Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତ୍ରିଶୁଳିଆ ପରିବର୍ତ୍ତେ କଟକ ବସ୍‌ଷ୍ଟାଣ୍ଡ ଯାଏ ହେବ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ବସ୍‌ଷ୍ଟାଣ୍ଡ ଯାଏ ପ୍ଲାନିଂ 3

ଭୁବନେଶ୍ୱର, 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ତ୍ରିଶୁଳିଆ ପରିବର୍ତ୍ତେ କଟକ ବସ୍‌ଷ୍ଟାଣ୍ଡ ଯାଏ ହେବଭୁବନେଶ୍ୱର ବିମାନ ବନ୍ଦରରୁ କଟକ ବସ୍‌ଷ୍ଟାଣ୍ଡ ଯାଏ ପ୍ଲାନିଂ
Article Image
ଭୁବନେଶ୍ବର : (ସମୀର ରଞ୍ଜନ ନାୟକ )କଟକ ବଡ଼ ଡାକ୍ତରଖାନା ଯାଏଁ ଚାଲିବ ମେଟ୍ରୋ ଟ୍ରେନ୍ । ତ୍ରିଶୂଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ । ଏନେଇ ପ୍ରସ୍ତୁତ କରାଯାଉଛି ନୂଆ DPR । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ଜୟଦେବ ବିହାର, ନନ୍ଦନକାନନ ଦେଇ ତ୍ରିଶୂଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ ବୋଲି ନିସ୍ପତ୍ତି ନେଇଥିଲେ ନୂଆ ସରକାର । ଏବେ ପୁଣି ସେଥିରେ କଟକ ବଡ଼ ମେଡିକାଲ ଯୋଡି ହୋଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ମେଟ୍ରୋ ପ୍ରକଳ୍ପ କେଉଁ ପଟ ଦେଇ କେଉଁଠିକି ଗଡିବ ସେଥିପାଇଁ ଏକ କମିଟି ଗଠନ କରାଯାଇଛି । ସେହି କମିଟି ଦେଶରେ ମେଟ୍ରୋ ଚାଲୁଥିବା ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି । ଏଥିପାଇଁ ନୂଆ DPR ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ତିଆରି ହେବ ବୋଲି ମନ୍ତ୍ରୀ କହିଛନ୍ତି ।ତେବେ ନୂଆବର୍ଷ ୨୦୨୪ରେ ମେଟ୍ରୋ ପ୍ରକଳ୍ପ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପ୍ରସ୍ତାବ ରହିଛି । ଏଥିପାଇଁ ମୋଟ ୨୧୬୩ କୋଟି ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଭିତରେ ୨୬ କିଲୋମିଟର ଲମ୍ବର ମେଟ୍ରୋ ରେଲୱେରେ ରହିବ ୨୦ଟି ଷ୍ଟେସନ । ପ୍ରାଥମିକ ପର୍ଯ୍ୟାୟରେ ୩ଟି କୋଚକୁ ନେଇ ମେଟ୍ରୋ ଟ୍ରେନ୍ ଚଳପ୍ରଚଳ କରିବ । ଯାହାର ଯାତ୍ରୀ କ୍ଷମତା ରହିବ ୭୬୫ । ଯାତ୍ରୀ ସଂଖ୍ୟା ବୃଦ୍ଧି ହେଲେ କୋଚ୍ ସଂଖ୍ୟା ବଢ଼ାଯିବ । ଘଣ୍ଟାପ୍ରତି ୮୫ କିମି ବେଗରେ ଗଡ଼ିବ ଏହି ମେଟ୍ରୋ ଟ୍ରେନ୍ । ଅତ୍ୟାଧୁନିକ କୋଚ, ସିଗନାଲିଂ ବ୍ୟବସ୍ଥା ଓ ଅତ୍ୟାଧୁନିକ ଟିକେଟିଂ ବ୍ୟବସ୍ଥା କରାଯିବ । ପ୍ରତି ୧୦ ମିନିଟରେ ଚଳାଚଳ କରିବ ମେଟ୍ରୋ ଟ୍ରେନ୍ । ଯାହାକୁ ପୂର୍ବ ସରକାର ୨୦୨୮ ସୁଦ୍ଧା ସାରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ନୂଆ ସରକାର ୨୦୨୭ ସୁଦ୍ଧା ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିସହିତ ନୂଆ ଡିପିଆର ପ୍ରସ୍ତୁତ କରି ଏହାକୁ ସଂପ୍ରସାରଣ କରିବାକୁ ଯୋଜନା ରଖିଛନ୍ତି ।