ଗୋରଡ଼ ଆର, ଆଇ ସର୍କଲ ରେ ମାଟି ମାଫିଆଙ୍କ ରାଜ * କୁଜଙ୍ଗ ୧୨/୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲି ଅଧୀନ ଗୋରଡ଼ RI(ରେଭିନିଉ ଇନସିପେକ୍ଟର )ଅଧୀନରେ ଏବେ ଚଲିଛି ମାଟି ମାଫିଆ ଙ୍କ ରାଜ, ପ୍ରତିଦିନ ବିଳମ୍ବିତ ରାତିରେ ମାଟି ମାଫିଆ ମାନେ ଜେସିବି ସାହାଯ୍ୟରେ ବିଭିର୍ଣ୍ଣ ଚାଷ ଜମି ଅନାବାଦୀ, ଗୋଚର ଆଦି ରୁ ମାଟି ତାଡି ବିକୁଥିବା ବେଳେ ଗୋରଡ଼ ଆର. ଆଇ ଏହାର ଟେର ପାଉନି, ଫଳରେ ଏହି ଅଞ୍ଚଳ ରେ ମାଟି ମାଫିଆ ମାନେ ବେଶ ସକ୍ରିୟ ରହି ମୁନଫା କମାଇ ଚାଲି ଛନ୍ତି, ଏହାର ମୁଖ୍ୟ କାରପଟଦାର ହେଉଛନ୍ତି ଟ୍ରାକ୍ଟର ମାଲିକ...
(ପ୍ରଭୁଙ୍କ ଅଲୈାକିକ ଲିଳାକୁ ଦେଖିବା ପାଇଁ ଭକ୍ତିଙ୍କ ଭିଡ ) ଜଗତସିଂହପୁର ତା =11/5/25 ରଘୁନାଥପୁର ବ୍ଲକ ଧରାଧରପୁର ପଞ୍ଚାୟତ ର ଗୋପାଳପୁର ଗ୍ରାମର କଟକ ପାରାପଦ୍ଵୀ ରାସ୍ତା ପାର୍ଶ୍ୱରେ ଥିବା ଚନ୍ଦନପୁସ୍କରଣୀରେ ପ୍ରତିବର୍ଷଭଳି ଚଳିତ ବର୍ଷ ମହାପ୍ରଭୁ ଯାଦବେନ୍ଦ୍ର ନାଥଙ୍କ ଚନ୍ଦନଯାତ୍ରା ମହାସମାରୋହରେ ପାଳିତ ହେଉଛି।ଏହି ଉତ୍ସବରେ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଲାଘବପାଇଁ ପ୍ରଭୁଙ୍କ ଜଳକ୍ରିଡା ଉତ୍ସବ ଓଡିଆ ସଂକୣତିରେ ବର୍ଣ୍ଣିତ ରହିଛି।ଏହି ପର୍ବ ଓଡିଶାର ଅନ୍ୟତମ ପର୍ବଭାବେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ସତ୍ୟାନନ୍ଦ ସାହୁ,ଉପସଭାପତି କାର୍ତ୍ତିକ ଚନ୍ଦ୍ର ସାହୁ,ସମ୍ପାଦକ ପୂର୍ଣ୍ଣଚନ୍ଦ୍ର...
ସାରଳା ମନ୍ଦିରରେ ଅଘଟଣ ଅଣହିନ୍ଦୁ ପ୍ରବେଶ ଯୋଗୁଁ ପୂଜାନୀତି ବିଳମ୍ବିତ ...
ବାର୍ଷିକ ଚତୁର୍ଦ୍ଦଶୀ ମେଳା ଅବସରରେ ଟଙ୍କାତୋରାଣି ଏବଂ ଜଳ ସେବା* ତିର୍ତ୍ତୋଲ(ରିପୋର୍ଟ-ଟୁକନ ସେଠୀ):- ପରିବାରତୀର୍ଥ ଶିଶୁଅନନ୍ତ ଆଶ୍ରମରେ ଅନୁଷ୍ଠିତ ୫୬ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା ଅବସରରେ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ତରଫରୁ ଆଶ୍ରମ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପାନୀୟ ବ୍ୟବସ୍ଥା କରାଯାଇଥିଲା | ଦହି ପଣା, ତରଭୁଜ ସର୍ବତ, ନାଣ୍ଡି ବଗୁଲି ସର୍ବତ, ପୁଦିନା ସର୍ବତ ଆଦି ପାନୀୟ ସହିତ ଟଙ୍କତୋରାଣି ସର୍ବାଗ୍ରେ ରହିଥିଲା | ତିର୍ତ୍ତୋଲ ସମ୍ବାଦିକ ସଙ୍ଘ, କଦମ୍ବ କ୍ଳବ ର ସମସ୍ତ ସଦସ୍ୟଙ୍କ ସହିତ ଅରିଲୋ, ଦେଉଳି, କେଶରଡ଼ା ଗ୍ରାମର ମୁରବୀ ଏବଂ ସ୍ବେଛାସେବୀ ମାନଙ୍କ ମିଳିତ ଉଦ୍ୟମରେ ଏହି...
ତିର୍ତୋଲ ବ୍ଲକରୁ ପୁରୁଣା ଖାଉଆ ଗଲେ ନୂଆ ଖାଉଆ ଆସିଲେ, ତିର୍ତୋଲ 10/5 (ବିକ୍ରମ ନିୟୁଜୁ )ବିଜେଡି ସରକାର ବଦଳିବା ପରେ ତିର୍ତୋଲ ବ୍ଲକର ଅଧିକାରୀ ମାନେ ରାମ୍ପି ବିଦାରି ହୋଇ ଦୃନୀତି କରିବାକୁ ଲାଗିଲେ ଶେଷରେ ନୂଆ ବିଡ଼ିଓ ଗରିଜା ଶଙ୍କର ମଲ୍ଲିକି ଆସିବାପରେ ତରବିରିଆ ଭାବେ ବିଲି ଭଟକା କରିବାକୁ ଲାଗିଲେ, ବ୍ଲକର ଯାନ୍ତ୍ରିକ ବିଭାଗ ର ଯନ୍ତ୍ରୀ ମାନେ ଏହିକାଯ୍ୟରେ ବେଶୀ ତତପରତା ଦେଖା ଇଲେ, ଫଳରେ ବିଡ଼ିଓ ଶ୍ରୀମଲ୍ଲିକି ଅଙ୍କୁଶ ଲାଗେଇଲେ, ତେଣୁ କର୍ମଚାରୀ ମାନେ ଧର୍ମଘଟ ବିକଲେ, ହେଲେ କିଛି ଫଳ ମିଳିଲାନି ଶେଷରେ ନୂଆସରକାର ଙ୍କ ପାଇଁ ନୂଆ ଷ୍ଟାଫ ଆଣିବା...
ଅପରେସନ ସିନ୍ଦୂର ରେ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ* ସମସ୍ତ ମଣିଷର ଏକ ରୁଚି ଥାଏ ଆଉ ଏ ରୁଚି ପିଲା ଦିନରୁ ଜଣାପଡି ଥାଏ। ପିଲା ମାନେ ପିଲାଦିନରୁ ଡାକ୍ତର,ଇଞ୍ଜିନିୟର,ପୋଲିସ ,ଶିକ୍ଷକ , ସନିକ ହେବାକୁ ଇଚ୍ଛା ରଖିଥାନ୍ତି। ଏଥିମଧ୍ୟରୁ ନିଃସ୍ଵାର୍ଥ ଦେଶସେବା କହିଲେ ସୈନିକ ହେବାକୁ ବୁଝାଯାଏ। ୨୦୨୧ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ସୈନିକ ତିଆରି ଏକାଡେମୀରେ ସେବେଠାରୁ ଆଜିଯାଏଁ ଅନେକ ପିଲା ପ୍ରଶିକ୍ଷଣ ନେଇଛନ୍ତି। ଶାରୀରିକ ,ଲିଖିତ ପ୍ରଶିକ୍ଷଣ ସହିତ ଯୁବକ ଯୁବତୀ ମାନଙ୍କୁ ମାନସିକ ଶଶକ୍ତ କରିବାରେ ଏକାଡେମୀ ର ଶିକ୍ଷକ ମାନେ କୌଣସି ଉଣା କରି ନାହାନ୍ତି।...
ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ - - ଏରସମା ୧୦/୫ ଆଜି ଏରସମା ବ୍ଲକ ଜନକାଦେଇପୂର୍ ପଞ୍ଚାୟତ ଦୁର୍ଗାପୁର କୋଚିଳା ଦେବୀ ଗ୍ରାମରେ ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଏବଂ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବଳିଷ୍ଠ ନେତୃତ୍ୱ ଓ ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଗୋଡା ଗ୍ରାମପଞ୍ଚାୟତର ନିତ୍ୟାନନ୍ଦ ସ୍ୱାଇଁ, କୈଳାଶ ସ୍ବାଇଁ,ମୁଦୁଲି ଧର ସ୍ବାଇଁ,ସୁବାସ ସ୍ବାଇଁ, ପୁରୁଷୋତ୍ତମ ସ୍ବାଇଁ,ପ୍ରଫୁଲ୍ଲ ସ୍ବାଇଁ,ବଂଶୀଧର ସ୍ବାଇଁ,ନିକୁଞ୍ଜ ସ୍ବାଇଁ,ବେଣୁଧର ସ୍ବାଇଁଅଧିର...
ଷୋଡଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ମାଳ ମାଳ ମେଢରେ ଲୋକଙ୍କ ଭିଡ, ଆଡମ୍ବର ପଟୁଆରରେ ମା’ଙ୍କ ଘଟ ପରିକ୍ରମା ବୁଗୁଡ଼ା,୧୦/୦୫(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଷୋଡଶ ଦିବସରେ ପହଞ୍ଚିଥିବା ବେଳେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ସହ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା ସଙ୍ଗୀତା ପୋଲେଇ, ଶିବାନୀ ବାରିକ, ଟି.ସୁଚିତ୍ରା...
ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ - ତିର୍ତ୍ତୋଲ-୧୦/୫-(ରିପୋର୍ଟ-ଟୁକନ)-ତିର୍ତ୍ତୋଲ ରେ ଥିବା ଅଦାଲତ ରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି।ଅଦାଲତର ବିଚାରପତି ପାରସ ପାଢ଼ୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଲୋକ ଅଦାଲତ ରେ ତିର୍ତ୍ତୋଲ ଆଇନିସେବା ପ୍ରାଧିକରଣ ସହାୟତାରେ ଓ ତିର୍ତ୍ତୋଲ ଓକିଲ ସଂଘ ସହଯୋଗରେ ମୋଟ୧୦୮ଟି କେଶର ଫଇସଲା କରାଯାଇ ଥିବାବେଳେ ୮୭ହଜାର ୭୨୦ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି।ଏହିକାର୍ଯ୍ୟକ୍ରମରେ ସମସ୍ତ ଓକିଲ,ଅଦାଲତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।
ସାରଳାହାଟ ର ପୁରାତନ ବ୍ୟବସାୟୀ ପ୍ରଭାକର ନାୟକ ବିୟୋଗରେ ଶୋକ ତିର୍ତ୍ତୋଲ-୧୦/୫- (ରିପୋର୍ଟ-ଟୁକନ ସେଠୀ)- ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ସାରଳା ହାଟ ର ପୁରାତନ ବ୍ୟବସାୟୀ ପ୍ରଭାକର ନାୟକ ( ୭୩ ) ଙ୍କର ଗତ ଶନିବାର ଦିନ ପୂର୍ବାହ୍ନରେ, ପରଲୋକ ହୋଇଯାଇଛି। ସାରଳାହାଟ ରେ ଦୀର୍ଘ ଚାରିଦଶନ୍ଧି ଧରି ଧାନକଳ ଓ ଚୁଡ଼ାକଳ ପକାଇ ବ୍ୟବସାୟ କରିଆସୁଥିଲେ । କିଛିମାସ ଧରି ଶାରିରୀକ ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିଲେ। ସେ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶୁଭଶ୍ରୀ ନାୟକ ଙ୍କ ବଡଶଶୁର। ତାଙ୍କର ବିୟୋଗରେ ସାରଳା ମନ୍ଦିର ପ୍ରଶାସନର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅଲେଖ...
ଜଗତସିଂହପୁରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ* ଜଗତସିଂହପୁର ତା ୧୦.୦୫.୨୦୨୫, ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତ ଓ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଶ୍ରୀ ଶ୍ରୀନିବାସ ପ୍ରତିହାରୀଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀମତୀ ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହର ପ୍ରସାଦ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ନୀଳିମା...
ମହାଯଜ୍ଞ ର ପୂର୍ଣ୍ଣାହୁତି ଉତ୍ସବରେ ଶିଳ୍ପ ମନ୍ତ୍ରୀଙ୍କ ଯୋଗଦାନ* - *ରାହାମା ତା:10/05/2025* ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜିକକେନ୍ଦ୍ର ରାହାମା ନିକଟସ୍ଥ ତାଳପଡା ଗ୍ରାମ ପଞ୍ଚାୟତର ବାଲିଢ଼ି ଗ୍ରାମରେ ମା ସାହାଡ଼ା ସୁନ୍ଦରୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହାଯଜ୍ଞର ଯଜ୍ଞ ପୂର୍ଣ୍ଣାହୁତି ମହା ସମାରୋହରେ ଅନୁଷ୍ଠିତ ହୋଇଅଛି।ମାଙ୍କର ଏହି ଭବ୍ୟଦିବ୍ୟ ଆଧ୍ୟାତ୍ମିକ ମହୋତ୍ସବ କୁ ଗ୍ରାମର ମୁରବି ତଥା ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ରବିନାରାୟଣ ସାହୁ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ କରିବା ସହ ସମାଜସେବୀ ଡ଼କ୍ଟର ସୁନାକର ବେହେରା ଆଧ୍ୟାତ୍ମିକ ମଞ୍ଚର ପରିଚାଳନା କରିଥିଲେ। ଯଜ୍ଞ ପୂର୍ଣ୍ଣାହୁତି ଉତ୍ସବରେ ଜିଲ୍ଲାର ବହୁ ପଣ୍ଡିତ ବିଦ୍ୱାନ ଶ୍ରଦ୍ଧାଳୁ ମାନେ ଯୋଗଦେବା ସହିତ...