Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥଳ ଦୀଘାରେ ଜଗନ୍ନାଥ ମନ୍ଦିରର ଉଦଘାଟନ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି । 3

ଭୁବନେଶ୍ୱର, 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥଳ ଦୀଘାରେ ଜଗନ୍ନାଥ ମନ୍ଦିରର ଉଦଘାଟନ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି ।
Article Image
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥଳ ଦୀଘାରେ ଜଗନ୍ନାଥ ମନ୍ଦିରର ଉଦଘାଟନ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ମନ୍ଦିରକୁ ଜଗନ୍ନାଥଧାମର ନାମକରଣ କରାଯିବା ପରେ ସେବାୟତମାନେ ବିରୋଧ କରିବା ଆରମ୍ଭ କରିଛନ୍ତି । ସେହିପରି ବ୍ରହ୍ମ ସ୍ଥାପନକୁ ନେଇ ମଧ୍ୟ ବିରୋଧ କରାଯାଉଛିସେହିପରି ଦୀଘାରେ ପ୍ରତିଷ୍ଠା ହୋଇଥିବା ମନ୍ଦିର ଏକ ଦର୍ଶନୀୟ ସ୍ଥାନ ହୋଇପାରେ ହେଲେ ଏହାକୁ ଜଗନ୍ନାଥଧାମର ନାଁ ଦିଆଯାଇ ପାରିବ ନାହିଁ ବୋଲି ମଧ୍ୟ ଦାବି କରାଯାଉଛି । ସେହିପରି ପୁରୀ ଦଇତାପତି ସେବାୟତ ମାନେ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଘଟଣାକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଯାଇଛି । ତେବେ ପଶ୍ଚିମବଙ୍ଗର ଦୀଘାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଦେଖାଦେଇଛି । ସେଠାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା । କିନ୍ତୁ ଜଗନ୍ନାଥ ଧାମ ନାମକରଣ କରିବା ଓ ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀରେ ଶ୍ରୀମନ୍ଦିର ସେବାୟତ ମାନେ ଏହାର ତୀବ୍ର ବିରୋଧ କରିଛନ୍ତି । ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ। ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହ ଓଡ଼ିଶାର ସମ୍ପର୍କ ଭଲ ରହି ଆସିଛି। କିନ୍ତୁ ଏବେ ଦୀଘାରେ ନୂତନ ଭାବେ ପ୍ରତିଷ୍ଠିତ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ବିବାଦ ଦେଖା ଦେଇଛି। ପୁରୀର କିଛି ଦଇତାପତି ସେବାୟତ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଏହି ବିବାଦକୁ ବଢ଼ାଉଛି। କେତେବେଳେ ଆଳୁ ତ ଆଉ କେତେବେଳେ ରସଗୋଲା ପ୍ରସଙ୍ଗକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗି ରହିଛି। ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ ବୋଲି କୁହାଯାଇପାରିବ ନାହିଁ। ଜଗନ୍ନାଥ ଧାମ ନାମକରଣ ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି। ଏଥିସହ ପଥର ମୂର୍ତ୍ତି ସ୍ଥାପିତ ହୋଇପାରିବ ନାହିଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି। ପ୍ରତ୍ୟେକ ଓଡିଆଙ୍କ ସହ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ଗବେଷକ ଏଥିରେ ହସ୍ତକ୍ଷେପ କରିବାକୁ ସେବାୟତ ଦୃଢ଼ ଦାବୀ କରିଛନ୍ତି। ସେପଟେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ରୋଷ କାର୍ଯ୍ୟ କରିବା କିମ୍ବା ସେଥିରେ ସହଯୋଗ କଲେ ସୁଆର ମହାସୁଆର ନିଯୋଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଆର ମହାସୁଆର ସଦସ୍ୟ ଓ କର୍ମଚାରୀ ଙ୍କୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିବା ବେଳେ ପୁଷ୍ପାଳକ ନିଯୋଗ ପକ୍ଷରୁ ମଧ୍ୟ ସମାନ ଧରଣର ନିର୍ଦ୍ଦେଶନାମା ଜାରୀ ହୋଇଥିଲା।