Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶିକ୍ଷା ବିକାଶ କାର୍ଯ୍ୟକ୍ରମ ରେ ବିଭୁ ତରାଇବିଦ୍ୟାମନ୍ଦିର ବାର୍ଷିକଉତ୍ସବ ରେ
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଅନୁରାଗ ପାଇଁ ସାମ୍ବାଦିକ ସରୋଜ ନାୟକ ସମ୍ମାନିତ |~~~~~~~~~~~~~

ଜଗତସିଂହପୁର /ନିଆଳି 1/5/2025 ଜଗତସିଂହପୁର ସଦର ମହକୁମା ପାଖ ସିଠାଳ ଦ୍ବିପାଞ୍ଚଳ ପଳସା ଗ୍ରାମରେ ଅବସ୍ଥିତ ଓମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଏକବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି |,ସମାଜ ଗଠନ ଏହି କାର୍ଯ୍ୟକ୍ରମ କୁ ସ୍ଵପ୍ନେଶ୍ଵର ପୀଠା ଧୀଶ ପଣ୍ଡିତ ରାଜକିଶୋର ପଣ୍ଡା ଉଦଘାଟନ କରିଥିଲେ |ମୁଖ୍ୟ ଅତିଥି ଭାବରେ ସାଂସଦ ବିଭୁ ପ୍ରସାଦ ତରାଇ. ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ବିଚିତ୍ର କୁମାର ପଣ୍ଡା. ସମାଜ ସେବୀ ଯୋଗେଶ ଚନ୍ଦ୍ର ମହାପାତ୍ର. ଗାଳ୍ପିକ ସୁବାଷ ଚନ୍ଦ୍ର ଜେନା. ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ କୁମାର ପ୍ରଧାନ ଭାଗ୍ୟଶ୍ରୀ କାନୁନଗୋ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ |ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ ପାଇଁ ପୁରସ୍କୃତ କରାଯାଇଥିଲା |ଏହି ଉତ୍ସବ ରେ ଅଭିଭାବକ ଓ ବୁଦ୍ଧିଜୀବୀ ମାନଙ୍କର ବହୁଳ ସମାଙ୍ଗମ ହୋଇଥିଲା |ବର୍ତମାନ ବିଗିଡିଯାଇଥିବା ସମାଜ ବ୍ୟବସ୍ଥା କୁ ଶୃଙ୍ଖଳିତ କରିବା ପାଇଁ ଉତ୍ତମ ନାଗରିକ ଗଠନର ଆବଶ୍ୟକତା ରହିଛି |ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଭାରତୀୟ ସଂସ୍କୃତି ଆଧାରିତ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରି. ସେଇ ଗୁରୁ ଦାଇତ୍ୱ ହାତକୁ ନେଇଛି |ଆର୍ଯ୍ୟଭୂମି ଭାରତ ମାଟି ରେ ଅତୀତ ର ଋଷିକୂଳ ଆଶ୍ରମ ଶିକ୍ଷାପଦ୍ଧତି ର ଏହା ପରିବର୍ତ୍ତିତ ଅଂଶ ବିଶେଷ ବୋଲି ସାଂସଦ ଓ ଅତିଥି ମାନେ ନିଜ ନିଜ ଅଭିଭାଷଣ ରେ କହିଥିଲେ |ଉତ୍ସବରେ ସାମ୍ବାଦିକ ସରୋଜ ନାୟକ ଙ୍କୁ ଭାଷା. ସାହିତ୍ୟ ସଂସ୍କୃତି ଅନୁରାଗ ପାଇଁ ମାନପତ୍ର ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା |କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପାରିବେଷିତସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ସୁନ୍ଦର ଓ ଉପଭୋଗ୍ୟ ହୋଇଥିଲା |ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ସିଂହ ସଫଳତାର ସହ ଏହି ଉତ୍ସବକୁ ପରିଚାଳନା କରିଥିଲେ |ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଗୁରୁମା ମାନେ ଉତ୍ସାହ ର ସହିତ ସହଯୋଗ କରିଥିଲେ |ଶିକ୍ଷା ବିକାଶ ରେ ଏଭଳି କାର୍ଯ୍ୟକ୍ରମ ପାଇଁ ରେଣୁକା ସିଂହ ଙ୍କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି |