Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ଅକ୍ଷୟ ତୁତୀୟାରେ ରଥକାଠ ଅନୁକୂଳ ହେଲା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ : ଆଜି ପବିତ୍ର ଅକ୍ଷୟ ତୁତୀୟା l ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ସହରସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଯଥାବିଧି ପୂଜା କର୍ମାଣି ପରେ ରଥତିଆରି କାଠ ଶୁଭ ଅନୁକୂଳ କରାଯିବା ସହିତ ମନ୍ଦିର ଚୂଡାରେ ବାନା ବସାଯାଇଥିଲା l ଏଥିରେ ମୟୂରଭଞ୍ଜ ଜିଲ୍ଲା ସାଂସଦ ନବଚରଣ ମାଝୀ, ଭାରତୀୟ ଜନତା ପାର୍ଟି ରାଜ୍ଯ ସମ୍ପାଦକ ନବୀନ ରାମ, ଡାହୁକ କୁଷ୍ଣବିହାରୀ ମହାନ୍ତି, ଅଭିଷେକ ମହାନ୍ତି, ରଥ ମହାରଣା ମଧୁ ମହାରଣା, ବିକି ଶର୍ମା, ବୁଦ୍ଦେଶ୍ବର ମହାନ୍ତ, ଜଗନ୍ନାଥ ବିନ୍ଧାଣୀ ତଥା ରଥ କମିଟୀ ର ଅନ୍ଯାନ୍ଯ ସଦସ୍ଯ ଉପସ୍ଥିତ ରହିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ