିକ କାର୍ଯାଳୟ ରେ ପହଂଚିବା ପରେ ରଥ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲାପାଳ ତଥା ଠାକୁରରାଜା ଙ୍କ ପୂଜାକର୍ମ ପରେ ଠାକୁର ରାଜା ଜ଼ିଲ୍ଲାପାଳ ଜେ ସୋନାଲ ବିଶ୍ଵକର୍ମା ମାନଙ୍କୁ ରଥ କାର୍ଯ୍ୟ ର ଶୁଭାରମ୍ଭ ନିମନ୍ତେ ଆଜ୍ଞାମାଳ ଅର୍ପଣ କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟି ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ | ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଚୀତ ତନୟା ମହାନ୍ତି | ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା | ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ସଭ୍ୟ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ |ସୁର ପ୍ରସାଦ ନାୟକ, ସାରଦା ଚରଣ ବେହେରା, ନାରାୟଣ ଦାସ ଙ୍କ ସମେତ ଅଞ୍ଚଳ ର ବୁଦ୍ଧିଜୀବୀ ଜନ ସାଧାରଣ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ