ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଖଇରା ତହସିଲ କାର୍ଯ୍ୟାଳୟରେ ମୋହରମ ଚୋରା ଗାଡ଼ି ରାତୀରେ ଜବତ ସକାଳୁ ଛାଡ଼ି ଦେବା ପ୍ରହସନ ପାଲଟିଛି। 1

ବାଲେଶ୍ଵର, 26/04/2025, ବିକ୍ରମ ଓଡ଼ିଶା ନିୟୁଜ: ଖଇରା ତହସିଲ କାର୍ଯ୍ୟାଳୟରେ ମୋହରମ ଚୋରା ଗାଡ଼ି ରାତୀରେ ଜବତ ସକାଳୁ ଛାଡ଼ି ଦେବା ପ୍ରହସନ ପାଲଟିଛି।
Article Image
ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ରାଜସ୍ବ ଅଧିକାରୀ ମାଙ୍କଡା ଗାଡ଼ି ଜବତ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି, ରାତିରେ ଗାଡ଼ି ଧରିବା ଏବଂ ଖଣି ଅଧିକାରିଣୀ ଙ୍କୁ ବିନା ହସ୍ତାନ୍ତର ନକରିବା ରାତି ପାହିବା ପୂର୍ବରୁ ଗାଡ଼ି ଛାଡ଼ିବାକୁ ଏବେ ସମାଲୋଚନା ହୋଇଛି,ଏହି ରାଜସ୍ବ ବିଭାଗ ଖଇରାବାସୀଙ ବିଶ୍ବାସ ହରାଇ ସାରିଥିବା ବେଳେ ବାଲେଶ୍ଵର ଜିଲ୍ଲାପାଳ, ଖଣି ସଚୀବ, ଖଣି ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ଦୃଷ୍ଟି ଦେବାକୁ ୩୭ ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି। ଏକ ମାସ ମଧ୍ୟରେ ୨ ଟି ଘଟଣାରେ ଏହି ଖଇରା ତହସିଲ କାର୍ଯ୍ୟାଳୟ ଉପରୁ ଭରସା ଓ ବିଶ୍ବାସ ତୁଟିବାରେ ଲାଗିଛି। ୧୫ ଦିନ ତଳେ ଖଇରା ତହସିଲଦାର ଅମିତ୍ ରଞ୍ଜନ ହୋତା ଏବଂ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ସହଯୋଗରେ ସୋର - କୁପାରୀ ରାସ୍ତାର ମହତୀପୁର ଛକ ଠାରେ ୩ଟି ମାଟି ଗାଡ଼ି ଗୋଟିଏ ମୋହରମ ଟ୍ରାକ୍ଟର ଜବତ କରି ଖଇରା ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ, ସରକାରଙ୍କ ନିୟମ ଅନୁଯାୟୀ ଗାଡ଼ି ଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର କରିବା କଥା, ରାତାରାତି ମୋଟା ଅଙ୍କର ନେଣଦେଣ ମଧ୍ୟରେ ରାତି ପାହିବା ପୂର୍ବରୁ ଗାଡ଼ି ୩ଟି ଛାଡିଦିଆଯିବା ନେଇ ଅଭିଯୋଗ ହୋଇଥିଲା। ସେହିଭଳି ଗତ ବୁଧବାର ରାତିରେ କୁପାରୀ ନିକଟରେ ବେଆଇନ ମାଙ୍କଡା ଚାଲଣ ହେଉଥିବା ଖବର ପାଇଁ ତହସିଲଦାର ଖଣି ଉତ୍ତୋଳନ ହେଉଥିବା ସ୍ଥାନରେ ପହଞ୍ଚିଥିଲେ,ହେଲେ ଜବତ ଗାଡ଼ି ଛାଡ଼ି ଫେରି ଆସିବାକୁ ନେଇ ସମଗ୍ର ଖଇରା ଅଞ୍ଚଳରେ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି,। ଦୀର୍ଘ ସମୟର ଆଲୋଚନା ପରେ କୁଆଡେ ତହସିଲଦାର ଧରାଯାଇଥିବା ଟ୍ରାକ୍ଟର ଓ ପାଓରଟିଲର ଛାଡି ଦେଇଥିବା କୁହାଯାଇଛି। ଏ ସମ୍ଫର୍କରେ ଦହସିଲଦର ଙ୍କୁ ପଚାରିବାରେ ସେ କହୁନ୍ତି ସେଦିନ ଚେଙ୍କିରେ ସେ ଅଞ୍ଚଳକୁ ଯାଇଥିଲେ ବୋଲି କହିଥିଲା ବେଳେ ଗାଡ଼ି ଧରାଯିବା ବିଷୟକୁ ଅସ୍ବୀକାର କରିଛନ୍ତି।ଖଣି ଅଧିକାରିଣୀ ସନ୍ତୋଷୀପ୍ରଭା ସେଠୀଙ୍କୁ ଯୋଗାଯୋଗ କରିବାରେ ଗାଡି ବିଷୟରେ ତାଙ୍କୁ କୈାଣସି ସୂଚନା ଦିଆଯାଇନଥିବା କହିଛନ୍ତି, ଅନ୍ୟ ପଟେ ଯାହା ଫଳରେସାଧାରଣରେ ଆଲୋଚନା ଜଣେ ଓଏଏସ ( ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ)ତହସିଲଦାର ପଦବୀରେ ରହି କିପରି (ଓଆରଏସ) ଓଡ଼ିଶା ରାଜସ୍ବ ସେବା ପଦବୀରେ ଅତିରିକ୍ତ ଦ୍ବାୟୀତ୍ବ ଖଇରା ସବ୍ ରେଜିଷ୍ଟ୍ରାର ଅଫିସର ନେଇଛନ୍ତି, ବର୍ତ୍ତମାନ ସକାଳ ଅଫିସ ହୋଇଥିବାରୁ ଖଇରା ତହସିଲଦାର ପ୍ରତ୍ୟେକ ସରକାରୀ କାର୍ଯ୍ୟ ଦିବସରେ ପ୍ରାୟ ଅପରାହ୍ନ ୧୨ ଘଟିକା ପରେ ସବ୍ ରେଜିଷ୍ଟ୍ରାର ଅଫିସକୁ ଆସୁଛନ୍ତି,ଯହା ଫଳରେ ଜନସାଧାରଣ ଜନତା ଓ ହିତାଧିକାରୀ ମାନେ ପ୍ରଚଣ୍ତ ଖରାରେ ବୟସ୍କ ବ୍ୟକ୍ତି ମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି, ଜଣେ ତହସିଲଦାର ତହସିଲ ଅଫିସ, ଖଣି, ଆଇନ୍ ଶୃଙ୍ଖଳା, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପରିଦର୍ଶନ, ଏପଟେ ଜିଲ୍ଲା ସ୍ତରୀୟ ମିଟିଂ, କଟକ ହାଇକୋର୍ଟ ଯିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ ଥିବାବେଳେ ଖଇରା ତହସିଲଦାରଙ୍କୁ କିପରି ଅତିରିକ୍ତ ସବ୍ ରେଜିଷ୍ଟ୍ରାର ଅଫିସର ଦ୍ବାୟିତ୍ବ ମିଳିଛି, ଏହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି,ତହସିଲ ଅଧିନରେ ଦୁଇଜଣ ଅତିରିକ୍ତ ତହସିଲଦାର କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସବ୍ ରେଜିଷ୍ଟ୍ରାର ଅଫିସର ଦ୍ବାୟିତ୍ବ ନେଲେ ଅସୁବିଧା କେଉଁଠି ରହୁଛି, ତାହା ବିଚାର କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ବୁଦ୍ଧି ଜିବୀ ଓ ଜନସାଧାରଣଙ୍କ ତରଫରୁ ଦାବି ଜଣାଇଛନ୍ତି, ଯାହା ଫଳରେ ଖଣି ଯାଞ୍ଚ, ଗାଡ଼ି ଚେଙ୍କି, ଆଇନ୍ ଶୃଙ୍ଖଳା, ରାଜସ୍ବ ନିରୀକ୍ଷକ ସର୍କଲ ପରିଦର୍ଶନ, ତହସିଲ କାର୍ଯ୍ୟାଳୟ ଠିକ୍ ଭାବେ ନିର୍ବାହ ହୋଇପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।