Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ଶିଶୁ ଅନନ୍ତ ଆଶ୍ରାମରେ ଚତୁର୍ଦ୍ଦଶୀ ମେଳା ଆରମ୍ଭ

ତିର୍ତ୍ତୋଲ-(ରିପୋର୍ଟ-ଟୁକନ ସେଠୀ)୩୦/୪:- ପୁରାଣ ପ୍ରସିଦ୍ଧ ଶ୍ରୀ ଅନନ୍ତ ଧାମ ତଥା ପରିବାରତୀର୍ଥ ଶିଶୁଅନନ୍ତ ଆଶ୍ରମରେ ୫୬ ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା ପ୍ରତିବର୍ଷ ଭଳି ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ଆରମ୍ଭ ହୋଇଯାଇଅଛି | ଏହି ଅବସରରେ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗଦର୍ଶନ ରେ ପ୍ରଭାତରେ ଶ୍ରୀ ଅନନ୍ତ ସୁନ୍ଦରଙ୍କର ପର୍ଶୁରାମ ବେଶ ସଂମ୍ପନ୍ନ ହେବା ସହ ମନ୍ଦିର ଚୂଡାରେ ନୂତନ ପତାକା ଲାଗି କରାଯାଇଥିଲା | ଏଥିସହ ମହାଲକ୍ଷ୍ମୀ ମା' ଜ୍ୟୋତିପ୍ରଭାଙ୍କୁ ପୂଜାର୍ଚ୍ଚନା କରାଯାଇ ଅକ୍ଷୀ ମୁଠି ଅନୁକୂଳ କରାଯାଇଥିଲା | ସମଗ୍ର ରାଷ୍ଟ୍ରରେ ଶାନ୍ତି ପାଇଁ ସାଧୁସନ୍ଥ ମାନଙ୍କ ଦ୍ୱାରା ପାର୍ଥନା କରାଯିବା ସହିତ ଆଜିଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ଏହି ପୂନ୍ୟ ପୀଠରେ ନାମ ଯଜ୍ଞ, ଘୃତ ଯଜ୍ଞ, କଥା ଯଜ୍ଞ, ସାଧୁ ମେଳା ଓ ମହୋତ୍ସବ ଆଦି ଅନୁଷ୍ଠିତ ହେବ | ପ୍ରତିଦିନ ସନ୍ଧ୍ୟାରେ ଶ୍ରୀ ଅନନ୍ତ ସୁନ୍ଦରଙ୍କର ଚଳନ୍ତି ବିଗ୍ରହ ରାଧାମୋହନ ଓ ବ୍ରହ୍ମଗୋପାଳଙ୍କର ଚନ୍ଦନଚାପ ଅନୁଷ୍ଠିତ ହେବ | ଏହି ମେଳା ଆସନ୍ତା ମଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ | ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ତଥା ଓଡ଼ିଶା ବାହାରୁ ଲକ୍ଷାଧିକ ଭକ୍ତମାନଙ୍କର ସମାଗମ ହେବ ବୋଲି ଶିଶୁ ଅନନ୍ତ ଆଶ୍ରମର ପ୍ରେସ ସଚିବ ଡ଼ଃ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ସୂଚନା ପ୍ରଦାନ କରିଅଛନ୍ତି |