Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ନାଉଗାଁ ୩୦/୦୪/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଞ୍ଚାୟତ ର ଦହିପାଳ ସ୍ଥିତ ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବ୍ରାହ୍ମନନ୍ଦ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁକ୍ଷ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଲଲାଟେନ୍ଦୁ ପରିଡ଼ା ବକ୍ତା ଭାବେ ଜିଲ୍ଲା ଓସ୍ତା ସଭାପତି ନାରାୟଣ ଚନ୍ଦ୍ର ବାରିକ, ସମ୍ନାନିୟ ଅତିଥି ଭାବେ ସ୍ତାନିୟ ସରପଞ୍ଚ ଲକ୍ଷ୍ମଣ ସ୍ବାଇଁ,ପୃର୍ବତନ ପ୍ରଧାନ ଶିକ୍ଷକ ନୀରଜ୍ଞନ ମହାନ୍ତି,ବୈଶୀଧର ଦାସ, ନାଉଗାଁ ବ୍ଳକ ଓସ୍ତା ସମ୍ପାଦକ ହିମାଂଶୁ ଶେଖର ମହାନ୍ତି,ସମାଜ ସେବୀ ପଶୃରାମ ସ୍ବାଇଁ, ପ୍ରହଲ୍ଲାଦ ପରୀଡା, ସୁରେଶ ସ୍ବାଇଁ, ଯୋଗଦେଇ ଅବସର ଗ୍ରହଣ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୃଷ୍ଠାଞ୍ଜଳି ନାୟକ ଥିଲେ ଜଣେ ଛାତ୍ର ବଛଳ ଶିକ୍ଷୟିତ୍ରୀ, ଉକ୍ତ ଶିକ୍ଷା ଅନୁଷ୍ଠାନ ଆରମ୍ଭ ହେଲା ଦିନଠାରୁ ଶ୍ରୀମତୀ ପୃଷ୍ଠାଞ୍ଜଳି ନାୟକ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୀବା ସହିତ ଉକ୍ତ ବିଦ୍ୟାଳୟକୁ ଏକ ନମ୍ବର ବିଦ୍ୟାଳୟ ଭାବେ ଗଢି ତୋଳିବାରେ ଅନେକ ଅବଦାନ ରହିଛି। ଆଜି ସେ ଅବସର ଗ୍ରହଣ କରୁଥିବାରୁ ଉକ୍ତ ଶିକ୍ଷା ଅନୁଷ୍ଠାନ ଆଜି ଜଣେ ଭଲ ଶିକ୍ଷୟିତ୍ରୀ ଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ।