ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଦେବିନଦିରୁ ବିପୁଳ ମାତ୍ରାରେ ଚୋରା ବାଲି ଚାଲାଣ, ବିନା ଟ୍ରାଞ୍ଜିଷ୍ଟ୍ ପାସରେ ରାତିଅଧିଆ ଉଠୁଛି ବାଲି, ଅଭିଯୋଗ ପରେବି ନୀରବ ଖଣି ବିଭାଗ । 5

ନାଉଗାଁ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ଦେବିନଦିରୁ ବିପୁଳ ମାତ୍ରାରେ ଚୋରା ବାଲି ଚାଲାଣ, ବିନା ଟ୍ରାଞ୍ଜିଷ୍ଟ୍ ପାସରେ ରାତିଅଧିଆ ଉଠୁଛି ବାଲି, ଅଭିଯୋଗ ପରେବି ନୀରବ ଖଣି ବିଭାଗ ।
Article Image
ନାଉଗାଁ, ୩୦/୪/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ତହସିଲ ଅଧିନରେ ଥିବା ଦେବିନଦୀର ଗଳଧାରୀ ବାଲି ସୈରାତରୁ ପ୍ରତିଦିନ ସନ୍ଧ୍ୟା ପରଠାରୁ ସକାଳ ପର୍ଯ୍ୟନ୍ତ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ବାଲି ସୈରାତ ଗୁଡିକର ନିଲାମ ପ୍ରକ୍ରିୟା ସମୟରେ ନିଲାମଧାରି ମାନଙ୍କ ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିବନ୍ଧ ରହିଥାଏ। ଯେମିତିକି ନିଲାମ ଦିଆଯାଇଥିବା ବାଲିଘାଟରୁ ନିଲାମଧାରି ମାନେ ବାର୍ଷିକ କେତେ ପରିମାଣରେ ବାଲି ଉତୋଳନ କରିପାରିବେ, କେତେ ପରିମାଣର ସ୍ଥାନରୁ ବାଲି ଉତୋଳନ ହେବ ସେହି ସ୍ଥାନ ନିରୂପଣ କରାଯାଇ ବାଡବନ୍ଦି କରାଯିବା, ଘାଟ ଗୁଡିକରେ ଜେସିବି ଭଳି ମେସିନ୍ ର ବ୍ୟବହାର ନକରି ନିଲାମଧାରୀ ମାନେ ସ୍ଥାନୀୟ ମଜୁରିଆ ମାନଙ୍କ ଦ୍ଵାରା ବାଲି ଉତୋଳନ କରିପାରିବେ, ନଦୀରେ ଥିବା ପାଣି ଅନୁପାତ ଠାରୁ ଅଧିକ ଗଭୀରରେ ବାଲି ଉତୋଳନ ନକରିବା, ପ୍ରତିଦିନ ବାଲି ଉତୋଳନ ହେଉଥିବା ସ୍ଥାନ ଗୁଡିକୁ ସମତୁଲ କରିବା ଭଳି ଅନେକ ନିୟମ ରହିଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ବାଲିଘାଟ ଗୁଡ଼ିକରୁ ବାଲି ଉତୋଳନ ପରେ ପରିବହନ କରୁଥିବା ଗାଡ଼ି ଗୁଡିକୁ ବିଭାଗ ପକ୍ଷରୁ ଟ୍ରାଞ୍ଜିଷ୍ଟ ପାସ ଯୋଗାଇଦେବା ନିୟମ ରହିଥିବା ବେଳ ଏହି ଘାଟରେ ନିଲାମଧାରି ମାନେ ଏସବୁ ନିୟମ ଗୁଡିକୁ ପ୍ରତିପାଳନ କରୁନଥିବା ଅଭିଯୋଗ ହେଉଛି। ଏମିତିକି ସରକାରୀ ନିୟମ ଅନୁସାରେ ରାତିରେ ବାଲିଘାଟରୁ ବାଲି ଉତୋଳନ କରାଯିବାର ନିୟମ ନଥିବା ବେଳେ ଏହି ଘାଟରେ ସରକାରୀ ନିୟମ ଗୁଡିକୁ ଖୋଲାଖୋଲି ଭାବରେ ଉଲଂଘନ କରାଯାଇ ପ୍ରତିଦିନ ସନ୍ଧ୍ୟା ପରଠାରୁ ଏଠାରେ ୩ ରୁ ୪ ଟି ଜେସିବି ସାହାଯ୍ୟରେ ନଦୀରେ ରହିଥିବା ପାଣି ଅନୁପାତ ଠାରୁ ଅଧିକ ଗହିରରେ ବାଲି ତାଡି ଶତାଧିକ ସଂଖ୍ୟାରେ ହାଇୱା ସାହାଯ୍ୟରେ ସକାଳ ପର୍ଯ୍ୟନ୍ତ ଶହଶହ ଟ୍ରିପ ବାଲି ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଏହି ବାଲି ହାଇୱା ଗୁଡିକରୁ ପାଣି ଝରି ସ୍ଥାନୀୟ ଅଞ୍ଚଳ ଗୁଡ଼ିକର ରାସ୍ତାଘାଟ ନଷ୍ଟ ହେବା ସହିତ ନଦୀରୁ ଅନୁପାତ ଠାରୁ ଅଧିକ ବାଲି ଉତୋଳନ ହେଉଥିବା କାରଣରୁ ଆଗକୁ ବର୍ଷାଦିନ ଆସୁଥିବା ବେଳେ ବନ୍ୟା ସମୟରେ ନଦୀବନ୍ଧ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ ଜିଲା ଖଣି ବିଭାଗରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣଷି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେପଟେ ଏଥିନେଇ ଜିଲା ଖଣି ବିଭାଗ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ଅଧିକାରୀ ଅନେକ ସମୟରେ ଫୋନ ମଧ୍ୟ ଉଠାଉନଥିବା ଅଭିଯୋଗ ହେଉଛି। ଏଣୁ ଜିଲାପାଳ ତୁରନ୍ତ ଏଥିପ୍ରତି ଗୁରୁତ୍ବ ଦେବାକୁ ସାଧାରଣରେ ଦାବି ହେଉଛି।
Article Image