Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ଲଗ୍: କେରଳା ପବ୍ଲିକ ସ୍କୁଲ ର ଅପୂର୍ବ ସଫଳତା ଆଙ୍କର : କେରଳା ପବ୍ଲିକ ସ୍କୁଲ ୨୦୨୪-୨୫ ଶିକ୍ଷା ବର୍ଷଦଶମ ଶ୍ରେଣୀ ICSE BOARD ପରୀକ୍ଷା ଫଳ ତାରିଖ : ୩୦/୦୪/୨୦୨୫ ରିଖ ବୁଧବାର ପ୍ରକାଶିତ ହୋଇଛି। ଏଥିରେ କେରଳା ପବ୍ଲିକ ସ୍କୁଲ ଅସନବଣୀ, ରାଇରଙ୍ଗପୁର, ମୟୁରଭଞ୍ଜ, ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଶତ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ଶ୍ରୀମାନ ସୂର୍ଯ୍ୟା ଭରଦ୍ୱାଜ ୯୬.୬℅ ନମ୍ବର ରଖି ଟପ୍ପର ହୋଇଛନ୍ତି ଓ ୯୦℅ ରୁ ଉର୍ଦ୍ଧ୍ବ ନମ୍ବର ରଖି ୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।
ଏଥର ପ୍ରଥମ ଥର ପାଇଁ ଓଡ଼ିଶା ସରକାରଙ୍କ ଅନୈଷା ପୋଗ୍ରାମ ଅନ୍ତର୍ଭୁକ୍ତ ସର୍ବମୋଟ ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ସଲମା ମାର୍ଣ୍ଡି ୯୦℅ , ଲକ୍ଷ୍ମଣ ମୁର୍ମୁ ୮୬.୬℅, ଓ ପଦ୍ମାବତୀ ଟାମୁଡ଼ିଆ ୮୩.୬℅ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ଗୀତାଞ୍ଜଳୀ ତ୍ରିପାଠୀ, ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ସ୍କୁଲର ଡ଼ାଇରେକ୍ଟର ଡ. ଶ୍ରୀକାନ୍ତ ନାୟର ଓ ସମସ୍ତ ଅଭିଭାବକ-ଅଭିଭାବିକା କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିବାଦନ ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ