Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ଉପରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ମାନୀତ ଡକ୍ଟର ବିବେକାନନ୍ଦ ସିଂହ ବାୟା ଅବଧୂତ କଲେଜ ର ଅଧ୍ୟକ୍ଷ ରୂପେ ନିଯୁକ୍ତ।* ତିର୍ତ୍ତୋଲ ୩୦/୪- (ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାୟା ଅବଧୂତ କଲେଜ, କନିମୂଳ (+୨ ସ୍ତର) ର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମରେନ୍ଦ୍ର ଦାସଙ୍କ ଭଦ୍ରକ ନିକଟସ୍ତ ଚରମ୍ପା ଡିଗ୍ରୀ କଲେଜ କୁ ଅଧ୍ୟକ୍ଷ ଭାବରେ ବଦଳି ହେବାରୁ କଲେଜ ର ବରିଷ୍ଠ ରାଜନୀତି ବିଜ୍ଞାନ ବିଭାଗ ର ଅଧ୍ୟାପକ ଡକ୍ଟର ବିବେକାନନ୍ଦ ସିଂହ ପବିତ୍ର ଅକ୍ଷୟ ତୃତୀୟା, ୩୦ ତାରିଖ ଅପରାହ୍ନ ରେ ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟ କ୍ରମରେ ବାୟା ଅବଧୂତ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା ଉପସ୍ଥିତ ରହି ବିଦାୟୀ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମରେନ୍ଦ୍ର ଦାସଙ୍କୁ ସମ୍ବର୍ଧନା ଜଣାଇବା ସହିତ ନୂତନ ଅଧ୍ୟକ୍ଷ ଡକ୍ଟର ବିବେକାନନ୍ଦ ସିଂହ ଙ୍କୁ ସ୍ୱାଗତ କରିଥିଲେ। ନୂତନ ଅଧ୍ୟକ୍ଷ ଡକ୍ଟର ସିଂହ ପ୍ରାଧ୍ୟାପକ ଅମରେନ୍ଦ୍ର ଦାସଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ଐତିହାସିକ ବୋଲି କହିଥିଲେ ଓ ବିଦାୟୀ ଅଧ୍ୟକ୍ଷ ଙ୍କୁ ସମ୍ବର୍ଧିତ କରିଥିଲେ। ଅଧ୍ୟାପକ ନିରଞ୍ଜନ ବେହେରା, ଅଧ୍ୟାପିକା ଦିପଦିପାଳୀ ମହାପାତ୍ର, ଅଧ୍ୟାପକ ଅଜୟ କୁମାର ସ୍ବାଇଁ, ଅଧ୍ୟାପକ ପୁଷ୍ପକ କୁମାର କରଶର୍ମା, ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ଅଧ୍ୟାପକ ସାରଦା ପ୍ରସନ୍ନ ସ୍ୱାଇଁ, ଅଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର, ଶାରୀରିକ ଶିକ୍ଷା ଶିକ୍ଷକ ଫକିର ଚରଣ ବାରିକ, ଡେମୋନଷ୍ଟେଟର ଜ୍ଞାନ ରଞ୍ଜନ ପାତ୍ର, ଡେମୋନଷ୍ଟେଟର ବିକାଶ ଚନ୍ଦ୍ର ମହାନ୍ତି, ଡେମୋନଷ୍ଟେଟର ରମାକାନ୍ତ ଲେଙ୍କା,ବରିଷ୍ଠ କାର୍ଯ୍ୟାଳୟ ଅଧିକାରୀ ଶିଶିର କୁମାର ମହାପାତ୍ର, ବିଜୟ କୁମାର ଦାଶ, ଖୁଲଣା ସ୍ୱାଇଁ , କଲେଜ ଡିଇଓ ଶାନ୍ତନୁ ଜେନା, ରବିନ୍ଦ୍ର କୁମାର ନାୟକ, ନୃସିଂହ ରାଉତ , ଲୋକନାଥ ରଣା,ଅନିରୁଦ୍ଧ ସାହୁ ଓ ନୃସିଂହ ସାହୁ ସମେତ କଲେଜ ର କର୍ମଚାରୀ ମାନେ ବିଦାୟୀ ଅଧ୍ୟକ୍ଷ ଙ୍କୁ ବିଦାୟକାଳୀନ ଶୁଭ କାମନା ସହିତ ନୂତନ ଅଧ୍ୟକ୍ଷ ଙ୍କୁ ସ୍ୱାଗତ କରିଥିଲେ।

