Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତୋଲ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ଦାଗରପଡା ଭକ୍ତି ବେଦାନ୍ତ ଆଶ୍ରମରେ ରାଧା କୃଷ୍ଣ ଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ
ତିର୍ତୋଲ 30/4 ତିର୍ତୋଲ ବ୍ଲକ ବଣିତ ପଂଚାୟତର ଡଗର ପଡା ଗ୍ରାମ ଠାରେ ନବ ନିର୍ମିତ ଭକ୍ତି ବେଦାନ୍ତ ଆଶ୍ରମ ରେପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ
ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି, ସନ୍ଦ୍ୟାରେ ଶ୍ରୀରାଧା ଓ ପ୍ରଭୂ ଶ୍ରୀକୃଷ୍ଣ ଙ୍କ ଚନ୍ଦନ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ଗହଳି ହେଇଥିଲା, ଭକ୍ତ ମାନଙ୍କୁ ଭକ୍ତି ବେଦାନ୍ତ ଆଶ୍ରମ ତରଫରୁ ପ୍ରତିଷ୍ଠାତା ବାବା ବନମାଳି ଦାସ ପ୍ରସାଦ ସେବନ ର ଵେବସ୍ଥା କରିଥିଲେଏହି ଚନ୍ଦନ ଯାତ୍ରା ଆଗାମୀ ପନ୍ଦର ଦିନଯାଏ ଅନୁଷ୍ଠିତ ହେବ, ପ୍ରଭୁ ଓ ଶ୍ରୀ ରାଧା ଙ୍କୁ ଗ୍ରୀଷ୍ମ ତାପରୁ ରକ୍ଷା କରିବା ପାଇଁ ଏହି ଚନ୍ଦନ ଯାତ୍ରାସମଗ୍ର ଅଂଚଳ ରେ ଥିବା ଦେବଦେବୀ ମନ୍ଦିର ରେ ଅନୁଷ୍ଠିତ ହୁଏ, ଭକ୍ତି ବେଦାନ୍ତ ଆଶ୍ରମ ରେ ମଧ୍ୟ୍ୟ ଅନୁଷ୍ଠିତ ହେଉଛି lରିପୋର୍ଟ :ଶ୍ରୀବତ୍ସ ପାଢ଼ୀ, (ବିକ୍ରମ ଓଡିଶା )