ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମା'ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଆରମ୍ଭ। 1

ତିର୍ତ୍ତୋଲ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ମା'ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଆରମ୍ଭ।ତିର୍ତ୍ତୋଲ-୩୦/୪-(ରିପୋର୍ଟ-ଟୁକନ ସେଠୀ)
Article Image
ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସିନୀ ମା ଶାରଳା ଙ୍କ ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ। ଏହି ପବିତ୍ର ଅକ୍ଷୟ ତୃତୀୟା ରେ ମା'ଶାରଳା ଜଗନ୍ନାଥ ଙ୍କ ବେଶ ସହ ଦୃଗାମାଧବକ ବେଶ ମଧ୍ୟ ହୋଇଥାନ୍ତି। ମା'ଙ୍କୁ ଚନ୍ଦନ ଲାଗି ପରେ ସୁସଜ୍ଜିତ ବିମାନରେ ଘଣ୍ଟ, ଘଣ୍ଟା ରେ ମା'ଙ୍କୁ ସେବାୟତ ମାନେ ଚନ୍ଦନ ପୁଷ୍କରଣୀକୁ ନେଇଯାଇ ସେଠାରେ ନୈକା ମାଧ୍ୟମରେ ସେବାୟତ ମାନେ ଗୀତ ବୋଲି ମା'ଙ୍କୁ ଚାପ ଖେଳାଇ ଥାଆନ୍ତି।ଏହାପରେ ଚନ୍ଦନ ପୁଷ୍କରଣୀ ଭିତରେ ଥିବା ମନ୍ଦିରରେ ମା'ବିଶ୍ରାମ କରନ୍ତି।ଏହା ପରେ ସଂଧ୍ୟାରେ ଚାପ ଖେଳ ସରିବା ପରେ ମା' ପୁନର୍ବାର ସୋ ପୀଠ କୁ ବତ୍ୟାବର୍ତ୍ତନ କରିଥାଆନ୍ତି ।ଆଜି ଠାରୁ ମା ଶାରଳା ଙ୍କ ସ୍ୱତନ୍ତ୍ର ପୂଜାବିଧି ସହ ଦୀର୍ଘ ଏକୋଇଶି ଦିନ ଧରି ଲଟା ଭଉଁରୀ ଚାପ ଖେଳାଯାଏ ଯାହା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିନଥାଏ। ଗତବର୍ଷ ବାଣ ଅଘଟଣ କୁ ଆଡେଇବା ପାଇଁ ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ବାଣ ଫୁଟା ବନ୍ଦ କରାଯାଇଛି। ପ୍ରତ୍ୟେକ ଦିନ ମା'ଙ୍କୁ ଚନ୍ଦନଲାଗି କରାଯାଇ ଚାପଖେଳ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
Article Image