ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମନ୍ତ୍ରମୁଗ୍ଧ ମନ୍ତ୍ରସାର ସ୍ୱାଭିମାନୀ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସ 1

ତିର୍ତ୍ତୋଲ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ମନ୍ତ୍ରମୁଗ୍ଧ ମନ୍ତ୍ରସାର ସ୍ୱାଭିମାନୀ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଝଙ୍କଡ଼ ସାହିତ୍ୟ ସଂସଦ ମଧୁ ଜୟନ୍ତୀରେ ବକ୍ତାମାନଙ୍କ ମନ୍ତବ୍ୟ
Article Image
ତିର୍ତ୍ତୋଲ ୩୦/୪- (ରିପୋର୍ଟ-ଟୁକନ ସେଠୀ)-ସାଧାରଣ ଜନତାଙ୍କ ହୃଦୟ ବନ୍ଦରରେ ଦେଶପ୍ରୀତି ଜାଗ୍ରତ କରିବାରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ମନ୍ତ୍ରମୁଗ୍ଧ ମନ୍ତ୍ରସାର ସ୍ୱର ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଲି ୧୭୮ ତମ ମଧୁ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧକ୍ଷା ଡ଼. ବୈଜୟନ୍ତୀମାଳା ଶତପଥି ଯୋଗଦାନ କରି ମତବ୍ୟକ୍ତ କରିଥିଲେ l ତେନ୍ତୁଲିପଦା ସ୍ଥିତ ସାରଳାରୋଡ଼ ଦୋସଡ଼ିକି ଛକ ସାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ବାଟିକାରେ ଝଙ୍କଡ଼ ସାହିତ୍ୟ ସଂସଦ ପ୍ରାୟୋଜିତ ମଧୁ ଜୟନ୍ତୀ ଓ ଜାତୀୟ କବି ବୀର କିଶୋରଙ୍କ ମହାପ୍ରୟାଣ ଉପଲକ୍ଷେ ଆୟୋଜିତ କଥା ଓ କବିତା ଆସର ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ବକ୍ତା ଭାବେ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଅଶୋକ କୁମାର ରାଉତ, ସମ୍ମାନୀୟ ଅତିଥି ଭାବେ ପ୍ରାଧ୍ୟାପକ ଡ଼. ସୁରଞ୍ଜନ ଲେଙ୍କା, ପ୍ରାଧ୍ୟାପିକା ଡ଼. ବିଷ୍ଣୁ ପ୍ରିୟା ଦାସ, ସାହିତ୍ୟିକ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଭାଷା ସୂତ୍ରେ ଉତ୍କଳ ପ୍ରଦେଶ ଗଠନରେ ମଧୁ ବାବୁଙ୍କ ଭୂମିକା ଓ ସ୍ୱାଧୀନତା ସଂଗ୍ରାମରେ ଜାତୀୟ କବି ବୀର କିଶୋରଙ୍କ ପ୍ରେରଣାଦୀପ୍ତ ଆଖ୍ୟାୟିକି ଉପରେ ବିଷଦ ଆଲୋଚନା କରିଥିଲେ l ସଭା ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ବନ୍ଦନା ଗାନ କରାଯାଇଥିଲା l ଅନୁଷ୍ଠାନର ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରତିଷ୍ଠାତା ସମ୍ପାଦକ ଝଙ୍କଡ଼ରତ୍ନ ଗୋଲୋକ ବିହାରୀ ପଲାଇ ସ୍ୱାଗତ ସମ୍ଭାଷଣ ଦେବାପରେ କାଶ୍ମୀର ଉପାନ୍ତ ପହଲଗାମରେ ସନ୍ତ୍ରାସବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରତିଟି ଭାରତୀୟଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା l ଝଙ୍କଡ଼ କନ୍ୟା ସବିତା ନାୟକ ଓ କବୟିତ୍ରୀ ପ୍ରତିଭା ମିଶ୍ରଙ୍କ କବିତା ସଂଯୋଜନାରେ ୫୦ ରୁ ଉର୍ଦ୍ଧ କବି କବୟିତ୍ରୀ ସେମାନଙ୍କ ସ୍ୱ ରଚିତ କବିତା ପାଠ କରିଥିଲେ l ଉପଦେଷ୍ଟା ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରିଣୀ ସଭ୍ୟ ହେମନ୍ତ କୁମାର ନାୟକ, କବି ଦିଗମ୍ବର ରାଉତ, ଝଙ୍କଡ଼ଭଞ୍ଜ ଅଶୋକ ଲେଙ୍କା ମଞ୍ଚ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କବି ପ୍ରତାପ ବେହେରା, ଖଗେଶ୍ୱର ମହାରଣା, ବାବୁରାମ ଚୌଧୁରୀ, ନବୀନ କୁମାର ପ୍ରଧାନ, ଶ୍ରଦ୍ଧାଞ୍ଜଳି ଦାସ, ନାରାୟଣ ନାୟକ, ପ୍ରଫୁଲ୍ଲ କୁମାର ମହାପାତ୍ର, ପଦ୍ମାବତୀ ମିଶ୍ର, ଅଞ୍ଜନା ମହାନ୍ତି, ଆଇନୀଜୀବୀ ପ୍ରଶାନ୍ତ କୁମାର ଦାସ, ଆଶିଷ କୁମାର ପରିଜା, ବିକାଶ ଚନ୍ଦ୍ର ପରିଜା, ପାୟଲ ମଣ୍ଡଳ, ମାନସୀ ପ୍ରଭା ସ୍ୱାଇଁ, ରମାକାନ୍ତ ଦାସ, ଅନ୍ନପୂର୍ଣ୍ଣା ଷଢଙ୍ଗୀ, ଅଧ୍ୟାପିକା କାଦମ୍ବିନୀ ଦାଶ, ଗୀତା ଦାସ, ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ପ୍ରଭାତ ପରିଜା, ଧର୍ମାନନ୍ଦ ମଲ୍ଲିକ, ନିରଞ୍ଜନ ନାୟକ, ବାସୁଦେବ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଶେଷରେ ଅନୁଷ୍ଠାନର କୋଷାଧକ୍ଷ ଝୁଲରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
Article Image