Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: : ବିପ୍ର ଫାଉଡେସନ ତରଫରୁ ଭଗବାନ ପର୍ଶୁରାମଙ୍କର ଜୟନ୍ତୀ ଉତ୍ସବ ପାଳିତ : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ଫାଟକ ନିକଟସ୍ଥ ଧର୍ମଶାଳା ଠାରେ ବିପ୍ର ଫାଉଡେସନ ତରଫରୁ ଭଗବାନ ପର୍ଶୁରାମଙ୍କର ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ସକାଳ ବେଳା ଯଥାବିଧି ପୂଜାକର୍ମକାଣ୍ଡ ପରେ ଆରତୀ ହୋଇଥିଲା ବେଳେ ସନ୍ଧ୍ଯା ବେଳା ଭଗବାନ ପର୍ଶୁରାମଙ୍କର ମୂର୍ତ୍ତୀକୁ ଫୁଲ ସଜ୍ଜିତ ବାହନରେ ବସାଇ ନଗର ପରିକ୍ରମା କାର୍ଯ୍ଯକ୍ରମ ହୋଇଥିଲା l ଏହି ଭକ୍ତିମୟ ପରିବେଶରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ l ଏଥିରେ ସଭାପତି ରବି ଜୋଶି, ଉପସଭାପତି ଆକାଶ ଶର୍ମା, ଶ୍ଯାମ ସୁନ୍ଦର ଶର୍ମା, ସମ୍ପାଦକ ବଦ୍ରି ଶର୍ମା, କୋଷାଧକ୍ଷ ରାକେଶ ଶର୍ମା, କନୈୟା ଶର୍ମା, ଓଲ ଓଡିଶା କୋଷାଧକ୍ଷ ବିଷ୍ଣୁ ଶର୍ମା, ମଣ୍ଟୁ ଶର୍ମା ତଥା କାର୍ଯ୍ଯକାରୀ ସଦସ୍ଯଗଣ ଉପସ୍ଥିତ ରହି ଭଗବାନ ପର୍ଶୁରାମଙ୍କର ଗୁଣକୀର୍ତ୍ତନ କରିବା ସହିତ ପ୍ରଭୁଙ୍କର ଆଶିଷ କାମନା କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ