Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: : ଆନ୍ତଜାର୍ତିୟ ସମବାୟ ବର୍ଷ ୨୦୨୫ ଜିଲ୍ଲା ସ୍ତରୀୟ ମହେତ୍ସବ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ମହତାବ ଭବନ ଠାରେ ଆନ୍ତଜାର୍ତିୀୟ ସମବାୟ ବର୍ଷ ତଥା ଜିଲ୍ଲା ସ୍ତରୀୟ ମହୋତ୍ସବ ସଭାପତି ଉପନିବନ୍ଧକ ସମବାୟ ସମିତି ସମୂହ ବାରିପଦା କୁଷ୍ଣଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ସଭାପ୍ରାରମ୍ଭରେ ଅତିଥିଗଣ ଜଗତର ନାଥ ଶ୍ରୀ ଜଗନ୍ନାଥ ଏବଂ ମହାନ ବ୍ଯକ୍ତିତ୍ବସମବାୟ ଆନ୍ଦୋଳନ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ସ୍ଥାନୀୟ କନ୍ଯାଶ୍ରମ ର ଛାତ୍ରୀଗଣ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l ତଦପରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ଏଥିରେ ମୁଖ୍ଯ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଭାରତୀୟ ଜନତା ପାର୍ଟି ଜିଲ୍ଲା ସମ୍ପାଦକ ମନୋଜ ଦାସ, ଏମସିସି ବ୍ଯାଙ୍କ କର୍ମଚାରୀ ମହେନ୍ଦ୍ରନାଥ ସାମଲ, ସହକାରୀ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା, ସହକାରୀ କୁଷି ଅଧିକାରୀ ରାଇରଙ୍ଗପୁର ପାର ହାଁସଦା, ସହକାରୀ ମତ୍ସ୍ଯ ଅଧିକାରୀ ରାଇରଙ୍ଗପୁର ଶ୍ରଦ୍ଧାଞ୍ଜଳି ସାହୁ, ସହକାରୀ ଉଦ୍ଯାନକୁଷି ଅଧିକାରୀ ରାଇରଙ୍ଗପୁର ସୂର୍ଯ୍ଯକାନ୍ତ ମଲ୍ଲିକ, ରାଇରଙ୍ଗପୁର ଏମସିସି ବ୍ଯାଙ୍କ ପରିଚାଳକ ମାନସ ଘୋଷ, ବହଳଦା ଏମସିସି ବ୍ଯାଙ୍କ ପରିଚାଳକ ଗୌରବ କୁମାର ଦାସ ଓ ବିଶୋଇ ଏମସିସି ବ୍ଯାଙ୍କ ପରିଚାଳକ ସମ୍ବିତ ଜେନା ପ୍ରମୁଖ ଯୋଗ ଦେଇଥିଲେ l ବରିଷ୍ଠ ସହକାରୀ ନିବନ୍ଧକ ରାଇରଙ୍ଗପୁର ସମବାୟ ସମିତି ସମୂହ ଲକ୍ଷ୍ମୀଧର ରାଉତ ସ୍ବାଗତ ଭାଷଣ ଦେବା ପରେ ସଭାପତି ଉପନିବନ୍ଧକ ସମବାୟ ସମିତି ସମୂହ ବାରିପଦା ସଭାପତିତ୍ବ ବକ୍ତବ୍ଯ ପ୍ରଦାନ କରିଥିଲେ l ଏହାପରେ ଅତିଥିଗଣ ସମବାୟ ସମିତି ଉପରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ସମବାୟ ସମିତି ଲୋକମାନଙ୍କର ଆବଶ୍ଯକତା ପୂରଣ କରୁଥିବା କଥା କହିଥିବା ବେଳେ ମୁଖ୍ଯ ଅତିଥି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ କହିଥିଲେ ଯେ ସଶକ୍ତ ସମବାୟ, ସୁଦୁଢ ସମାଜ ଓ ସମୁଦ୍ଧ ଜୀବନ ଅର୍ଥାତ୍ ଗ୍ରାମ, ପଞ୍ଚାୟତ ଓ ପଞ୍ଚାୟତସମିତି ବିକାଶ ହେଲେ ଜିଲ୍ଲା ବିକଶିତ ହୋଇପାରିବ l ୨୦୩୬ ବେଳକୁ ଓଡିଶାର ରୂପରେଖ କିପରି ହେବ ତାହା ଏବେ ଠାରୁ ନିଣ୍ଣୟ କରିବାକୁ ପଡିବ l ତଦପରେ ଜଣେ ଚାଷୀ କାଳୀ ଚରଣ ଗିରିଙ୍କୁ ୧ ଲକ୍ଷ ଟଙ୍କାର ଋଣ ଚେକ ଦିଆଯାଇଥିଲା l ସେ ଏଥିରେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସୂଚନା ଦେଇଥିଲେ l ସୁସ୍ଥ ସମାଜ ଗଠନରେ ସମବାୟ ର ଭୂମିକା ଉପରେ ପ୍ରବନ୍ଧ ପ୍ରତିଯୋଗିତାରେ କୁତିତ୍ବ ଅର୍ଜନକାରୀ ଭାବେ ପ୍ରଥମସ୍ଥାନ ଧାଙ୍ଗୁଡିମୁତା ଏମଡି ଜ୍ଯୋତି ପ୍ରକାଶ ଗିରି, ଦ୍ବିତୀୟ ସ୍ଥାନ ବିଜାତଳା ଲ୍ଯାମ୍ପ ଏମଡି ଅନିରୂଦ୍ଧ ଗିରି ଓ ତୁତୀୟସ୍ଥାନ ଭାବେ ଜାମଦା ଲ୍ଯାମ୍ପ ଏମଡି ସୁମତି ଟୁଡୁ ଓ ତିରିଂ ଲ୍ଯାମ୍ପ ଏମଡି କ୍ଷିରୋଦ ଚନ୍ଦ୍ର ଧଳଙ୍କୁ ମାନପତ୍ର ଦେଇ ପୁରସ୍କୁତ କରାଯାଇଥିଲା l ଏହାସହିତ ରକ୍ତଦାନ କରିଥିବା ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ପରିଶେଷରେ ବରିଷ୍ଠ ସହକାରୀ ନିବନ୍ଧକ ରାଇରଙ୍ଗପୁର ସମବାୟ ସମିତି ସମୂହ ଲକ୍ଷ୍ମୀଧର ରାଉତ ଧନ୍ଯବାଦ ଅର୍ପଣ କରିଥିଲେ l ଏଥିରେ ରାଇରଙ୍ଗପୁର ଓ କରଂଜିଆ ସମବାୟ ସମିତିର କର୍ମଚାରୀ, ପରିଚାଳନା ସମିତି ସଦସ୍ଯ ଓ ଚାଷୀ ଭାଇଭଉଣୀ ଉପସ୍ଥିତ ଥିଲେ l ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ସମସ୍ତ ଲ୍ଯାମ୍ପର ପରିତାଳନା ନିର୍ଦ୍ଦେଶକ ଅବା ନିର୍ଦ୍ଦେଶିକା ସହଯୋଗ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

