ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଉତ୍କଳୀୟ ମିଳିତ ମଞ୍ଚ ଗୃହରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସଵ ଖୁବ୍ ପାଳନ କରାଯାଇଛି 2

କୋଲକତା, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: କୋଲକତା, ୨୯/୪/୨୫- ଉତ୍କଳୀୟ ମିଳିତ ମଞ୍ଚ ପକ୍ଷରୁ ଗତ ଅଠେଇସି ତାରିଖ ସନ୍ଧ୍ୟାରେ ଉତ୍କଳୀୟ ମିଳିତ ମଞ୍ଚ ଗୃହରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସଵ ଖୁବ୍ ପାଳନ କରାଯାଇଛି ! ଶିକ୍ଷା ସେଲ୍ଲର ସମ୍ପାଦକ ପ୍ରଶାନ୍ତ କୁମାର ଦାସ ସଭା ପରିଚଳନା କରିଥିଲେ ! ସଭାପତି କୃତିବାସ ମହାପାତ୍ର ମଧୁବାବୁଙ୍କ ବିଷୟରେ ଅନେକ କିଛି ବକ୍ତ୍ୟବ ରଖି ସ୍ରୋତା ଵା ଦର୍ଶକ ମାନଙ୍କ ମନମୁଗ୍ଧ ହୋଇ ପାରିଥିଲେ ! ପ୍ରଦୀପ କୁମାର ସାହୁ ମଧୁ ବାବୁଙ୍କ ବିଷୟରେ ସ୍ୱାଗତ ଭାଷଣ ରଖିଥିବା ବେଳେ, ସାମ୍ବାଦିକ ଦିଲ୍ଲୀପ କୁମାର ଦାସ ଓ ପ୍ରମୋଦ କୁମାର ମହାନ୍ତି ମଧୁ ସୁଦନ ଦାସଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ! ମୁଖ୍ୟ ବକ୍ତା ଭାବେ କୋଲକତା ପୌର ନିଗମର ପ୍ରଶାସନିକ ଅଧିକାରୀ ଭଗବାନ ଦାସ ମଧୁବାବୁଙ୍କ ଜୀବନୀକୁ ପ୍ରତେକ ଓଡ଼ିଆ ଅନୁକରଣ କରି ଜଣେ ଓଡ଼ିଶାର ସୁଯୋଗ୍ୟ ସନ୍ତାନର ପରିଚୟ ଦେବାଟା ତାଙ୍କ ଜୟନ୍ତୀର ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ତାଙ୍କ ସ୍ୱାଗତ ଭାଷଣରେ କହିଥିଲେ ! ଜିତେନ୍ଦ୍ର ଦାସ ଓ ଭରାତ କୁମାର ବେହେରା ତାଙ୍କର ସ୍ୱାଗତ ଭାଷଣ ରଖିଥିଲେ ! ସଭାରେ କମ୍ଭୁନାଥ ଦଳାଇ, ଦେବେନ୍ଦ୍ର ଶତପଥୀ, ସୁବ୍ରତ ଦାସ, ବଂଶୀଧର ନାୟକ, ରବୀନ୍ଦ୍ର ଖୁଣ୍ଟିଆ, ଦମ୍ବୁରୁ ଧର ବାରିକ, ବିଜୟ ନାୟକ, ଅନନ୍ତ ଜେନା, ପଙ୍କଜ ଘଡେ଼ଇ, ଶ୍ରୀଧର ବିଶ୍ୱାଳ, ଦାମୋଦର ବିଶ୍ୱାଳ, ବଳରାମ ପଣ୍ଡା, ରବୀନ୍ଦ୍ର ପୋହି, ବସନ୍ତ କୁମାର ମଲ୍ଲିକ, ଧୁଶାସନ ବେହେରା, ସୁରେନ୍ଦ୍ର ଖଟୁଆ ଇତ୍ୟାଦି ବହୁ ସଦସ୍ୟ ଉପସ୍ଥିତ ରହି ମଧୁବାବୁଙ୍କ ଜୟନ୍ତୀ ଶ୍ରଦ୍ଧାଞ୍ଜଳି ଉତ୍ସଵ କାଯ୍ୟକ୍ରମକୁ ସଫଳ କରାଇ ଥିଲେ !
Article Image