Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ପାରାଦ୍ୱୀପ , 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ପାରାଦୀପ ର ଶ୍ରୀଶ୍ରୀ ହରିହର କ୍ଷେତ୍ର ସିଦ୍ଧ କପିଲମୁନି ଆଶ୍ରମ ପରିସରରେ ଶ୍ରି ଶନିଶ୍ଚର ମହାପ୍ରଭୁଙ୍କର ପ୍ରଥମ ବାର୍ଷିକ ଉତ୍ସବ ତିନିଦିନ ବ୍ୟାପି ପାଳନ କରାଯିବ। ପ୍ରଥମ ଦିନରେ କଳସ ଯାତ୍ରା ଓ ଶ୍ରୀ ଶ୍ରୀ ଶନିଶ୍ଚରଜୀଉଙ୍କ ପୂଜାର୍ଚ୍ଚନା, ଦିତୀୟ ଦିନରେ ଗୀତା ପାଠ ,ସୂର୍ଯ୍ୟ ପୂଜା, ଗୋ ପୂଜା ଓ ଶେଷ ଦିନରେ ଶନିଦେବଙ୍କର ଜଳଲାଗି, ସହସ୍ର ନାମ ଆହୁତି, ପୂର୍ଣ୍ଣାହୁତି ବିଧି ରହିଛି।ବିଶ୍ୱାସ ରହିଛି ନ୍ୟାୟ ଓ କର୍ମର ଦେବତା ଗ୍ରହରାଜ ଶନିଶ୍ଚର l ଭକ୍ତି ର ସହିତ ଗ୍ରହରାଜ ଙ୍କୁ ସ୍ମରଣ କଲେ ସବୁ ମାନସିକ ପୂରଣ ହୋଇଥାଏ l ଶନି ଦେବଙ୍କ କୃପା ରହିଲେ ପଥର ସୁନା ପାଲଟିଥାଏ l ଶନି ଦେବ ଙ୍କ କୋପ ଦୃଷ୍ଟିରେ ରାଜା ସ୍ମଶାନ ଜଗୁଆଳି ପାଲିଟିଥାଏ l ନବ ଗ୍ରହ ଙ୍କ ମଧ୍ୟରୁ ଗ୍ରହରାଜ ଶନିଶ୍ଚର ଙ୍କ ର ପ୍ରମୁଖ ଭୂମିକା ରହିଥାଏ l ବନ୍ଦର ନଗରୀ ପାରାଦୀପ ରେ ଶନି ମନ୍ଦିର ନଥିବାରୁ କପିଳ ମୁନି ଆଶ୍ରମ ରେ ଅବସ୍ଥିତ ଗ୍ରହରାଜ ଶନିଶ୍ଚର ଙ୍କ ମନ୍ଦିର ଆଜି ପ୍ରଥମ ବାର୍ଷିକ ଉତ୍ସବରେ ସ୍ଥାନୀୟ ଲୋକଙ୍କ ପ୍ରମୁଖ ଶନିମନ୍ଦିର ଭାବରେ ପରିଗଣିତ ହୋଇଛ।