ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପହେଲଗାଁଓ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଇଣ୍ଟରନ୍ୟାସନାଲ ଗୀତା ମିଶନ 3

ତିର୍ତ୍ତୋଲ, 26/04/2025, ବିକ୍ରମ ଓଡ଼ିଶା ନିୟୁଜ: ପହେଲଗାଁଓ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଇଣ୍ଟରନ୍ୟାସନାଲ ଗୀତା ମିଶନତିର୍ତ୍ତୋଲ-୨୬/୪-(ରିପୋର୍ଟ-ଟୁକନ ସେଠୀ)- ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ଗୀତା ମିଶନ ଦ୍ୱାରା କାଶ୍ମୀର ପହେଲଗାଁ ଠାରେ ହୋଇଥିବା ନରସଂହାର ରେ ମୃତକ ମାନଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ଗୀତା ମିଶନ ର ସଭାପତି ଡ଼ଃ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା | ଏହି ଅବସରରେ ସ୍ୱାମୀ ଚିଦାନନ୍ଦ କହିଥିଲେ ଯେ, ମାନବ ଇତିହାସ ରେ ଏହା ଏକ ଅମାନୁଷିକ ଓ ବର୍ବରୋଚିତ ଘଟଣା | କ୍ରୁର ନାଜି ଶାସକ ହିଟଲର ଙ୍କ ପରେ ଏହା ଆଉ ଏକ ଘଟଣା, ଯେଉଁଠି ଧର୍ମ ରେ ନାମ ପଚାରି ମଣିଷକୁ ନିର୍ଦୟ ଭାବେ ହତ୍ୟା କରାଯାଇଛି | ଏହା ମାନବବାଦ ରେ ହତ୍ୟା ଅଟେ | କିଛି ନିର୍ବୋଧ ଓ ଅମଣିଷ ମାନଙ୍କ ଦ୍ୱାରା କରାଯାଇଥିବା ଏହି ନାରକୀୟ ଘଟଣାକୁ ଇଣ୍ଟରନ୍ୟାସନାଲ ଗୀତା ମିଶନ ଦୃଢ ଭାବେ ନିନ୍ଦା କରିବା ସହିତ ଘଟଣାର ଉଚିତ ଜବାବ ଦେବାକୁ ସରକାର ଙ୍କୁ ଅନୁରୋଧ କରାଯାଇଛି | ଦିବଂଗତ ଆତ୍ମା ମାନଙ୍କର ସଦଗତି ପାଇଁ ମିଶନ ତରଫରୁ ଈଶ୍ୱରଙ୍କ ନିକଟରେ ପାର୍ଥନା କରାଯାଇଥିଲା | ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ରେ ବହୁ ସାଧୁସନ୍ଥ ଓ ସ୍ବେଛାସେବୀ ମାନଙ୍କ ସହିତ ଗୀତା ମିଶନ ରେ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ |
Article Image
Article Image