Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାଇରଙ୍ଗପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ଆନ୍ତର୍ଜାତୀୟ ଶ୍ରମିକ ଦିବସ l ସାରା ଓଡିଶାରେ ଶ୍ରମିକମାନେ ଏହି ଦିବସକୁ ଧୁମଧାମରେ ପାଳନ କରୁଅଛନ୍ତି l ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରସ୍ତ ଏନଏସି ମ୍ଯାକେର୍ଟ ନିକଟସ୍ଥ ବୈଦ୍ଯୁତିକ ଡିଭିଜନ ଟାଟା ପାୱାର ଉତ୍ତର ଓଡିଶା ଡିକ୍ଟିବ୍ଯୁସନ ଲିମିଟେଡ୍ କାର୍ଯ୍ଯାଳୟରେ ବାମନଘାଟୀ ଉପଖଣ୍ଡ ୧ ଓ ୨ ର ସମସ୍ତ କର୍ମଚାରୀ ସକାଳ ୮ ଘଟିକାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ l ଏଥିରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ୟୁନିୟନ ର ପତକା ଉତ୍ତୋଳନ କରିଥିଲେ l ବୈଦ୍ଯୁତିକ କର୍ମଚାରୀମାନେ ମହାପୁରୁଷଙ୍କ ଗୁଣ ଗାନ ସହିତ ଶ୍ରମିକ ଏକତା ଜିଦାବାଦ ନାରା ଦେଇଥିଲେ l ସାଂସଦ ନବଚରଣ ମାଝୀ ଆନ୍ତର୍ଜାତୀୟ ଶ୍ରମିକ ଦିବସର ପରିଭାଷା ବୁଝାଇବାକୁ ଯାଇ କହିଥିଲେ ଯେ ଶ୍ରମିକ ଦୁଇପ୍ରକାର ସଂଗଠିତ ଓ ଅଣସଂଗଠିତ l ସ୍ବାଧୀନତାର ୭୫ ବର୍ଷ ଅତିକ୍ରାନ୍ତ ହେଲେ ହେଁ ଏ ପର୍ଯ୍ଯନ୍ତ ଶ୍ରମିକମାନେ ସେମାନଙ୍କର ପାରିଶ୍ରମିକ ପାଉନାହାନ୍ତି l ମାଲିକଙ୍କ ଠାରେ ତାଙ୍କର ନ୍ଯାର୍ଯ୍ଯ ଦାବୀ କରିଆସୁଛନ୍ତି l ସେମାନଙ୍କର ଜୀବନ ଶୋଚନୀୟ l ଏହି ସଭାରେ ସଂପାଦକ ଦୀପକ କୁମାର ମହାନ୍ତ, ଲମ୍ବୋଦର ମହାନ୍ତ, ଅମିୟ ସ୍ବାଇଁ, ଜୟନାରାୟଣ ପରିଡା, ବୀରସିଂ ମାର୍ଣ୍ଡି, ଦେବାଶିଷ ମହାନ୍ତ, ସୁମନ୍ତ ମହାନ୍ତ, ଶାଙ୍ଖ ସୋରେନ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

