Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳିତ 5

ଜଗତସିଂହପୁର , 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳିତ
Article Image
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦରମହକୁମା ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳିତ ହୋଇଯାଇଛି । ଏହା ୟୁନିଅନର ଜିଲ୍ଲା ସଭାପତି ରମାକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ଜେନା , କୋଷାଧ୍ୟକ୍ଷ ପ୍ରତାପ କୁମାର ସିଂହ, ଉପସଭାପତି ଗୌରାଙ୍ଗ ସ୍ବାଇଁ, ଅଶୋକ ରାୟ ,ଉପଦେଷ୍ଟା ଅକ୍ଷୟ କୁମାର ଦାସ , ସହସମ୍ପାଦକ ତାପସ ଦାସ , ସୁଶାନ୍ତ କୁମାର ରାଉତ, ସଂଗଠନ ସମ୍ପାଦକ ସନ୍ତୋଷ କୁମାର ସାହୁ, ସଂଗ୍ରାମ କିଶୋର ପଟ୍ଟନାୟକ , ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ , ଉମାକାନ୍ତ ପାତ୍ର, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କର ସମସ୍ୟା ଓ ଆଗାମୀ ଦିନରେ ସାମ୍ବାଦିକଙ୍କର ସମସ୍ୟା ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସରକାର ଯଦି ସାମ୍ବାଦିକ ମାନଙ୍କ ନ୍ୟାୟୋଚିତ ଦାବିଗୁଡିକ ଅଣଦେଖା କରନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।