Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଗରାମ ପଞ୍ଚାୟତରେ ଭତ୍ତା ଦୁର୍ନୀତି।* *,ପିଇଓ ଖାଇଗଲେ ଭତ୍ତା ଟଙ୍କା।* *ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପୋଲ ଖୋଲିଲା। 1

ତିର୍ତ୍ତୋଲ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ଗରାମ ପଞ୍ଚାୟତରେ ଭତ୍ତା ଦୁର୍ନୀତି।,ପିଇଓ ଖାଇଗଲେ ଭତ୍ତା ଟଙ୍କା।
Article Image
ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପୋଲ ଖୋଲିଲା।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ରେ ଭତ୍ତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପଞ୍ଚାୟତ ରେ ପ୍ରାୟ ନଅଶହ ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀ ଅଛନ୍ତି। ସେଥିରୁ ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ୍ବ ଭେଣ୍ଡିଆ ପୁରୁଷ ଓ ପଚାସ ବର୍ଷ ରୁ କମ୍ ବୟସ୍କ ମହିଳା ମାନେ ମଧ୍ୟ ଭତ୍ତା ପାଉଥିବା ସୂଚନା ମିଳିଛି। ଏସବୁ କେମିତି ସମ୍ଭବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାର ସାହୁଙ୍କ ସମେତ ବ୍ଲକ ପ୍ରଶାସନ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି। ପଞ୍ଚାୟତ ର କିଛି ଗାଁ ରେ ସାଧବା ନାରୀ କୁ ସରପଞ୍ଚ ନିଜ ଲେଟର ପ୍ୟାଡରେ ବିଧବା ସଜାଇ ଭତ୍ତା ଦେଉଥିବା ଜଣାପଡ଼ିଛି।ଗତ ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଏ ସମ୍ପର୍କରେ ଜିଲ୍ଲା ପରିଷଦ ଗଙ୍ଗାଧର ବିଶ୍ଵାଳ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାର ସାହୁ ଙ୍କୁ ପ୍ରଶ୍ନ କରିଥିଲେ।ସେ କହିଥିଲେ ସରପଞ୍ଚ ଙ୍କ ନିର୍ଦ୍ଦେଶନା ରେ ସମସ୍ତଙ୍କ ସଠିକ୍ ଭାବେ ଭତ୍ତା କରାଯାଇଛି। ଏଥିରେ କୈାଣସି ତୃଟି ହୋଇ ନାହିଁ ବୋଲି ସେ କହିଥିଲେ। ଅଧିକାରୀ କାଜଲ ଙ୍କୁ ସୁରକ୍ଷା ଦେବାପାଇଁ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ତାଙ୍କୁ ସମର୍ଥନ କରିବା ସହିତ ଏଠା ସଠିକ ହୋଇଛି ବୋଲି କହିଥିଲେ।ଖାଲି ସେତିକି ନୁହେଁ କିଛି ଲୋକଙ୍କର ଭତ୍ତା ଟଙ୍କା କାଜଲ ବାବୁ ଓ ସରପଞ୍ଚ ମିଶି ଖାଇ ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏମିତି ଅନେକ ଅଭିଯୋଗ ଆସିବାରୁ ପଞ୍ଚାୟତ ବାସୀ ଏହାର ସବିଶେଷ ବିଷରଣୀ ଜାଣିବା ପାଇଁ ଅନେକ ଦିନ ହେବ ସୂଚନା ଅଧିକାର ବଳରେ ଏସବୁ ତଥ୍ୟ ମଗାଯାଇଥିବା ସୂଚନା ମିଳିଛି। ସବୁଠୁ ଆଚାର୍ଯ୍ୟ ର ବିଷୟ ହେଉଛି ସୂଚନା ଅଧିକାର ଆଇନ ବଳରେ ଭତ୍ତା ର ଯେଉଁ ତଥ୍ୟ ମଗାଯାଇଛି ତାକୁ ନଦେବା ଉଦ୍ଦେଶ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଧିକ ଅର୍ଥ ପଇଠ କରିବାକୁ ଚିଠି କରିଥିବା ଜଣାପଡ଼ିଛି। ତାହା ହସ୍ତଗତ ହେଲେ ଜଣାପଡ଼ିବ ଏଥିରେ କେତେ ବାଟମାରଣା ହୋଇଛି। ତେବେ ଯଦି ଏଥିରେ ଦୁର୍ନୀତି ହୋଇଥିବ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ହେବା ଉଚିତ୍ ବୋଲି ସାଧାରଣ ରେ ଦାବି ହୋଇଛି।