Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଠାକୁର ମୂର୍ତ୍ତିକୁ ନେଇ ଉତେଜନା, ପ୍ରଶାସନ ଦାୟୀତ୍ୱରେ ରହିଲେ ଦେବୀଙ୍କ ପ୍ରତିମା ନାଉଗାଁ, 3

ନାଉଗାଁ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ଠାକୁର ମୂର୍ତ୍ତିକୁ ନେଇ ଉତେଜନା, ପ୍ରଶାସନ ଦାୟୀତ୍ୱରେ ରହିଲେ ଦେବୀଙ୍କ ପ୍ରତିମା ନାଉଗାଁ,
Article Image
ନାଉଗାଁ ୩୦/୪/ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକରେ ଏକ ଠାକୁରଙ୍କ ପଥର ପ୍ରତିମାକୁ ନେଇ ଉତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତମାସ ୩ ତାରିଖରେ ନାଉଗାଁ ବ୍ଲକ ଅନ୍ତର୍ଗତ ସିଖରଘାଟ ସେତୁ ନିକଟରୁ ଏକ କଳା ମୁଗୁନି ପଥରର କାତ୍ୟାୟନୀ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ଉକ୍ତ ମୂର୍ତ୍ତି ଉଦ୍ଧାର ପଛରେ ଏରସମା ଅଞ୍ଚଳର ଜୈନିକା ମହିଳା ତାଙ୍କୁ ମାଙ୍କ ସ୍ୱପ୍ନାଦେଶ ହୋଇଥିବା କହିବା ଅନୁସାରେ ଗ୍ରାମବାସୀ ମାନଙ୍କ ସହାୟତାରେ ଉକ୍ତ ସେତୁ ତଳୁ ଏକ କଳା ମୁଗୁନି ପଥରର କାତ୍ୟାୟନୀ ମୂର୍ତ୍ତି ଉଦ୍ଧାର କରିଥିଲେ। କିନ୍ତୁ ମୂର୍ତ୍ତି ଉଦ୍ଧାର ହେବାପରେ ଗ୍ରାମବାସୀ ମାନେ ସେହି ମୂର୍ତ୍ତିକୁ ନିଜ ଗ୍ରାମରେ ରଖି ପୂଜାର୍ଚ୍ଚନା କରୁଥିଲେ। ହେଲେ ସେହି ମୂର୍ତ୍ତିକୁ ଉଦ୍ଧାର କରିବା ପଛରେ ରହିଥିବା ସଂପୃକ୍ତ ମହିଳା ଜଣଙ୍କ ଏବେ ଉକ୍ତ ମୂର୍ତ୍ତିକୁ ନେବାପାଇଁ ଅଡିବସିଥିବା ବେଳେ ଗ୍ରାମବାସୀ ଓ ଉକ୍ତ ମହିଳାଙ୍କ ସମେତ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାରୁ ଘଟଣା ସ୍ଥଳରେ ନାଉଗାଁ ତାହସିଲିଦାର ଓ ପୁଲିସ ପହଁଚି ଉକ୍ତ ମୂର୍ତ୍ତିକୁ ଆଣି ଥାନା ପରିସରରେ ଥିବା ତ୍ରିନାଥ ମନ୍ଦିରରେ ରଖିଥିବା ଜଣାପଡିଛି। ଘଟଣାର ସମ୍ପୂର୍ଣ ତଦନ୍ତ ପରେ ଉକ୍ତ ମୂର୍ତ୍ତିକୁ କାହାକୁ ହସ୍ତାନ୍ତର କରାଯିବା ତାହା କୁହାଯିବ ବୋଲି ନାଉଗାଁ ପୁଲିସ ପକ୍ଷରୁ କୁହାଯାଇଛି।