ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଏମ୍ପାୟାର୍ସ ହୋଟେଲ ପରିସରରେ ସମସ୍ତ ଡିଷ୍ଟ୍ରିବୁସନ୍ ର କର୍ମକର୍ତ୍ତା ଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ 1

ପାରାଦ୍ୱୀପ , 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ପାରାଦୀପ ରେ ଡିଷ୍ଟ୍ରିବୁସନ୍ ଆସୋସିଏସନ ତରଫରୁ ଏମ୍ପାୟାର୍ସ ହୋଟେଲ ପରିସରରେ ସମସ୍ତ ଡିଷ୍ଟ୍ରିବୁସନ୍ ର କର୍ମକର୍ତ୍ତା ଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ସର୍ବ ଭାରତୀୟ ଉପଭୋକ୍ତା ଉତ୍ପାଦ ବିତରଣ ସଂଘ ଓ ଓଡିଶା ସମସ୍ତ ଉପଭୋକ୍ତା ଉତ୍ପାଦ ବିତରଣ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇ କିଭଳି ଅନଲାଇନ ବ୍ୟବସାୟ ଦ୍ବାରା ଗ୍ରାହକ ମାନେ ଠକାମୀର ଶୀକାର ହେଉଛନ୍ତି , ସେଥିରୁ ସମସ୍ତେ କିପରି ନିବୃତ୍ତ ରହିବେ ସେଥିପାଇଁ ଗ୍ରାହକ ମାନେ ସଚେତନ ହେବା ଆବଶ୍ୟକ ରହିଛି। ଏନେଇ ଗାଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଅନଲାଇନ ବ୍ୟବସାୟ ରେ ଠକାମିରୁ ବଞ୍ଚିତ ହେବା ପାଇଁ ଗ୍ରାହକ ମାନଙ୍କୁ ସଚେତନ କରାଯିବ ବୋଲି କର୍ମଶାଳାରେ ନିଷ୍ପତ୍ତି ହୋଇଛି।ଏହି ଅନଲାଇନ ଠକାମିରୁ ବଞ୍ଚିବାକୁ ହେଲେ ସ୍ଥାନୀୟ ବ୍ୟବସାୟୀ ମାନେ ହେଲେ ଭବିଷ୍ୟତ ଚେହେରା ବୋଲି କହିଛନ୍ତି ଓଡିଶା ତଥା ପାରାଦୀପ ଉପକୂଳ ଉପଭୋକ୍ତା ଉତ୍ପାଦ ସଂଘ ସାଧାରଣ ସଂପାଦକ ପ୍ରଦୀପ କୁମାର ସ୍ବାଇଁ। ତେଣୁ ଆଗାମୀ ଦିନରେ ଅନଲାଇନ ବ୍ୟବସାୟ ଦ୍ବାରା କିପରି ଲୋକଙ୍କ ପାଖରେ ପହଞ୍ଚି ସାଧାରଣ ଲୋକମାନଙ୍କୁ ସଚେତନ କରାଯିବ , ଏଥିପ୍ରତି ସମସ୍ତ ରିଟେଲର୍ ,ହୋଲସେଲର୍ ଓ ଡିଷ୍ଟ୍ରିବୁଟର୍ ମାନେ ଏକତ୍ରିତ ହେବା ପାଇଁ ଡିଷ୍ଟ୍ରିବୁସନ୍ ଆସୋସିଏସନ ଆହ୍ବାନ ଦେଇଛି। ଏହି କର୍ମଶାଳାରେ ପାରାଦୀପ କୋଷ୍ଟାଲ୍ ଡିଷ୍ଟ୍ରିବୁଟର୍ ଆସୋସିଏସନ, କୁଜଙ୍ଗ ଓ ରାହାମା ର ମା ଶାରଳା ଡିଷ୍ଟ୍ରିବୁଟର ଆସୋସିଏସନ ସମେତ ଜଗତସିଂହପୁର ଜିଲ୍ଲା ଡିଷ୍ଟ୍ରିବୁଟର୍ ଆସୋସିଏସନ ର ମିଳିତ ଭାବେ ଜିଲ୍ଲାର ତିନି ଗୋଟି ଆସୋସିଏସନ ମିଳିତ ଭାବେ ଏହି କର୍ମଶାଳା ଆୟୋଜନ କରିଥିଲେ। ଏହି କର୍ମଶାଳାରେ ରାଜ୍ୟ ତଥା ଭାରତର ଡିଷ୍ଟ୍ରିବୁଟର ଆସୋସିଏସନ ର କର୍ମକର୍ତ୍ତା ଯୋଗଦେଇଥିଲେ। ସମସ୍ତ ଙ୍କ ର ଗୋଟିଏ ଅଭିଯାନ 'ଆମେ ଅଛୁ ଓ ରହିବୁ '।
Article Image